sharath koppu
କାନସାସ୍: ଆମେରିକାର କାନସାସ୍ ସହରରେ ଜଣେ ଭାରତୀୟ ଛାତ୍ରଙ୍କୁ ହତ୍ୟା କରାଯାଇଛି । ଏହି ଘଟଣାରେ ସ୍ଥାନୀୟ ପୁଲିସ୍ ଅଭିଯୁକ୍ତ ହତ୍ୟାକାରୀର ଭିଡିଓ ଜାରି କରିଛି। ହତ୍ୟାକାରୀ ସମ୍ପର୍କରେ ସୂଚନା ଦେବା ପାଇଁ ପୁରସ୍କାର ରାଶି ମଧ୍ୟ ଘୋଷଣା କରିଛି।
ତେବେ କେଉଁ କାରଣରୁ ଭାରତୀୟ ଛାତ୍ରଙ୍କୁ ହତ୍ୟା କରାଯାଇଛି, ସେ ନେଇ ଏଯାଏ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା କାନସାସ୍ ପୁଲିସ୍ କହିଛି। ମୃତ ଭାରତୀୟ ଛାତ୍ରଙ୍କ ନାମ ହେଉଛି ଶରତ କୋପ୍ପୁ । ଗତ ଶୁକ୍ରବାର ତାଙ୍କୁ ହତ୍ୟା କରାଯାଇଥିଲା। ସେ ମିସୋରୀ-କାନସାସ୍ ସହରରେ ରହି ପଢ଼ିବା ସହ ଏକ ରେଷ୍ଟୁରାଣ୍ଟରେ ପାର୍ଟ ଟାଇମ୍ କାମ କରୁଥିଲେ।
/odishatv-khabar/media/post_attachments/wp-content/uploads/2018/07/sharath-koppu-shooting-suspect.jpg)
ଶରତଙ୍କ ଘର ତେଲେଙ୍ଗାନାର ଓ୍ୱାରାଙ୍ଗଲ ଜିଲ୍ଲାରେ ବୋଲି କାନସାସ୍ ପୁଲିସ୍ ସ୍ପଷ୍ଟ କରିଛି। ଶରତ ରେଷ୍ଟୁରାଣ୍ଟରେ କାମ କରୁଥିବା ସମୟରେ ଅଭିଯୁକ୍ତ ତାଙ୍କୁ ଗୁଳିମାଡ଼ କରିଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ସେପଟେ ମୃତଦେହ ଭାରତ ଆଣିବାକୁ ତାଙ୍କ ପରିବାର ଲୋକ ସରକାରଙ୍କୁ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷେ ସିକାଗୋରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ସମସ୍ତ ଉଦ୍ୟମ କରାଯିବ ବୋଲି କୁହାଯାଇଛି । ଏହା ସହ ସୂଚନା ଦେଇଥିବା ଲୋକଙ୍କୁ ୧୦ହଜାର ଡଲାର ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/sharath-koppu_1626688613.jpg)