Advertisment

ଲଗାଣ ବର୍ଷାରେ ନାକେଦମ୍ ସାରା ରାଜ୍ୟ

ଭୁବନେଶ୍ୱର: ୨୪ ଘଣ୍ଟାରେ ୩୦୫ ମିଲିମିଟର ବର୍ଷା ହୋଇଛି। ଅବିଶ୍ରାନ୍ତ ବର୍ଷାରେ ବେହାଲ ହେଲା ପର୍ଯ୍ୟଟନ ସହର ପୁରୀ। ବଡ଼ଦାଣ୍ଡରେ ଅଣ୍ଟାଏ, ସାହି ଗଳିରେ ଆଣ୍ଠୁଏ ପାଣିରେ ଉବୁଟୁବୁ ଶ୍ରୀକ୍ଷେତ୍ର ଡାକ୍ତରଖାନା ଛକ, ଗୁଣ୍ଡିଚା ମନ୍ଦିର, ବେଳାଭୂମି। ସବୁଠି ଲହଡ଼ି ଭାଙ୍ଗୁଛି ବର୍ଷା ପାଣି। ଏମିତିକି ଜିଲ୍ଲା ରେକର୍ଡ ରୁମରେ ବି ପାଣି ପଶିଯାଇଛି। ସେପଟେ ଲଗାଣ ବର୍ଷାରେ ଭୁଶୁଡ଼ି ପଡିଛି ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ପ୍ରାୟ ଶହେ ଫୁଟ ଲମ୍ବର ପାଚେରୀ। ସେହିପରି ଗୋପୀନାଥ ମନ୍ଦିର ନିକଟରେ […]

ଲଗାଣ ବର୍ଷାରେ ନାକେଦମ୍ ସାରା ରାଜ୍ୟ

rain

Advertisment

ଭୁବନେଶ୍ୱର: ୨୪ ଘଣ୍ଟାରେ ୩୦୫ ମିଲିମିଟର ବର୍ଷା ହୋଇଛି। ଅବିଶ୍ରାନ୍ତ ବର୍ଷାରେ ବେହାଲ ହେଲା ପର୍ଯ୍ୟଟନ ସହର ପୁରୀ। ବଡ଼ଦାଣ୍ଡରେ ଅଣ୍ଟାଏ, ସାହି ଗଳିରେ ଆଣ୍ଠୁଏ ପାଣିରେ ଉବୁଟୁବୁ ଶ୍ରୀକ୍ଷେତ୍ର ଡାକ୍ତରଖାନା ଛକ, ଗୁଣ୍ଡିଚା ମନ୍ଦିର, ବେଳାଭୂମି। ସବୁଠି ଲହଡ଼ି ଭାଙ୍ଗୁଛି ବର୍ଷା ପାଣି। ଏମିତିକି ଜିଲ୍ଲା ରେକର୍ଡ ରୁମରେ ବି ପାଣି ପଶିଯାଇଛି। ସେପଟେ ଲଗାଣ ବର୍ଷାରେ ଭୁଶୁଡ଼ି ପଡିଛି ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀର ପ୍ରାୟ ଶହେ ଫୁଟ ଲମ୍ବର ପାଚେରୀ। ସେହିପରି ଗୋପୀନାଥ ମନ୍ଦିର ନିକଟରେ ୫୦ ଫୁଟ୍ ଓ ରାଧାକୃଷ୍ଣ ଲେନ୍‌ରେ ୬୦ ଫୁଟ ପାଚେରୀ ଭୁଶୁଡ଼ି ପଡିଛି। ବହୁ ସ୍ଥାନରେ ଦୋକାନ ଓ ଘରେ ବି ଆବର୍ଜନା ମିଶା ବର୍ଷା ପାଣି ପଶି ଲୋକଙ୍କୁ ହୀନସ୍ତା କରିଛି। ସେହିପରି ଶ୍ରୀମନ୍ଦିର ଜଗମୋହନରୁ ମଧ୍ୟ ପାଣି ଗଳୁଥିବା ଅଭିଯୋଗ କରିଛନ୍ତି ସେବାୟତ। ଫଳରେ ASIର ମରାମତି କାମର ମାନକୁ ନେଇ ପ୍ରଶ୍ନ ଉଠିଛି।

Advertisment

ଲଗାଣ ବର୍ଷା ପରେ ରାଜଧାନୀର ବହୁ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ଦୁର୍ଦ୍ଦଶା କହିଲେ ନସରେ। ବାହାରେ ଯେମିତି, ଘର ଭିତରର ଅବସ୍ଥା ବି ସେମିତି। ଆଚାର୍ଯ୍ୟ ବିହାର ଅଞ୍ଚଳର ଘରେ ପସିଛି ପାଣି। ସମାନ ଦୁର୍ଦ୍ଦଶା ନୟାପଲ୍ଲୀ ବେହେରା ସାହି, ଜୟଦେବ ବିହାର, ସିଆରପି ଛକ, ପାଇକ ନଗରରେ। ଭାସୁଛି ରୋଷେଇ ଘର, ବେଡ୍ ରୁମ୍‌ରେ ଆଣ୍ଠୁଏ ପାଣି। କାଲି ରାତିରୁ ଏମିତି ଅଖିଆ ଅପିଆ ଖଟ ଉପରେ ବିତିଛି ସମୟ। କିଛି ସ୍ଥାନରେ ଲୋକେ ଘର ଭିତରୁ ମୋଟର ଲଗାଇ ଝରକା ବାଟେ ପାଣି ନିଷ୍କାସନ କରିଛନ୍ତି। ଲଗାଣ ବର୍ଷାକୁ ଦେଖି BMC ପକ୍ଷରୁ ହେଲ୍ପ ଲାଇନ୍ (18003450061) ନମ୍ବର ସହ କଣ୍ଟ୍ରୋଲ ରୁମ୍ ନମ୍ବର (0674-2432281) ଜାରି ହୋଇଛି।

ତୁହାକୁ ତୁହା ବର୍ଷାରେ କଟକର ସବୁ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ରକ୍ସିଲେନ, ରାଜାବଗିଚା, ବାଦାମବାଡ଼ି ସବୁଠି, ଏକାକାର ହୋଇଛି ଡ୍ରେନ୍ ଓ ବର୍ଷା ପାଣି। ଜଳ ନିଷ୍କାସନ ପାଇଁ ବିଭିନ୍ନ ସ୍ଥାନରେ ସିଏମସି ପକ୍ଷରୁ ୧୯୦ରୁ ଅଧିକ ପମ୍ପ ଲାଗିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ