Advertisment

ଏଟିଏମ୍‌ ସାମ୍ନାରେ ଝୁଲୁଛି ନୋ କ୍ୟାସ୍‌ ବୋର୍ଡ଼

ନୂଆଦିଲ୍ଲୀ: ଏଟିଏମ୍‌ରେ ଟଙ୍କା ଅଭାବ ସତ୍ତ୍ୱେ ସରକାର ଏହାକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି। କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଶିବ ପ୍ରସାଦ ଶୁକ୍ଲା କହିଛନ୍ତି, ଏଟିଏମ୍‌ରେ ଟଙ୍କାର ଅଭାବ ନାହିଁ। କେତେକ ସ୍ଥାନରେ କମ୍ ପରିମାଣର ଟଙ୍କା ମିଳୁଛି। କିନ୍ତୁ ଯାହା କୁହାଯାଉଛି, ଟଙ୍କା ଆଦୌ ମିଳୁନି, ତାହା ସତ ନୁହେଁ। କେତେକ ରାଜ୍ୟରେ ଫସଲ ଅମଳ ଓ ବାହାଘର ଋତୁ ଯୋଗୁଁ ଅଧିକ କ୍ୟାସ୍ ଦରକାର ହେଉଛି। କିନ୍ତୁ ସାମଗ୍ରିକ ଭାବେ ଦେଖିଲେ ସେମିତି କିଛି […]

ଏଟିଏମ୍‌ ସାମ୍ନାରେ ଝୁଲୁଛି ନୋ କ୍ୟାସ୍‌ ବୋର୍ଡ଼

atm

Advertisment

ନୂଆଦିଲ୍ଲୀ: ଏଟିଏମ୍‌ରେ ଟଙ୍କା ଅଭାବ ସତ୍ତ୍ୱେ ସରକାର ଏହାକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି। କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଶିବ ପ୍ରସାଦ ଶୁକ୍ଲା କହିଛନ୍ତି, ଏଟିଏମ୍‌ରେ ଟଙ୍କାର ଅଭାବ ନାହିଁ। କେତେକ ସ୍ଥାନରେ କମ୍ ପରିମାଣର ଟଙ୍କା ମିଳୁଛି। କିନ୍ତୁ ଯାହା କୁହାଯାଉଛି, ଟଙ୍କା ଆଦୌ ମିଳୁନି, ତାହା ସତ ନୁହେଁ।

Advertisment

କେତେକ ରାଜ୍ୟରେ ଫସଲ ଅମଳ ଓ ବାହାଘର ଋତୁ ଯୋଗୁଁ ଅଧିକ କ୍ୟାସ୍ ଦରକାର ହେଉଛି। କିନ୍ତୁ ସାମଗ୍ରିକ ଭାବେ ଦେଖିଲେ ସେମିତି କିଛି ସମସ୍ୟା ନାହିଁ।  ଆର୍‌ବିଆଇ ସହିତ ଆଲୋଚନା କରାଯାଇ ଏହାର ସମାଧାନ କରାଯାଉଥିବା ସେ କହିଛନ୍ତି।

ତେବେ ଯାହା ଲାଗୁଛି, ଏତେ ଶୀଘ୍ର ସମସ୍ୟା ଦୂର ହେବାର ଆଶା ଦିଶୁ ନାହିଁ।  ଆଜି ବି ବହୁ ସ୍ଥାନରେ ଏଟିଏମ୍ ବନ୍ଦ ଅଛି।  ଝୁଲୁଛି ନୋ କ୍ୟାସ୍‌ ବୋର୍ଡ଼।  ଗ୍ରାହକମାନେ ଗୋଟିଏରୁ ଅନ୍ୟ ଏଟିଏମ୍‌କୁ ଦୌଡି ନିରାଶ ହେଉଛନ୍ତି।

Advertisment

ଯେଉଁ ଏଟିଏମ୍‌ରେ ଟଙ୍କା ଅଛି, ସେଠାରେ ଦେଖିବାକୁ ମିଳୁଛି ଲମ୍ବା ଲାଇନ। ବିହାର,  ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ, ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରେ ଏହି ସମସ୍ୟା ଉତ୍କଟ ରୂପ ଧାରଣା କରିଛି।

ଯଦି କିଛି ପଦକ୍ଷେପ ନିଆ ନ ଯାଏ ତେବେ ମୁମ୍ବାଇ ପରି ବଡ଼ ବଡ଼ ନଗରୀରେ ମଧ୍ୟ ଏହି ସମସ୍ୟା ଦେଖାଦେବ ବୋଲି ଆଶଙ୍କା କରାଗଲାଣି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ