accident
ଶ୍ରୀନଗର: ଚେନାବ ନଦୀରେ ତୀର୍ଥଯାତ୍ରୀ ଗାଡ଼ି ଓଲଟି ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଜାମ୍ମୁ ଓ କାଶ୍ମୀରର କିସ୍ତୱାର ଜିଲ୍ଲାରେ ଆଜି ଏହି ଅଘଟଣ ଘଟିଛି। ମଶେଲ୍ ତୀର୍ଥଯାତ୍ରାରୁ ଫେରିବା ବେଳେ ଏହି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି।
ତେବେ ସୌଭାଗ୍ୟବସତଃ ଜଣେ ୫ ବର୍ଷର ଶିଶୁକୁ ଜୀବତ ଉଦ୍ଧାର କରାଯାଇଛି। ବର୍ତ୍ତମାନ ଶିଶୁଟିର ଚିକିତ୍ସା ଚାଲିଛି। ତେବେ ଗାଡ଼ିରେ କେତେଜଣ ଯାତ୍ରୀ ଥିଲେ ଓ କେଉଁ ଅଞ୍ଚଳର ଏନେଇ କିଛି ଜଣାପଡ଼ିନି।
ସୂଚନାଥାଉ କି, ଗତ ୨୪ ଘଣ୍ଟା ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଦୁର୍ଘଟଣା। ଗତକାଲି କୁଲ୍ଲିଗଡର ଡୋଡା-କିସ୍ତୱାର ରୋଡ୍ରେ ଏକ ଦୁର୍ଘଟଣାରେ ଜଣେ ପୁଲିସ୍ କର୍ମଚାରୀଙ୍କ ସମେତ ୭ଜଣଙ୍କ ମୃତ୍ୟୁ ଘଟିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/accident-11_1626758420.jpg)