Advertisment

୩ ମାଓବାଦୀ ମୃତ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ନାରାୟଣପାଟଣା: କୋରାପୁଟ ନାରାୟଣପାଟଣାରେ ପୋଲିସର ମାଓ ଏନକାଉଣ୍ଟର। ଡୋକରୀ ଘାଟିରେ କମ୍ବିଂ ବେଳେ ପୋଲିସ- ମାଓବାଦୀ ମୁହାଁମୁହିଁ ହୋଇଥିଲେ। ପୋଲିସ ଗୁଳିରେ ୩ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଏଥିସହ ଅପରେସନରେ ଏକ ମାଓ କ୍ୟାମ୍ପକୁ ଉଡ଼ାଇ ଦେଇଛନ୍ତି ସୁରକ୍ଷା ବାହିନୀ। ଘଟଣାସ୍ଥଳରୁ ବିପୁଳ ମାଓ ସାମଗ୍ରୀ ଓ ଗୁଳିଗୋଳା ଜବତ ହୋଇଛି। ଡୋକରୀ ଘାଟିରେ ମାଓବାଦୀ ଥିବା ଖବର ପାଇ ଡିଭିଏଫ, ଏସଓଜି ପକ୍ଷରୁ ମିଳିତ ଭାବେ କମ୍ବିଂ ଅପରେସନ କରାଯାଇଥିଲା। ଏ […]

୩ ମାଓବାଦୀ ମୃତ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

maoists killed

Advertisment

ନାରାୟଣପାଟଣା: କୋରାପୁଟ ନାରାୟଣପାଟଣାରେ ପୋଲିସର ମାଓ ଏନକାଉଣ୍ଟର। ଡୋକରୀ ଘାଟିରେ କମ୍ବିଂ ବେଳେ ପୋଲିସ- ମାଓବାଦୀ ମୁହାଁମୁହିଁ ହୋଇଥିଲେ। ପୋଲିସ ଗୁଳିରେ ୩ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି।

Advertisment

ଏଥିସହ ଅପରେସନରେ ଏକ ମାଓ କ୍ୟାମ୍ପକୁ ଉଡ଼ାଇ ଦେଇଛନ୍ତି ସୁରକ୍ଷା ବାହିନୀ। ଘଟଣାସ୍ଥଳରୁ ବିପୁଳ ମାଓ ସାମଗ୍ରୀ ଓ ଗୁଳିଗୋଳା ଜବତ ହୋଇଛି।

ଡୋକରୀ ଘାଟିରେ ମାଓବାଦୀ ଥିବା ଖବର ପାଇ ଡିଭିଏଫ, ଏସଓଜି ପକ୍ଷରୁ ମିଳିତ ଭାବେ କମ୍ବିଂ ଅପରେସନ କରାଯାଇଥିଲା। ଏ ସମୟରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା।

Advertisment

ଏଥିରେ ୩ ଜଣ ମାଓବାଦୀ ନିହତ ହୋଇଥିବା ପୋଲିସର ପ୍ରାଥମିକ ସୂଚନାରୁ ଜଣା ପଡିଛି। ତେବେ ମୃତକଙ୍କ ମଧ୍ୟରେ ମାଓବାଦୀ ଅରୁଣା ଗ୍ରୁପର ସଦସ୍ୟ ଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଡିଭିଏଫ୍, ଏସଓଜିର ମିଳିତ ଅପରେସନ ଜାରି ରହିଥିବା ଅାଇଜି ଅପରେସନ ଅାରପି କୋଚେ ସୂଚନା ଦେଇଛନ୍ତି।

Koraput Maoist Encounter Maoists Killed Maoists Killed In Encounter Dokari Ghati
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ