dola purnima-1
ଭୁବନେଶ୍ୱର : ପରମ୍ପରା ଓ ରୀତିନୀତିର କଥା ପଡ଼ିଲେ ମନକୁ ଛାଏଁ ଆସିଯାଏ ଶ୍ରୀକ୍ଷେତ୍ରର କଥା। ମହାପ୍ରଭୁଙ୍କ ଦୋଳ ଉତ୍ସବ ନୀତି। ବିମାନରେ ବିରାଜିତ ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ଭକ୍ତଙ୍କ ସହ ମାତିଛନ୍ତି। ଫଗୁ ଅବିରର ଖେଳରେ ସେପଟେ ରତ୍ନ ସିଂହାସନରେ ଶ୍ରୀଜିଉଙ୍କର ସୁନାବେଶ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ।
କେବଳ ଶ୍ରୀକ୍ଷେତ୍ର ନୁହେଁ, ଫଗୁର ଫୁଆରାରେ ଫଗୁଣ ହୋଇଛି। ରଙ୍ଗୀନ୍ ବିମାନରେ ବସି ଗାଁକୁ ଗାଁ ,ସାହିକୁ ସାହି ବୁଲୁଛନ୍ତି ରାଧାକୃଷ୍ଣ। ହେଲେ କଟକ ମହାଙ୍ଗାର ଓଳକଣାରେ ଏ ମେଲଣ ପର୍ବ କିନ୍ତୁ ବେଶ୍ ନିଆରା। ଏଠାକାର ବିଶେଷତ୍ୱ ହେଉଛି ଏଠି କୌଣସି ବିମାନଙ୍କୁ ନିମନ୍ତ୍ରଣ କରାଯାଏ ନାହିଁ । ଭକ୍ତମାନେ ନିଜ ହାତରେ ରାଧାକୃଷ୍ଣଙ୍କୁ ଭୋଗ ଲଗାନ୍ତି। ସେହିପରି ବଲାଙ୍ଗୀରରେ ଯାଦବଙ୍କ ବାଡ଼ିଖେଳ ଏବଂ କଟକ ଜିଲ୍ଲା ଆଠଗଡ଼ ଗଡ଼ଜାତରେ ଅଗ୍ନି ଉତ୍ସବ ସହ ରାଜଦୋଳ ଉତ୍ସବରେ ମଜିଛନ୍ତି ଭକ୍ତ ଦେଖଣାହାରୀ।
ଏପଟେ ରଙ୍ଗର ପର୍ବ ହୋଲିକୁ ନେଇ ଝୁମି ଆସିଲାଣି ପରିବେଶ। ରଙ୍ଗ ଓ ଫଗୁର ପସରାରେ ଭରି ଗଲାଣି ଦୋକାନ ବଜାର। କେଉଁଠି କେଉଁଠି ହୋଲି ଆସିବା ପୂର୍ବରୁ ବି ବର୍ଷି ଗଲାଣି ରଙ୍ଗ । ହେଲେ ହୋଲିର ରଙ୍ଗରେ ମସଗୁଲ୍ ହେଲା ବେଳେ ଟିକେ ସତର୍କ ରହିବା ଭଲ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/dola-purnima-1_1626431271.jpg)