president ram nath kovind with his wife
ପୁରୀ: ଶ୍ରୀମନ୍ଦିରରେ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ସେବାୟତଙ୍କ ଅସମ୍ମାନ ପ୍ରସଙ୍ଗରେ ରାଷ୍ଟ୍ରପତି ଭବନରୁ କୌଣସି ଚିଠି ଆସିନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି। ସେ କହିଛନ୍ତି, କୌଣସି ଚିଠି ରାଷ୍ଟ୍ରପତିଙ୍କ ଭବନରୁ ଏବିଷୟରେ ଆସିନି କି କୌଣସି ଅସନ୍ତୋଷ ପ୍ରକାଶ କରିନାହାନ୍ତି। ତେଣୁ ଏହି ପ୍ରସଙ୍ଗରେ ଆଉ କୌଣସି ଆଲୋଚନାର ଆବଶ୍ୟକତା ନାହିଁ।
ସେପଟେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ମଧ୍ୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମତ ଦେଇ ସାରିଛନ୍ତି। ତେଣୁ ଘଟଣା ନେଇ ଏନେଇ ଆଉ ଆଲୋଚନାର ଆବଶ୍ୟକତା ନାହିଁ।
ସେପଟେ ପୁରୀ ଏସ୍ପି ସାର୍ଥକ ଷଡଙ୍ଗୀ କହିଛନ୍ତି, ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ରାଷ୍ଟ୍ରପତି ଭବନରୁ ଜିଲ୍ଲାପାଳଙ୍କୁ ଚିଠି ଆସିଥିଲା। ନିର୍ଦ୍ଦେଶ ଥିଲା ଯେ ତାଙ୍କ ପାଖକୁ କୌଳିକ ପଣ୍ଡା କି ଅନ୍ୟ କେହି ଯିବେ ନାହିଁ । ସେ କୌଣସି ଲେଖାରେ ମଧ୍ୟ ଦସ୍ତଖତ କରିବେ ନାହିଁ । ଏ ନେଇ ସେବାୟତମାନଙ୍କୁ ଜଣାଇ ଦିଆଯାଇଥିଲା । ତଦନୁସାରେ ରାଷ୍ଟ୍ରପତିଙ୍କ ଦର୍ଶନ ଲାଗି ବ୍ୟବସ୍ଥା କରାଯାଇଥିଲା। ତେବେ ଦର୍ଶନ ସମୟରେ କିଛି ଲୋକ ସୁରକ୍ଷା ବ୍ୟବସ୍ଥାକୁ ଉଲ୍ଲଂଘନ କରି ରାଷ୍ଟ୍ରପତିଙ୍କ ନିକଟକୁ ଆସିବାକୁ ଚାହିଁଥିଲେ। ଆଉ ଆମେ ଏହି ବିଷୟରେ ଶ୍ରୀମନ୍ଦିର ପ୍ରଶାସନକୁ ଏକ ରିପୋର୍ଟ ଦେଇଥିଲୁ।
ତେବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ମୁଖ୍ୟ ଶାସନ ସଚିବ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଅସନ୍ତୋଷ ପ୍ରକାଶ ନେଇ କୌଣସି ଚିଠି ଆସି ନ ଥିବା କହୁଥିବା ବେଳେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବିବରଣୀରେ ଏ ନେଇ କିଭଳି ଉଲ୍ଲେଖ କରାଗଲା ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ram-nath-kovind-with-his-wife_1626682316.jpg)