Advertisment

କେରଳରେ ବର୍ଷାର ତାଣ୍ଡବ; ବନ୍ୟାରେ ଚାଲି ଗଲା ୨୪ ଜୀବନ

ଥିରୁଅନନ୍ତପୁରମ୍‌: କେରଳରେ ବର୍ଷାର ତାଣ୍ଡବ। ଲଗାଣ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ବନ୍ୟା ଓ ଭୂସ୍ଖଳନରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ୪ଜଣ ନିଖୋଜ ଅଛନ୍ତି। ୱେନାଦ୍‌ରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ନୌସେନାର ୪ଟି ଟିମ୍‌ ଓ ଏକ ସି କିଙ୍ଗ୍‌ ହେଲିକପ୍ଟର ପଠାଯାଇଛି। ଏନ୍‌ଡିଆର୍‌ଏଫ୍‌ର ୩ଟି ଟିମ୍‌ କୋଝିକୋଡ୍‌, ଇର୍‌ନାକୁଲମ୍‌ ଓ ଆଲ୍‌ପୁଝା ଜିଲ୍ଲାରେ ମୁତୟନ କରାଯାଇଛି। ସେନା, ନୌସେନା, ପୁଲିସ୍‌ ଓ ଦମକଳ ବାହିନୀ ଉଦ୍ଧାର […]

କେରଳରେ ବର୍ଷାର ତାଣ୍ଡବ; ବନ୍ୟାରେ ଚାଲି ଗଲା ୨୪ ଜୀବନ

kerala

Advertisment

ଥିରୁଅନନ୍ତପୁରମ୍‌: କେରଳରେ ବର୍ଷାର ତାଣ୍ଡବ। ଲଗାଣ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ବନ୍ୟା ଓ ଭୂସ୍ଖଳନରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ୪ଜଣ ନିଖୋଜ ଅଛନ୍ତି। ୱେନାଦ୍‌ରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ନୌସେନାର ୪ଟି ଟିମ୍‌ ଓ ଏକ ସି କିଙ୍ଗ୍‌ ହେଲିକପ୍ଟର ପଠାଯାଇଛି।

Advertisment

publive-image

ଏନ୍‌ଡିଆର୍‌ଏଫ୍‌ର ୩ଟି ଟିମ୍‌ କୋଝିକୋଡ୍‌, ଇର୍‌ନାକୁଲମ୍‌ ଓ ଆଲ୍‌ପୁଝା ଜିଲ୍ଲାରେ ମୁତୟନ କରାଯାଇଛି। ସେନା, ନୌସେନା, ପୁଲିସ୍‌ ଓ ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ଅନ୍ୟପକ୍ଷରେ, କେରଳ ସରକାର ଜରୁରୀ ସ୍ଥିତିର ମୁକାବିଲା ପାଇଁ ନୌସେନା, ସ୍ଥଳ ସେନାବାହିନୀ ଓ ବାୟୁ ସେନାର ସହଯୋଗ ଲୋଡ଼ିଛନ୍ତି।

publive-image

କୋଚି ବିମାନବନ୍ଦରରେ ଗତକାଲି ୨ଘଣ୍ଟା ପର୍ଯ୍ୟନ୍ତ ସମସ୍ତ ଅନ୍ତର୍ଜାତୀୟ ଓ ଘରୋଇ ବିମାନ ଗୁଡ଼ିକର ଅବତରଣ କୁ ବାତିଲ କରାଯାଇଥିଲା। ସେହିପରି ତଳିଆ ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବା ସହ ବିଭିନ୍ନ ସ୍ଥାନରେ ରେଡ୍‌ ଆଲର୍ଟ ଜାରି କରାଯାଇଛି।

Advertisment

publive-image

ଇଡ୍ଡୁକି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ମାଲାପୁରମ୍ମରେ ୬, ୱେନାଦ୍‌ରେ ୧, କୋଝିକୋଡ୍‌ରେ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେହିପରି ପାଲାକ୍କଡ଼୍‌, ୱେନାଦ୍‌ ଓ କୋଝିକୋଡ୍‌ରେ ଏକାଧିକ ଲୋକ ନିଖୋଜ ଅଛନ୍ତି। ତେବେ ଆସନ୍ତା ୨୪ଘଣ୍ଟା ମଧ୍ୟରେ କେରଳର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ