-priya-prakas-varrier-new
ଗତ କିଛିଦିନରେ ପ୍ରିୟାପ୍ରକାଶଙ୍କ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଏହି ୟଙ୍ଗ୍ ମାଲୟାଲୀ ଅଭିନେତ୍ରୀଙ୍କ ଭିଡିଓ କ୍ଲିପ୍ ଇଂଟରନେଟ୍ରେ ଏତେ ଭାଇରାଲ୍ ହୋଇଛି ଯେ , ସେ ରାତାରାତି ଷ୍ଟାର୍ ପାଲଟିଯାଇଛନ୍ତି । ଚାରିଆଡେ ଖାଲି ତାଙ୍କର ଚର୍ଚ୍ଚା । ଭିଡିଓ କ୍ଲିପ୍ରେ ପ୍ରିୟାଙ୍କର ସ୍ମାଇଲ୍ , ଏକ୍ସପ୍ରେଶନ ଓ ଭିନ୍ନ ଅନ୍ଦାଜର ଆଖିମରା କୋଟିକୋଟି ଲୋକଙ୍କୁ ପାଗଳ କରିଛି । ଅନେକ ଲୋକ ପ୍ରିୟାଙ୍କର ଅଭିନୟ ଦକ୍ଷତାକୁ ତାରିଫ୍ କରୁଛନ୍ତି ।
ମାଲୟାଲମ୍ ଡେବ୍ୟୁ ଫିଲ୍ମ ‘ ଓରୁ ଅଡାର୍ ଲଭ୍’ର ଗୀତ ଭାଇରାଲ୍ ହେବା ପୂର୍ବରୁ କେହି ତାଙ୍କୁ ଜାଣିନଥିଲେ । ଏବେ ଛୋଟ ଠାରୁ ବଡ଼ ସବୁଠି ତାଙ୍କର ଚର୍ଚ୍ଚା । ଶୁଣାଯାଉଛି କି କିଛି ବଲିଉଡ୍ ଫିଲ୍ମର ଅଫର୍ ମଧ୍ୟ ପ୍ରିୟାପ୍ରକାଶଙ୍କ ପାଖକୁ ଆସିଛି ।
ଉଲ୍ଲେଖନୀୟଯେ ପ୍ରିୟାପ୍ରକାଶଙ୍କ ଇନ୍ଷ୍ଟାଗ୍ରାମ୍ରେ ରେକର୍ଡ ସଂଖ୍ୟକ ଫଲୋୟର ହୋଇଛନ୍ତି । ଏହାସହ ସେ ମଧ୍ୟ ଭାରତରେ ଗୁଗୁଲ୍ ସର୍ଚ୍ଚରେ ସନି ଲିୟୋନୀଙ୍କୁ ପଛରେ ପକାଇଦେଇଛନ୍ତି। ଶୁଣିବାକୁ ମିଳିଛି ଯେ ପ୍ରିୟାପ୍ରକାଶଙ୍କୁ ନିଜର ପ୍ରୋଜେକ୍ଟରେ ନେବାକୁ ସମସ୍ତେ ଚାହୁଁଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/priya-prakas-varrier-new_1626430294.jpg)