Advertisment

ହୀରା ବ୍ୟବସାୟୀଙ୍କ ଝିଅକୁ ବୋହୂ କରିବେ ମୁକେଶ ଅମ୍ବାନୀ!

ମୁମ୍ବାଇ: ଖୁବ୍‌ଶୀଘ୍ର ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘରେ ସାହାନାଇ ଶବ୍ଦ ଶୁଣିବାକୁ ମିଳିବ। କାହିଁକି ନା ମୁକେଶଙ୍କ ବଡ଼ ପୁଅ ଆକାଶ ଅମ୍ବାନୀ ତାଙ୍କ ପିଲା ବେଳର ସାଙ୍ଗ ଶ୍ଲୋକ ମେହଟ୍ଟାଙ୍କୁ ବାହା ହେବାକୁ ଯାଉଛନ୍ତି। ଆଉ ମାତ୍ର କିଛିଦିନ ପରେ ଆକାଶ ଓ ଶ୍ଲୋକଙ୍କ ନିର୍ବଦ୍ଧ ହେବାକୁ ଯାଉଛି। ଯାହାର ପୂରା ପ୍ରସ୍ତୁତିରେ ଉଭୟ ପରିବାର ଲାଗିପଡ଼ିଛନ୍ତି। ପରମ୍ପରା ଅନୁସାରେ ନିର୍ବନ୍ଧର ନିମନ୍ତ୍ରଣ କାର୍ଡ଼ ନେଇ ମାଆ ନୀତା ଅମ୍ବାନୀ ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିରକୁ ଯାଇଥିବା […]

ହୀରା ବ୍ୟବସାୟୀଙ୍କ ଝିଅକୁ ବୋହୂ କରିବେ ମୁକେଶ ଅମ୍ବାନୀ!

shloka

Advertisment

ମୁମ୍ବାଇ: ଖୁବ୍‌ଶୀଘ୍ର ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘରେ ସାହାନାଇ ଶବ୍ଦ ଶୁଣିବାକୁ ମିଳିବ। କାହିଁକି ନା ମୁକେଶଙ୍କ ବଡ଼ ପୁଅ ଆକାଶ ଅମ୍ବାନୀ ତାଙ୍କ ପିଲା ବେଳର ସାଙ୍ଗ ଶ୍ଲୋକ ମେହଟ୍ଟାଙ୍କୁ ବାହା ହେବାକୁ ଯାଉଛନ୍ତି।

Advertisment

publive-image

publive-image

ଆଉ ମାତ୍ର କିଛିଦିନ ପରେ ଆକାଶ ଓ ଶ୍ଲୋକଙ୍କ ନିର୍ବଦ୍ଧ ହେବାକୁ ଯାଉଛି। ଯାହାର ପୂରା ପ୍ରସ୍ତୁତିରେ ଉଭୟ ପରିବାର ଲାଗିପଡ଼ିଛନ୍ତି। ପରମ୍ପରା ଅନୁସାରେ ନିର୍ବନ୍ଧର ନିମନ୍ତ୍ରଣ କାର୍ଡ଼ ନେଇ ମାଆ ନୀତା ଅମ୍ବାନୀ ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିରକୁ ଯାଇଥିବା ଜଣାପଡ଼ିଛି।

publive-image

publive-image

୨ମାସ ପୂର୍ବରୁ ଅମ୍ବାନୀଙ୍କ ପରିବାରକୁ ଏକାଠି ସିଦ୍ଧିବିନାୟକ ମନ୍ଦିରରେ ଦେଖିବାକୁ ମିଳିଥିଲା। ଗୋଆରେ ଆକାଶ ଓ ଶ୍ଲୋକଙ୍କ ଏକ ଏନ୍‌ଗେଜ୍‌ମେଣ୍ଟ ଫଟୋ ଭାଇରାଲ ହେବାପରେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଥିଲା।

Advertisment

publive-image

publive-image

ଜୁନ୍‌ ୩୦ରେ ଆକାଶ ଓ ଶ୍ଲୋକଙ୍କ ନିର୍ବଦ୍ଧ ହେବ ବୋଲି ଜଣାପଡ଼ିଛି। ନିର୍ବଦ୍ଧରେ ଅତିଥିଙ୍କୁ ନିମନ୍ତ୍ରଣ ପାଇଁ ଆକାଶ ଓ ଶ୍ଲୋକଙ୍କୁ ନେଇ ଏକ ଭିଡ଼ିଓ କରାଯାଇଛି। ୧ମିନିଟ୍‌ର ଏହି ଭିଡ଼ିଓରେ ବଲିଉଡ଼ର ପ୍ରସିଦ୍ଧ ଏକ ଗୀତ ସହ ଉଭୟଙ୍କ ଫଟୋ ରଖାଯାଇଛି।

publive-image

publive-image

ଗତ ମାର୍ଚ୍ଚରେ ଉଭୟଙ୍କ ନିର୍ବଦ୍ଧ ସରିଥିବା ଶୁଣିବାକୁ ମିଳିଥିଲା। ଏପରିକି ନିର୍ବଦ୍ଧ ସରିବା ମାତ୍ରକେ  ମୁମ୍ବାଇର ସିଦ୍ଧି ବିନାୟକ ମନ୍ଦିରରେ ଆକାଶ ଓ ଅମ୍ବାନୀ ପରିବାର ସହ ଶ୍ଲୋକଙ୍କୁ ଦେଖିବାକୁ ମିଳିଥିଲା। ଏହାପରେ ମୁମ୍ବାଇରେ ଏକ ପାର୍ଟିର ଆୟୋଜନ ମଧ୍ୟ କରାଯାଇଥିଲା, ଯେଉଁଥିରେ ବଲିଉଡ୍‌ ପ୍ରସିଦ୍ଧ କଳାକାରମାନଙ୍କୁ ଦେଖିବାକୁ ମିଳିଥିଲା।

Advertisment

publive-image

ଶ୍ଲୋକ ହେଉଛନ୍ତି ପ୍ରସିଦ୍ଧ ହୀରା ବ୍ୟବସାୟୀ ରସେଲ ମେହଟ୍ଟା ଓ ମୋନା ମେହଟ୍ଟାଙ୍କ ଝିଅ। ଆସନ୍ତା ଡିସେମ୍ବରରେ ଉଭୟଙ୍କ ବିବାହ ହେବବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ