Advertisment

ଅଣ୍ଡର ୱାର୍ଲଡ ଡନ୍‌ ଛୋଟା ରାଜନ୍‌ ଦୋଷୀ ସାବ୍ୟସ୍ତ

ମୁମ୍ବାଇ: ବହୁ ଚର୍ଚ୍ଚିତ ସାମ୍ବାଦିକ ଜ୍ୟୋତିର୍ମୟ ଦେ ହତ୍ୟା ମାମଲା। ମୁମ୍ବାଇ ମକୋକା କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ଅଣ୍ଡର ୱାର୍ଲଡ ଡନ୍ ଛୋଟା ରାଜନ ଦୋଷୀ ସାବ୍ୟସ୍ତ। ଅନ୍ୟତମ ଅଭିଯୁକ୍ତ ସାମ୍ବାଦିକା ଜିଗ୍ନା ଭୋରା ଦୋଷମୁକ୍ତ। ବାଲିରୁ ଗିରଫ ଛୋଟା ରାଜନ ଏବେ ତିହାର ଜେଲରେ ଅଛି। ୨୦୧୧, ଜୁନ୍ ୧୧ରେ ଜ୍ୟୋତିର୍ମୟଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟି ଥିଲା। ପୁରା ଘଟଣା କ୍ରମ– ୨୦୧୧ ଜୁନ ୧୧ ତାରିଖରେ […]

ଅଣ୍ଡର ୱାର୍ଲଡ ଡନ୍‌ ଛୋଟା ରାଜନ୍‌ ଦୋଷୀ ସାବ୍ୟସ୍ତ

chhota

Advertisment

ମୁମ୍ବାଇ: ବହୁ ଚର୍ଚ୍ଚିତ ସାମ୍ବାଦିକ ଜ୍ୟୋତିର୍ମୟ ଦେ ହତ୍ୟା ମାମଲା। ମୁମ୍ବାଇ ମକୋକା କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ଅଣ୍ଡର ୱାର୍ଲଡ ଡନ୍ ଛୋଟା ରାଜନ ଦୋଷୀ ସାବ୍ୟସ୍ତ। ଅନ୍ୟତମ ଅଭିଯୁକ୍ତ ସାମ୍ବାଦିକା ଜିଗ୍ନା ଭୋରା ଦୋଷମୁକ୍ତ। ବାଲିରୁ ଗିରଫ ଛୋଟା ରାଜନ ଏବେ ତିହାର ଜେଲରେ ଅଛି। ୨୦୧୧, ଜୁନ୍ ୧୧ରେ ଜ୍ୟୋତିର୍ମୟଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟି ଥିଲା।

Advertisment

ପୁରା ଘଟଣା କ୍ରମ–

୨୦୧୧ ଜୁନ ୧୧ ତାରିଖରେ 'ମିଡ୍ ଡ'ର କ୍ରାଇମ ରିପୋର୍ଟର ଜ୍ୟୋତିର୍ମୟ ଦେଙ୍କୁ ହତ୍ୟା କରାଯାଇଥିଲା। ଘରକୁ ଫେରୁଥିବା ବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲା ଛୋଟା ରାଜନ। ସୂଚନା ଅନୁସାରେ ଜ୍ୟୋତିର୍ମୟ ଦେ ଦୁଇଟି ବହି ଲେଖୁଥିଲେ। ଏଥିରେ ସେ ଦାଉଦ ଇବ୍ରାହିମକୁ ଏକ ପ୍ରକାର ପ୍ରଶଂସା କରିବା ସହିତ ଛୋଟା ରାଜନକୁ ବେଶି ଗୁରୁତ୍ୱ ଦେଇନଥିଲେ ବରଂ ଏକ ଛୋଟ ମୋଟ ଗୁଣ୍ଡାରୁ ଛୋଟା ରାଜନ ଗ୍ୟାଙ୍ଗଷ୍ଟର ହୋଇଥିବା ଲେଖିଥିଲେ ଜ୍ୟୋତିର୍ମୟ ଦେ।  ଛୋଟା ରାଜନ ପାଇଁ ଏହା ଅପମାନଜନକ ଥିଲା। ଏହା ହିଁ ହତ୍ୟାକାଣ୍ଡର ମୁଖ୍ୟ କାରଣ ବୋଲି ସିବିଆଇ କହିଛି।

ବୃତ୍ତିଗତ ଶତ୍ରୁତାକୁ ନେଇ ଜ୍ୟୋତିର୍ମୟଙ୍କ ବିଷୟରେ ଅନ୍ୟ ଜଣେ ସାମ୍ବାଦିକ ଜିଗ୍ନା ଭୋରା ଛୋଟା ରାଜନକୁ ସୂଚନା ଦେଇଥିବାରୁ ତାଙ୍କ ବିରୋଧରେ ବି ଚାର୍ଜସିଟ ଦାଖଲ ହୋଇଥିଲା। ୨୦୧୫ରେ ଛୋଟା ରାଜନକୁ ପ୍ରତ୍ୟର୍ପଣ ଚୁକ୍ତି ଅନୁସାରେ ଇଣ୍ଡୋନେସିଆରୁ ଭାରତକୁ ଅଣାଯାଇଥିଲା। ଏବେ ସେ ତିହାର ଜେଲ୍‌ରେ ଅଛି। ଦୋଷୀଙ୍କୁ ଫାଶୀ ଦିଆଯାଉ ବୋଲି ଦାବି କରିଛନ୍ତି ଜ୍ୟୋତିର୍ମୟ ଦେଙ୍କ ଭଉଣୀ ।

Advertisment
Mumbai Journalist Journalist Jyotirmoy Dey J. Dey Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ