Advertisment

ଢେଙ୍କାନାଳ ଯୁବ ବିଜେଡି ସଭାପତିଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତଙ୍କ ଗିରଫ ଦାବିରେ ରାସ୍ତା ଅବରୋଧ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡ଼ାଙ୍କୁ  ହତ୍ୟା ଘଟଣାର ପ୍ରତିବାଦ। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ  କାମାକ୍ଷାନଗର ହନୁମାନ ବଜାରଠାରେ ୫୩ ନମ୍ବର ଜାତୀୟ  ରାଜପଥକୁ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ। ରାସ୍ତା ଅବରୋଧ ଫଳରେ ତାଳଚେର-କାମାକ୍ଷାନଗର-ଯାଜପୁର ରାସ୍ତାରେ ଗାଡି ଚଳାଚଳରେ ବାଧା ଉପୁଜିଛି। ଏପଟେ ଏହି ଘଟଣା ନେଇ ପୋଲିସ  ତନାଘନା ଜାରି ରଖିଛି। ହତ୍ୟାକାଣ୍ଡରେ ବ୍ୟବହୃତ ବୋଲେରୋକୁ  ଜବତ କରିବା ସହ ଥାନାରେ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା […]

ଢେଙ୍କାନାଳ ଯୁବ ବିଜେଡି ସଭାପତିଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତଙ୍କ ଗିରଫ ଦାବିରେ ରାସ୍ତା ଅବରୋଧ

strike in dkl

Advertisment

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡ଼ାଙ୍କୁ  ହତ୍ୟା ଘଟଣାର ପ୍ରତିବାଦ। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ  କାମାକ୍ଷାନଗର ହନୁମାନ ବଜାରଠାରେ ୫୩ ନମ୍ବର ଜାତୀୟ  ରାଜପଥକୁ ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ।

Advertisment

ରାସ୍ତା ଅବରୋଧ ଫଳରେ ତାଳଚେର-କାମାକ୍ଷାନଗର-ଯାଜପୁର ରାସ୍ତାରେ ଗାଡି ଚଳାଚଳରେ ବାଧା ଉପୁଜିଛି। ଏପଟେ ଏହି ଘଟଣା ନେଇ ପୋଲିସ  ତନାଘନା ଜାରି ରଖିଛି।

ହତ୍ୟାକାଣ୍ଡରେ ବ୍ୟବହୃତ ବୋଲେରୋକୁ  ଜବତ କରିବା ସହ ଥାନାରେ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଚଳାଇଛି। ତେବେ ଏଯାଏ ହତ୍ୟାକାରୀଙ୍କ ସଂପର୍କରେ  କିଛି ବି ଟେର ପାଇନି ପୋଲିସ।

Advertisment

ଗତକାଲି କାମାକ୍ଷାନଗରରେ  ନିର୍ମାଣାଧିନ ଘର କାମ ଦେଖି ନିଜର ଔଷଧ ଦୋକାନକୁ କାର୍ରେ  ଫେରୁଥିବା ବେଳେ ଯଶୋବନ୍ତ ଉପରକୁ ଦୁର୍ବୃତ୍ତମାନେ ଗୁଳିମାଡ  କରିଥିଲେ। ପ୍ରାଣ ବିକଳରେ କାରରୁ ବାହାରି ଦୌଡ଼ି ପଳାଇବାକୁ  ଉଦ୍ୟମ କରୁଥିବା ବେଳେ ତାଙ୍କ ମୁଣ୍ଡରେ ଗୁଳି ବାଜିବାରୁ  ଘଟଣାସ୍ଥଳରେ ଯଶୋବନ୍ତ ଟଳି ପଡ଼ିଥିଲେ। ହତ୍ୟାର କାରଣ ଏବେବି  ଅସ୍ପଷ୍ଟ ରହିଛି।

Dhenkanal Jashobant Parida Njd Leader Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ