Advertisment

କ୍ରାଇମବ୍ରାଞ୍ଚର ତନାଘନା

ପାଟଣାଗଡ଼: ବଲାଙ୍ଗିର ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଆଉ ୩ ଜଣଙ୍କୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ। ଗତକାଲି ରାତିରେ ମାମଲାରେ ଲିଙ୍କ ଥିବା ଆଉ ଦୁଇ ଜଣଙ୍କୁ ଉଠାଇଥିବା ବେଳେ ଆଜି ସକାଳେ ଆଉ ଜଣଙ୍କୁ ନେଇ ଜେରା କରୁଛି କ୍ରାଇମବ୍ରାଞ୍ଚ ଟିମ୍। ଏମାନେ ହେଲେ ପାଟଣାଗଡ଼ ସ୍କାଏ କିଙ୍ଗ କୋରିଅରର ମାଲିକ ଦିଲ୍ଲୀପ ଦାସ ଓ କୋରିଅର ଡେଲିଭରି ବୟ ସୁଶାନ୍ତ ସେଠ୍‌। ଏମାନଙ୍କୁ କାଲି ରାତିରୁ ନେଇ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ। ସେହିଭଳି […]

କ୍ରାଇମବ୍ରାଞ୍ଚର ତନାଘନା

wedding gift blast

Advertisment

ପାଟଣାଗଡ଼: ବଲାଙ୍ଗିର ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଆଉ ୩ ଜଣଙ୍କୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ। ଗତକାଲି ରାତିରେ ମାମଲାରେ ଲିଙ୍କ ଥିବା ଆଉ ଦୁଇ ଜଣଙ୍କୁ ଉଠାଇଥିବା ବେଳେ ଆଜି ସକାଳେ ଆଉ ଜଣଙ୍କୁ ନେଇ ଜେରା କରୁଛି କ୍ରାଇମବ୍ରାଞ୍ଚ ଟିମ୍।

Advertisment

ଏମାନେ ହେଲେ ପାଟଣାଗଡ଼ ସ୍କାଏ କିଙ୍ଗ କୋରିଅରର ମାଲିକ ଦିଲ୍ଲୀପ ଦାସ ଓ କୋରିଅର ଡେଲିଭରି ବୟ ସୁଶାନ୍ତ ସେଠ୍‌। ଏମାନଙ୍କୁ କାଲି ରାତିରୁ ନେଇ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ। ସେହିଭଳି ଆଜି ସକାଳେ ବୈଭସୁତ ବିନ୍ଧାଣୀ ନାମକ ଅନ୍ୟଜଣେ ବ୍ୟକ୍ତିଙ୍କୁ ବି ହେପାଜତକୁ ନେଇଛି କ୍ରାଇମବ୍ରାଞ୍ଚ୍।

ଗତକାଲି ଏ ଘଟଣାରେ ମୋଟ ୫ ଜଣଙ୍କୁ ନେଇ ଜେରା କରୁଥିବା କ୍ରାଇମବ୍ରାଞ୍ଚ ଏମାନଙ୍କ ମଧ୍ୟରୁ ଜଣକୁ ଛାଡି ଦେଇଛି। ଭିଇଁସା କଲେଜରେ ଫାର୍ମାସିଷ୍ଟ ରାଜକୁମାର ଦାସଙ୍କୁ ଛାଡ଼ି ଦିଆଯାଇଛି।

Advertisment

ତେବ ଏହା ମଧ୍ୟରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ଆଜି ଦୁଇ ମାସ ପୂରୁଛି। ହେଲେ ଏଯାଏଁ ଘଟଣା ଉପରୁ ପର୍ଦ୍ଦାଫାସ ହୋଇନଥିବାରୁ ଗତକାଲିଠୁ କ୍ରାଇମବ୍ରାଞ୍ଚର ଜୋରଦାର ତନାଘନା ଆରମ୍ଭ ହୋଇଛି।

ଗତକାଲି ଭଇଁସା କଲେଜର ପୂର୍ବତନ ଅଧ୍ୟକ୍ଷ ତଥା ଏବେର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ୍ ମେହେର, ତାଙ୍କ ସହଯୋଗୀ ଉମେଶ ମଟାରୀଙ୍କ ସମେତ ୫ ଜଣଙ୍କୁ ଉଠାଇ ନେଇଥିଲା।

Advertisment
Patnagarh Wedding Gift Blast Patnagarh Parcel Bomb Blast Wedding Gift Blast Patnagarh Wedding Gift Explosion
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ