Advertisment

ମୋ ପାଖକୁ କପିଲ୍‌ଙ୍କର କିଛି କଲ୍ ଆସି ନାହିଁ : ସୁନୀଲ୍‌

ଦୁହିଁଙ୍କର ଜବରଦସ୍ତ କମେଡି ସମସ୍ତଙ୍କୁ ମତୁଆଲା କରୁଥିଲା। ସାଧାରଣ ଲୋକଙ୍କ ଠାରୁ ସେଲିବ୍ରେଟି, ସମସ୍ତେ ହସି ହସି ବେଦମ ହେଇ ଯାଉଥିଲେ। ଆମେ କାହା କଥା କହୁଛୁ  ଆପଣ ଜାଣି ପାରୁଥିବେ। ଦୁଇ ଜବରଦସ୍ତ ଯୋଡ଼ି କପିଲ୍‌ ଶର୍ମା ଏବଂ ସୁନୀଲ ଗ୍ରୋଭର । ସେମାନଙ୍କ ଭିତରେ ଘଟିଥିବା ମନୋମାଳିନ୍ୟ ବଦଳେଇ ଦେଇଥିଲା ସେମାନଙ୍କର ସଂପର୍କର ପରିଭାଷା। ଆଉ ଗୋଟିଏ ମଞ୍ଚରେ ଦୁହିଁଙ୍କୁ ଦେଖିବାକୁ ମିଳିଲା ନାହିଁ। ଏକଥା  ସମସ୍ତେ ଜାଣନ୍ତି। ଦର୍ଶକଙ୍କ ମନରେ ପ୍ରଶ୍ନ ଥିଲା […]

ମୋ ପାଖକୁ କପିଲ୍‌ଙ୍କର କିଛି କଲ୍ ଆସି ନାହିଁ : ସୁନୀଲ୍‌

kapil

Advertisment

ଦୁହିଁଙ୍କର ଜବରଦସ୍ତ କମେଡି ସମସ୍ତଙ୍କୁ ମତୁଆଲା କରୁଥିଲା। ସାଧାରଣ ଲୋକଙ୍କ ଠାରୁ ସେଲିବ୍ରେଟି, ସମସ୍ତେ ହସି ହସି ବେଦମ ହେଇ ଯାଉଥିଲେ। ଆମେ କାହା କଥା କହୁଛୁ  ଆପଣ ଜାଣି ପାରୁଥିବେ। ଦୁଇ ଜବରଦସ୍ତ ଯୋଡ଼ି କପିଲ୍‌ ଶର୍ମା ଏବଂ ସୁନୀଲ ଗ୍ରୋଭର । ସେମାନଙ୍କ ଭିତରେ ଘଟିଥିବା ମନୋମାଳିନ୍ୟ ବଦଳେଇ ଦେଇଥିଲା ସେମାନଙ୍କର ସଂପର୍କର ପରିଭାଷା। ଆଉ ଗୋଟିଏ ମଞ୍ଚରେ ଦୁହିଁଙ୍କୁ ଦେଖିବାକୁ ମିଳିଲା ନାହିଁ। ଏକଥା  ସମସ୍ତେ ଜାଣନ୍ତି।

Advertisment

publive-imageଦର୍ଶକଙ୍କ ମନରେ ପ୍ରଶ୍ନ ଥିଲା ସତରେ କ’ଣ ଆଉ ଏ କପିଲ୍ ଶର୍ମା ଓ ସୁନୀଲ୍ ଗ୍ରୋଭରଙ୍କୁ ଆଉ ଗୋଟିଏ ସଞ୍ଚରେ ଦେଖିବାକୁ ମିଳିବନି। ଯାହା ବି ହେଉ ଏବେ ସେ ଦୁହେଁ ପୁଣି ମିଶି କରି ଦର୍ଶକଙ୍କ ମନୋରଞ୍ଜନ କରାଇବେ ବୋଲି ଦର୍ଶକଙ୍କ ମନରେ ଏକ ଆଶା ସୃଷ୍ଟି ହୋଇଥିଲା। ଅତୀତରେ ସେ ଦୁହେଁ ହୁହିଁଙ୍କ ସହ ଆଉ କେବେ କାମ କରିବେ ନାହିଁ ବୋଲି କହିଥିଲେ ବି ‘ଫ୍ୟାମିଲ୍‌ ଟାଇମ୍‌ ଉଇଥ୍‌ କପିଲ୍‌ ଶର୍ମା’ରେ ଦୁହେଁ ଏକତ୍ର କାମ କରିବେ ବୋଲି ଗଣମାଧ୍ୟରେ ଚର୍ଚ୍ଚା ହୋଇଥିଲା।

ମାତ୍ର ନିକଟରେ ସୁନୀଲ କରିଥିବା ଏକ ଟୁଇଟ୍‌ ଦର୍ଶକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ଏବେ ସମସ୍ତଙ୍କ ଦୃଷ୍ଟି କପିଲ୍‌ଙ୍କ ଉପରେ। ‘ଫିରାଙ୍ଗି’ ଚଳଚ୍ଚିତ୍ରର ପ୍ରମୋସେନ୍‌ ସମୟରେ କପିଲ୍‌ କହିଥିଲେ କି ସେ ପୁଣି ଥରେ ସୁନୀଲଙ୍କ ସହ କାମ କରିବାକୁ ଚାହିଁବେ।

Advertisment

Advertisment


ସୁନୀଲ୍ କିନ୍ତୁ ଏକ ଟ୍ୱିଟ୍‌ରେ କହିଛନ୍ତି , ଏବେ ସୁଦ୍ଧା ତାଙ୍କ ପାଖକୁ କପିଲ୍‌ଙ୍କର କୌଣସି ବି କଲ୍‌ ଆସିନାହିଁ। ମୋର ଫୋନ୍‌ ନମ୍ୱର ବି ସମାନ ଅଛି। ତାଙ୍କ କଲ୍‌କୁ ଅପେକ୍ଷା କରି କରି ଶେଷରେ ଅନ୍ୟ ଏକ ନୂଆ ପ୍ରୋଜେକ୍ଟରେ ସାଇନ୍‌ କରିଛି। ସେପଟେ ସୁନୀଲ୍‌ଙ୍କର ଟ୍ୱିଟ୍‌ର ଜବାବରେ କପିଲ୍‌ ଲେଖିଛନ୍ତି , ‘ମୁଁ ୧୦୦ରୁ ଅଧିକ କଲ୍‌ କରିଛି। ବାହାରେ ଥିବାରୁ ମୋ କଲ୍‌ ରିସିଭ୍‌ କରିନ। ଦୟାକରି ମିଛ ମୋ ନାଁରେ ମିଥ୍ୟା ପ୍ରଚାର କରନାହିଁ।’

କପିଲ୍‌ ଓ ସୁନୀଲ୍‌ଙ୍କର ଏ ଆରୋପ ପ୍ରତ୍ୟାରୋପ ଭିତରେ ଦର୍ଶକଙ୍କ ଆଶା ମଉଳି ଯାଇଛି। ଯାହା ଇଚ୍ଛା ଥିଲା ପୁଣି ଏ ଦୁହେଁ ମିଶି ମନୋରଂଜନ କରିବେ, ତାହା ଆଉ ହେଲାଭଳି ଲାଗୁନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ