heavy rain in up
ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ବର୍ଷାର ତାଣ୍ଡବ। ପ୍ରବଳ ବର୍ଷା ଓ ବନ୍ୟାରେ ଗତ ୪୮ ଘଣ୍ଟା ମଧ୍ୟରେ ଉତ୍ତର ପ୍ରଦେଶରେ ୧୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି।
ଶାହାଜାହାନ୍ପୁର ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। ଏହି ଜିଲ୍ଲାରେ ୮ଜଣଙ୍କ ମୃତ୍ୟୁ ଘଟିଛି। ଉଦ୍ଧାର କାର୍ଯ୍ୟରେ ବାୟୁସେନା ସାମିଲ ହୋଇଛନ୍ତି।
ସରକାରୀ ତଥ୍ୟ ଅନୁସାରେ, ସୀତାପୁର ଜିଲ୍ଲାରେ ୩ ଜଣ, ଅମେଥି ଓ ଓରୈୟା ଜିଲ୍ଲାରେ ୪ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୪୬୧ଟି ଘର ଭାଙ୍ଗି ଯାଇଛି।
ପ୍ରବଳ ବର୍ଷା ତଥା ବଜ୍ରପାତ ଯୋଗୁ ଅନେକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସେପଟେ ରାଜ୍ୟର ପୂର୍ବ ଏବଂ ପଶ୍ଚିମ ଭାଗରେ ପ୍ରବଳ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
କେରଳ ପ୍ରଳୟଙ୍କାରୀ ବନ୍ୟାର କିଛି ସପ୍ତାହ ନପୁରୁଣୁ ଉତ୍ତର ପ୍ରଦେଶରେ ପୁଣି ଏଭଳି ସ୍ଥିତି ଦେଖିବାକୁ ମିଳିଛି। କେରଳ ପ୍ରଳୟଙ୍କାରୀ ବନ୍ୟାରେ ୩୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/heavy-rain-in-up_1626760731.jpg)