bolangir
ଭୁବନେଶ୍ୱର: ଯିଏ ଦିନେ ଘର ଚଳାଉଥିଲା, ତା ଗୋଡ ଓ ହାତରେ ପଡିଛି ବେଡ଼ି। ଅର୍ଥାଭାବରୁ ମାନସିକ ଅନଗ୍ରସର ପୁଅର ଚିକିତ୍ସା କରାଇ ପାରୁନାହାନ୍ତି ପରିବାର ଲୋକେ।
ଏପରି ଏକ ଦୁଃଖଦାୟକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଲାଲ୍ଟିକ୍ରା ଅଞ୍ଚଳରେ। ଗୋପବନ୍ଧୁ ନଗର ବାସିନ୍ଦା ଗୋବିନ୍ଦ ଝାଙ୍କର ବଡପୁଅ ଯିଏକି ଦିନେ ପରିବାର ପ୍ରତିପୋଷଣ କରୁଥିଲେ ଏବେ ସେ ନିଜେ ପରିବାର ପାଇଁ ବୋଝ ପାଲଟିଯାଇଛନ୍ତି। କାରଣ ସେ ଏବେ ମାନସିକ ଅନଗ୍ରସର।
ଭୋକ ହେଲେ ନିଜେ ଖାଇପାରୁନାହାନ୍ତି। ତେଣୁ ଗୋବିନ୍ଦଙ୍କୁ ଖୁଆଇ ଦେଉଛନ୍ତି ତାଙ୍କ ଭଉଣୀ। ନିଜ କାମ ବି ନିଜେ କରିପାରୁନାହାନ୍ତି ଗୋବିନ୍ଦ। ଆରପାରିରେ ଗୋବିନ୍ଦଙ୍କ ବାପା। ଏପରି ଅବସ୍ଥାରେ ଗୋବିନ୍ଦଙ୍କୁ ଭରସା ତାଙ୍କ ମାଆ ଆଉ ଭଉଣୀ। ଏପଟେ ଅର୍ଥାଭାବରୁ ପୁଅର ଚିକିତ୍ସା କରାଇ ପାରୁନାହାନ୍ତି ତାଙ୍କ ମାଆ।
ଗୋବିନ୍ଦଙ୍କର ତିନି ଭଉଣୀ, ଆଉ ଜଣେ ଭାଇ। ଜଣେ ଭଉଣୀ ବାହା ହୋଇସାରିଥିବା ବେଳେ ସାନ ଭାଇ ବାହା ହୋଇ ଅନ୍ୟତ୍ର ରହୁଛି। ଆଜକୁ ୬ ବର୍ଷ ତଳେ ଗୋବିନ୍ଦଙ୍କ ବାପାଙ୍କ ମୃତ୍ୟୁ ପରେ ଗୋବିନ୍ଦଙ୍କର ଦେଖାଦେଇଥିଲା ମାନସିକ ବିକୃତି। ସାହି ପଡୋଶୀଙ୍କୁ ଟେକା ମାଡ ସହ ଗାଳିଗୁଲଜ କରିବାରୁ ପରିବାର ଲୋକେ ତା ହାତ ଗୋଡରେ କଡି ପକାଇ ରଖିଛନ୍ତି।
ଏପରିସ୍ଥଳେ ସରକାରୀ ସହାୟତାକୁ ଅପେକ୍ଷା କରି ରହିଛନ୍ତି ଗୋବିନ୍ଦଙ୍କ ପରିବାର ଲୋକେ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି, ଖୁବ୍ ଶୀଘ୍ର ଗୋବିନ୍ଦଙ୍କୁ ଉଦ୍ଧାର କରାଯିବା ସହ ତାର ଚିକିତ୍ସା କରାଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/bolangir_1626434277.jpg)