Advertisment

ନିର୍ବାଚନ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଉଦ୍ୟମ ! ନବୀନ ପଟ୍ଟନାୟକଙ୍କ ଉପରକୁ ଜୋତା ଫୋପାଡିଲେ ଯୁବକ

ବିଜେପୁର : ବିଜେପୁର ରାଜନୀତି ଚରମ ସୀମାରେ ପହଞ୍ଚିଛି। ଆଜି ବିଜେପୁରରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପ୍ରଚାରରେ ଆସିଥିବା ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅତି ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରାଯାଇଛି। ବରପାଲି କୁମ୍ଭାରୀ ସଭାରେ ମଞ୍ଚ ଉପରୁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନତାକୁ ହାତ ହଲାଇ ଅଭିବାଦନ ଜଣାଉଥିବା ବେଳେ ଜଣେ ଦୁର୍ବୃତ୍ତ ତାଙ୍କ ଉପରକୁ ଜୋତା ଫୋପାଡି ଥିଲେ। ପ୍ରଥମ ଜୋତାଟିକୁ ମୁଖ୍ୟମନ୍ତ୍ରୀଙ୍କ ଜଣେ ଅଙ୍ଗରକ୍ଷୀ ଧରି ପକାଇଥିଲେ। ସେ ସମ୍ନାକୁ ଆସି ପୋଡିୟମ୍‌ ନିକଟରେ ମୁଖ୍ୟମନ୍ତ୍ରୀଙ୍କ […]

ନିର୍ବାଚନ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଉଦ୍ୟମ ! ନବୀନ ପଟ୍ଟନାୟକଙ୍କ ଉପରକୁ ଜୋତା ଫୋପାଡିଲେ ଯୁବକ

shoes attack

Advertisment

ବିଜେପୁର : ବିଜେପୁର ରାଜନୀତି ଚରମ ସୀମାରେ ପହଞ୍ଚିଛି। ଆଜି ବିଜେପୁରରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପ୍ରଚାରରେ ଆସିଥିବା ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅତି ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରାଯାଇଛି। ବରପାଲି କୁମ୍ଭାରୀ ସଭାରେ ମଞ୍ଚ ଉପରୁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନତାକୁ ହାତ ହଲାଇ ଅଭିବାଦନ ଜଣାଉଥିବା ବେଳେ ଜଣେ ଦୁର୍ବୃତ୍ତ ତାଙ୍କ ଉପରକୁ ଜୋତା ଫୋପାଡି ଥିଲେ।

Advertisment

ପ୍ରଥମ ଜୋତାଟିକୁ ମୁଖ୍ୟମନ୍ତ୍ରୀଙ୍କ ଜଣେ ଅଙ୍ଗରକ୍ଷୀ ଧରି ପକାଇଥିଲେ। ସେ ସମ୍ନାକୁ ଆସି ପୋଡିୟମ୍‌ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦେବାକୁ ଉଦ୍ୟମ କରୁଥିବା ବେଳେ ପୁଣି ଥରେ ଜୋତା ମାଡ଼ କରିଥିଲେ ଉକ୍ତ ଦୁର୍ବୃତ୍ତ। ଏହି ଜୋତାଟି ମୁଖ୍ୟମନ୍ତ୍ରୀଙ୍କ ମୁହଁ ପାଖକୁ ଚାଲି ଆସିଥିଲେ ବି ସୁରକ୍ଷା କର୍ମୀ ଏହାକୁ ହାତରେ ଛିଞ୍ଚାଡି ଦେବାରୁ ତାହା ତଳେ ପଡିଯାଇଥିଲା। ଏହି ଘଟଣା ପରେ ମଞ୍ଚ ତଳେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଉପସ୍ଥିତ ସୁରକ୍ଷା କର୍ମୀ ଜୋତା ଫିଙ୍ଗିଥିବା ବ୍ୟକ୍ତିଙ୍କୁ କାବୁ କରି ନେଇଥିଲେ।

Naveen Patnaik News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ