Advertisment

ଅଧିକାଂଶ ଭାରତୀୟ ମହିଳାଙ୍କ ପସନ୍ଦ ଛୋଟ ପରିବାର

ନୂଆଦିଲ୍ଲୀ/ଭୁବନେଶ୍ୱର: ସମୟ ସହ ତାଳ ଦେଇ ଆମ ସମାଜରେ ପରିବର୍ତ୍ତନ ଘଟୁଛି। ଦିନ ଥିଲା ଲୋକେ ଯୌଥ ପରିବାରରେ ରହିବାକୁ ପସନ୍ଦ କରୁଥିଲେ। ବଡ଼ ପରିବାରକୁ ସମାଜରେ ବିଶେଷ ସମ୍ମାନ ମିଳୁଥିଲା। ଲୋକେ ମଧ୍ୟ ଅଧିକ ପିଲା ଜନ୍ମ କରିବାକୁ ପସନ୍ଦ କରୁଥିଲେ। ଶିକ୍ଷାର ପ୍ରସାର, କର୍ମନିଯୁକ୍ତି ଧାରାରେ ପରିବର୍ତ୍ତନ ଯୋଗୁଁ ଏହି ଭାବନାରେ ପରିବର୍ତ୍ତନ ଆସିଛି।ଏବେ ବଡ଼ ପରିବାର ନୁହେଁ, “ଛୋଟ ପରିବାର, ସୁଖୀ ପରିବାରର”ର କଥା ଉଠୁଛି। ବର୍ତ୍ତମାନ ସ୍ଥିତିରେ ଭାରତର ୭୫ ପ୍ରତିଶତ […]

ଅଧିକାଂଶ ଭାରତୀୟ ମହିଳାଙ୍କ ପସନ୍ଦ ଛୋଟ ପରିବାର

download

Advertisment

ନୂଆଦିଲ୍ଲୀ/ଭୁବନେଶ୍ୱର: ସମୟ ସହ ତାଳ ଦେଇ ଆମ ସମାଜରେ ପରିବର୍ତ୍ତନ ଘଟୁଛି। ଦିନ ଥିଲା ଲୋକେ ଯୌଥ ପରିବାରରେ ରହିବାକୁ ପସନ୍ଦ କରୁଥିଲେ। ବଡ଼ ପରିବାରକୁ ସମାଜରେ ବିଶେଷ ସମ୍ମାନ ମିଳୁଥିଲା। ଲୋକେ ମଧ୍ୟ ଅଧିକ ପିଲା ଜନ୍ମ କରିବାକୁ ପସନ୍ଦ କରୁଥିଲେ। ଶିକ୍ଷାର ପ୍ରସାର, କର୍ମନିଯୁକ୍ତି ଧାରାରେ ପରିବର୍ତ୍ତନ ଯୋଗୁଁ ଏହି ଭାବନାରେ ପରିବର୍ତ୍ତନ ଆସିଛି।ଏବେ ବଡ଼ ପରିବାର ନୁହେଁ, “ଛୋଟ ପରିବାର, ସୁଖୀ ପରିବାରର”ର କଥା ଉଠୁଛି। ବର୍ତ୍ତମାନ ସ୍ଥିତିରେ ଭାରତର ୭୫ ପ୍ରତିଶତ ମହିଳା ବଡ଼ ପରିବାର ପସନ୍ଦ କରୁନାହାଁନ୍ତି। ଏକ ଗବେଷଣାରୁ ଜଣାପଡିଛି, ଦେଶୀ ୭୫ ପ୍ରତିଶତ ମହିଳା ମାତ୍ର ଗୋଟିଏ ସନ୍ତାନ ଚାହାଁନ୍ତି। ପୁଅ ହେଉ ବା ଝିଅ ଗୋଟିଏ ସନ୍ତାନ ଜନ୍ମ ଦେବାକୁ ସେମାନେ ଗୁରୁତ୍ୱାରୋପ କରୁଛନ୍ତି ।

Advertisment

ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୧୫ରୁ ୪୯ ବର୍ଷ ବୟସର ଅବିବାହିତ ଓ ବିବାହିତ ମହିଳାଙ୍କୁ ନେଇ ଏହି ସର୍ଭେ ହୋଇଥିଲା। ବିଳମ୍ବରେ ବିବାହ, ଉଚ୍ଚାଭିଳାଷ ଓ ଭଲ କ୍ୟାରିୟର ଗଠନ ଲାଗି ଉପରୋକ୍ତ ବୟସର ମହିଳମାନେ ଦ୍ୱିତୀୟ ସନ୍ତାନ ଚାହୁଁ ନ ଥିବା ଜଣାପଡିଛି। ଗବେଷଣା ତଥ୍ୟ ଅନୁସାରେ, ସହରର ଦମ୍ପତିମାନେ ୩୦ ଓ ୪୦ ବର୍ଷ ବୟସ ମଧ୍ୟରେ ପ୍ରଥମ ସନ୍ତାନ ଲାଗି ଡାକ୍ତରଙ୍କ ପରାମର୍ଶ ନେଇଥାନ୍ତି। ଯାହା ଦର୍ଶାଉଛି ଏହି ମହିଳାମାନେ ଦ୍ୱିତୀୟ ସନ୍ତାନ ପାଇଁ ଆଦୌ ଆଗ୍ରହୀ ନୁହନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ