• Astrospeak
  • Live TV
  • Read In English

ମାଉଥ୍ ଅର୍ଗାନ୍ ବଜାଉଛି ହାତୀ ! ସୋସିଆଲ୍ ମିଡିଆରେ ଭିଡ଼ିଓ ଭାଇରାଲ୍

ତାମିଲନାଡୁ :   ଆପଣ ମାଉଥ୍ ଅର୍ଗାନ୍ ବଜାଉଥିବା ଅନେକ କଳାକାରଙ୍କୁ ଦେଖିଥିବେ , ହେଲେ ଏକ ହାତୀ ଯେ ଏଥିରେ ମାହିର୍, କେବେ ଦେଖିଛନ୍ତି ? ଏମିତି ଏକ ଖବର ପ୍ରକାଶ ପାଇଛି ଏନଡି ଟିଭିରେ । ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଗୋଟେ ହାତୀ ମାଉଥ୍ ଅର୍ଗାନ୍ ବଜାଇ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁସାରେ , ଅନଦାଲ ନାମକ ଏହି ହାତୀ ନିଜର ଶୁଣ୍ଢରେ ମାଉଥ୍ ଅର୍ଗାନ୍ ଏମିତି […]

elephant
elephant

ତାମିଲନାଡୁ :   ଆପଣ ମାଉଥ୍ ଅର୍ଗାନ୍ ବଜାଉଥିବା ଅନେକ କଳାକାରଙ୍କୁ ଦେଖିଥିବେ , ହେଲେ ଏକ ହାତୀ ଯେ ଏଥିରେ ମାହିର୍, କେବେ ଦେଖିଛନ୍ତି ? ଏମିତି ଏକ ଖବର ପ୍ରକାଶ ପାଇଛି ଏନଡି ଟିଭିରେ । ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଗୋଟେ ହାତୀ ମାଉଥ୍ ଅର୍ଗାନ୍ ବଜାଇ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁସାରେ , ଅନଦାଲ ନାମକ ଏହି ହାତୀ ନିଜର ଶୁଣ୍ଢରେ ମାଉଥ୍ ଅର୍ଗାନ୍ ଏମିତି ବଜାଉଛି ଯେ ଆପଣ ମଧ୍ୟ ଶୁଣିଲେ ଚକିତ ହୋଇଯିବେ । ଏବେ ସୋସିଆଲ୍ ମିଡିଆ ସାଇଟ୍ ଟ୍ୱିଟରରେ ଅନଦାଲର ଏକ ଭିଡିଓ ଭାଇରାଲ୍ ସାଜିଛି । ଏହି ଭିଡିଓଟି ଟ୍ୱିଟରରେ ପୋଷ୍ଟ ହେବାର ୨ ଘଣ୍ଟା ଭିତରେ ୩୦୦ରୁ ଅଧିକ ଲୋକ ଲାଇକ୍ କରିଛନ୍ତି । ଏବଂ ୧୩୦ଥର ଏହାକୁ ରିଟ୍ୱିଟ୍ କରାଯାଇଛି ।

ଅନଦାଲ୍  ତାମିଲନାଡୁର ଏକ ମନ୍ଦିରର ହାତୀ ଅଟେ । ଏହି ଭିଡିଓରେ ଆପଣ ଦେଖିପାରିବେ କେମିତି ଭାବେ ଅନଦାଲ୍ ନିଜ ଶୁଣ୍ଢରେ ମାଉଥ୍ ଅର୍ଗାନ୍ ରଖି ବଜାଉଛି । ଆଉ ଏହାର ମଜା ନେଉଛି ।