Advertisment

ମିଶନ୍ ୧୯ ପାଇଁ ବିଜେପିର ବ୍ଲୁ ପ୍ରିଣ୍ଟ

ଭୁବନେଶ୍ୱର : ୨୦୨୨ ସୁଦ୍ଧା ନବଭାରତ ଗଠନର ପ୍ରତିଶ୍ରୁତି ପୂରଣ କରିବ ବିଜେପି। ସରକାରଙ୍କର ନିର୍ଦ୍ଦିଷ୍ଟ ଲକ୍ଷ୍ୟ, ଚିନ୍ତାଧାରା ଓ ଇଛାଶକ୍ତି ରହିଛି ଦେଶର ବିକାଶ ଲାଗି। କେନ୍ଦ୍ର ସରକାର ଗତ ୪ ବର୍ଷରେ ନେଇଥିବା ପଦକ୍ଷେପର ଫଳ ୨୦୨୨ ସୁଦ୍ଧା ଦୃଶ୍ୟମାନ ହେବ। ଏହି ସମୟରେ ଭିତରେ ଦେଶରୁ ଅାତଙ୍କବାଦ, ସାଂପ୍ରଦାୟିକତା ଓ ଜାତିବାଦକୁ ସମାପ୍ତ କରିବା ସହ ସମସ୍ତ ନାଗରିକଙ୍କୁ ବାସଗୃହ ଯୋଗାଇ ଦେବାକୁ ବିଜେପି ଜାତୀୟ କାର୍ଯ୍ୟକାରିଣୀରେ ପ୍ରସ୍ତାବ ପାରିତ ହୋଇଛି। ଏହି […]

ମିଶନ୍ ୧୯ ପାଇଁ ବିଜେପିର ବ୍ଲୁ ପ୍ରିଣ୍ଟ

bjp-up

Advertisment

ଭୁବନେଶ୍ୱର : ୨୦୨୨ ସୁଦ୍ଧା ନବଭାରତ ଗଠନର ପ୍ରତିଶ୍ରୁତି ପୂରଣ କରିବ ବିଜେପି। ସରକାରଙ୍କର ନିର୍ଦ୍ଦିଷ୍ଟ ଲକ୍ଷ୍ୟ, ଚିନ୍ତାଧାରା ଓ ଇଛାଶକ୍ତି ରହିଛି ଦେଶର ବିକାଶ ଲାଗି। କେନ୍ଦ୍ର ସରକାର ଗତ ୪ ବର୍ଷରେ ନେଇଥିବା ପଦକ୍ଷେପର ଫଳ ୨୦୨୨ ସୁଦ୍ଧା ଦୃଶ୍ୟମାନ ହେବ।

Advertisment

ଏହି ସମୟରେ ଭିତରେ ଦେଶରୁ ଅାତଙ୍କବାଦ, ସାଂପ୍ରଦାୟିକତା ଓ ଜାତିବାଦକୁ ସମାପ୍ତ କରିବା ସହ ସମସ୍ତ ନାଗରିକଙ୍କୁ ବାସଗୃହ ଯୋଗାଇ ଦେବାକୁ ବିଜେପି ଜାତୀୟ କାର୍ଯ୍ୟକାରିଣୀରେ ପ୍ରସ୍ତାବ ପାରିତ ହୋଇଛି। ଏହି ଅବସରରେ ଦଳ, ବିରୋଧୀଙ୍କ ଉପରେ ଜୋରଦାର ଢଙ୍ଗରେ ବର୍ଷିଛି। ବିରୋଧୀଙ୍କ ନିକଟରେ ନେତା କି ରଣନୀତି ନଥିବାରୁ ସେମାନେ ହତୋତ୍ସାହିତ ହୋଇପଡିଛନ୍ତି। ତେଣୁ ମୋଦିଙ୍କୁ ରୋକିବା ସେମାନଙ୍କର ଏକମାତ୍ର ଏଜେଣ୍ଡା ହୋଇଛି ବୋଲି କହିଛି ବିଜେପି।

ପ୍ରଧାମନ୍ତ୍ରୀ ମୋଦି ଏବେବି ଦେଶର ସବୁଠୁ ଲୋକପ୍ରିୟ ନେତା ଓ ୨୦୧୯ ନିର୍ବାଚନରେ ଦଳ ବିପୁଳ ବିଜୟ ହାସଲ କରିବ ବୋଲି ଦଳ ଦୃଢୋକ୍ତି କରିଛି । ସେପଟେ ଚଳିତବର୍ଷ ଶେଷ ଅାଡକୁ ହେବାକୁ ଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ବିଜେପି କାର୍ଯ୍ୟକାରିଣୀ ଫୋକସରେ ରହିଥିଲା। ଛଡିଶଗଡ, ରାଜସ୍ଥାନ, ମଧ୍ୟପ୍ରଦେଶ, ମିଜୋରାମ ଓ ତେଲେଙ୍ଗାନାରେ ଦଳ କେମିତି ଭଲ କରିବ ସେନେଇ ପ୍ରସ୍ତୁତ ହୋଇଛି ରଣନୀତି।

Advertisment

୨୦୧୪ମସିହାରେ ଭଲ ଫଳାଫଳ ହୋଇନଥିବା ଓଡ଼ିଶା ଓ ପଶ୍ଚିମବଙ୍ଗ ଭଳି ରାଜ୍ୟ ଦଳର ଫୋକସରେ ରହିବ। ସେନେଇ ଜାତୀୟ କାର୍ଯ୍ୟକାରୀଣରେ ବିଶେଷ ଅାଲୋଚନା କରାଯାଇଛି। ଓଡିଶାରେ ମିଶନ୍ ୧୨୦ ଓ ୧୬ ଲୋକସଭା ଅାସନ ହାସଲ ଲାଗି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଦେଇଥିବା ଟାସ୍କ ଅନୁସାରେ କାର୍ଯ୍ୟକ୍ରମ ଚାଲିଥିବା ବିଜେପି ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ କହିଛନ୍ତି।

ମୋଦୀ ସରକାରଙ୍କ ସଫଳ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ଲାଗି ବୁଥ୍ ସ୍ତରରେ ସଙ୍ଗଠନକୁ ବ୍ୟାପକ କରିବା ପାଇଁ ରଣନୀତି ପ୍ରସ୍ତୁତ ହୋଇଛି

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ