Advertisment

ଅବେଳରେ ସ୍ୱର୍ଗଦ୍ୱାର ଚାଲିଗଲେ ଅରବିନ୍ଦ : ଝୁରୁଛି ଗାଁ ମାଟି, ଝୁରୁଛନ୍ତି ଜଗନ୍ନାଥ ପ୍ରେମୀ

ଭୁବନେଶ୍ୱର : ଭକ୍ତିଭାବ ଜଣାଣରେ କୃଷ୍ଣ ବଳରାମଙ୍କୁ ବାଲି ଖେଳାଇ ଖେଳାଇ ଶେଷରେ ସଂସାର ବେଳାଭୂମିରୁ ନିଜ ଖେଳ ସାରି ବାହୁଡି ଗଲେ କୋଟି ଓଡ଼ିଆଙ୍କ ହୃଦୟର ପ୍ରିୟ ଜଣାଣ ଗାୟକ ଅରବିନ୍ଦ ମୁଦୁଲି। ଯାହାଙ୍କ କଣ୍ଠରେ ସବୁବେଳେ ଥିଲେ ଜଗନ୍ନାଥ, ହୃଦୟରେ ଥିଲେ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା। ଖାଲି ଗାଉନଥିଲେ ତ ନିଜ ଅନ୍ତରରୁ ନିସୃତ ଅନାବିଳ ଜଗନ୍ନାଥ ଭକ୍ତି ରସକୁ ନେଇ ରଚନା କରିଛନ୍ତି ଅନେକ କାଳଜୟୀ ଭଜନ। ଏମିତି ଅବେଳାରେ […]

ଅବେଳରେ ସ୍ୱର୍ଗଦ୍ୱାର ଚାଲିଗଲେ ଅରବିନ୍ଦ : ଝୁରୁଛି ଗାଁ ମାଟି, ଝୁରୁଛନ୍ତି ଜଗନ୍ନାଥ ପ୍ରେମୀ

arvind muduli

Advertisment

ଭୁବନେଶ୍ୱର : ଭକ୍ତିଭାବ ଜଣାଣରେ କୃଷ୍ଣ ବଳରାମଙ୍କୁ ବାଲି ଖେଳାଇ ଖେଳାଇ ଶେଷରେ ସଂସାର ବେଳାଭୂମିରୁ ନିଜ ଖେଳ ସାରି ବାହୁଡି ଗଲେ କୋଟି ଓଡ଼ିଆଙ୍କ ହୃଦୟର ପ୍ରିୟ ଜଣାଣ ଗାୟକ ଅରବିନ୍ଦ ମୁଦୁଲି। ଯାହାଙ୍କ କଣ୍ଠରେ ସବୁବେଳେ ଥିଲେ ଜଗନ୍ନାଥ, ହୃଦୟରେ ଥିଲେ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା। ଖାଲି ଗାଉନଥିଲେ ତ ନିଜ ଅନ୍ତରରୁ ନିସୃତ ଅନାବିଳ ଜଗନ୍ନାଥ ଭକ୍ତି ରସକୁ ନେଇ ରଚନା କରିଛନ୍ତି ଅନେକ କାଳଜୟୀ ଭଜନ। ଏମିତି ଅବେଳାରେ ତାଙ୍କ ଅବର୍ତ୍ତମାନରେ ମ୍ରିୟମାଣ ଭଜନ ଜଗତ ଓ କୋଟି କୋଟି ଜଗନ୍ନାଥ ପ୍ରେମୀ।

Advertisment

publive-imageଯାହାକୁ ଜଣାଣରେ ବର୍ଣ୍ଣନା କରୁଥିଲେ ଅରବିନ୍ଦ, ଆଜି ଯେମିତି ତାହା ସତ୍ୟ ହୋଇଛି। ଗତକାଲି ରାତି ସାଢ଼େ ୩ଟାରେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ହୃଦଘାତରେ ମାତ୍ର ୫୬ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ୮ ତାରିଖରେ ଥିଲା ପୁଅ ବାହାଘର। ଏମିତିକି ଘରେ ଟେଣ୍ଟ ବାଉଁଶ ବନ୍ଧା ବି ଆରମ୍ଭ ହୋଇଥିଲା। ଅନେକ ବନ୍ଧୁ, ଶୁଭେଚ୍ଛୁ ଓ ଜଗନ୍ନାଥ ପ୍ରେମୀଙ୍କୁ ନିମନ୍ତ୍ରଣ ମଧ୍ୟ ଦେଇଥିଲେ। ହେଲେ ଆଜି ସେ ନୀରବ। ଭୁବନେଶ୍ୱରସ୍ଥିତ ବାସଭବନରେ ଶେଷ ଦର୍ଶନ ପରେ, ପୈତୃକ ଗାଁ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆଁ ନିକଟ ଖଣତିକୁ ନିଆଯାଇଥିଲା ତାଙ୍କ ପାର୍ଥିବ ଶରୀର। ସେ’ଠି ବି ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଲାଗିଥିଲା ଭିଡ଼। ଆଉ ସେଠାରୁ ଏହି ଅନନ୍ୟ ଜଗନ୍ନାଥ ଭକ୍ତଙ୍କୁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ଶେଷକୃତ୍ୟ କରାଯାଇଥିଲା।

publive-image୧୯୬୧ ମସିହାରେ ଜନ୍ମିତ ଅରବିନ୍ଦଙ୍କ ମୁଦୁଲିଙ୍କର ଜଗନ୍ନାଥ ଜଣାଣ ପ୍ରତି ପିଲାଟି ଦିନରୁ ଥିଲା ଦୁର୍ବଳତା। ଗୀତିକାର ସୋମନାଥ ରାଜଗୁରୁ ଓ ଭଜନ ସମ୍ରାଟ ଭିକାରୀବଳ ଥିଲେ ତାଙ୍କ ଗୁରୁ। ପ୍ରାୟ ୩ ହଜାରରୁ ଅଧିକ ହୃଦୟସ୍ପର୍ଶୀ ଭଜନ ଓ ଜଣାଣରେ କଣ୍ଠଦାନ କରିଥିବା ଅରବିନ୍ଦ ଆକାଶବାଣୀ ଓ ଦୂରଦର୍ଶନର ବି ଥିଲେ ସ୍ୱୀକୃତି ପ୍ରାପ୍ତ କଳାକାର। ପ୍ରତିଦନ କେଉଁଠି ନାଁ କେଉଁଠି ତାଙ୍କର ଚାଲୁଥିଲା କାର୍ଯ୍ୟକ୍ରମ। ଆଉ ଶ୍ରୋତାଙ୍କୁ, ବାଲି ଖେଳୁଥିଲେ, କଳା ସାଆନ୍ତେ ଓ ଜଗା ପାଇଁ ନିତି ମଲିଫୁଲ ଖଞ୍ଜା ନା ଭଳି ସୁପରହିଟ ଓଡ଼ିଆ ଭଜନ ଶୁଣାଇ ମନ୍ତ୍ରମୁଗ୍ଧ କରି ଦେଉଥିଲେ। ହେଲେ ଆଜିଠୁ ସବୁଦିନ ପାଇଁ ନୀରବି ଯାଇଛି ସେହି ସୁମଧୁର କଣ୍ଠସ୍ୱର।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ