Advertisment

WTC ଅନ୍ତିମ ଫାଇନାଲ୍‌ : ଦ୍ୱିତୀୟ ଇନିଂସରେ ଭାରତକୁ ୧୭୦ ରନ୍

ସାଉଥମ୍ପଟନ୍ : ଆଜି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (WTC) ଫାଇନାଲ୍‌ର ଶେଷ ତଥା ଅନ୍ତିମ ଦିନ। ସାଉଥମ୍ପଟନରେ ଆୟୋଜିତ ଏହି ମ୍ୟାଚ୍‌ରେ ରିଜର୍ଭ ଡେ ବ୍ୟବହାର କରାଯାଉଛି। ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଟସ୍ ଜିତି…

ଅଦ୍ୟତନ ହୋଇଛି
WTC ଅନ୍ତିମ ଫାଇନାଲ୍‌ : ଦ୍ୱିତୀୟ ଇନିଂସରେ ଭାରତକୁ ୧୭୦ ରନ୍

Untitled-1

Advertisment

ସାଉଥମ୍ପଟନ୍ : ଆଜି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (WTC) ଫାଇନାଲ୍‌ର ଶେଷ ତଥା ଅନ୍ତିମ ଦିନ। ସାଉଥମ୍ପଟନରେ ଆୟୋଜିତ ଏହି ମ୍ୟାଚ୍‌ରେ ରିଜର୍ଭ ଡେ ବ୍ୟବହାର କରାଯାଉଛି। ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ପ୍ରଥମ ଇନିଂସରେ ଭାରତ ୨୧୭ ରନ୍ ସଂଗ୍ରହ କରିଥିଲା। ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡର ପ୍ରଥମ ଇନିଂସରେ ୨୪୯ ରନ୍ ହାସଲ କରିଛି। ନ୍ୟୁଜିଲ୍ୟାଣ୍ଡ ୩୨ ରନର ଅଗ୍ରଣୀ ହାସଲ କରିଛି। ଦ୍ୱିତୀୟ ଇନିଂସରେ ଭାରତ ୧୭୦ ରନ୍ ସଂଗ୍ରହ କରିଛି। ତେବେ ଏହି ମ୍ୟାଚ୍ ଜିତିବା ପାଇଁ ନ୍ୟୁଜିଲ୍ୟାଣ୍ଡକୁ ୧୩୯ ରନ୍ ସ୍କୋର କରିବାକୁ ପଡିବ।

Advertisment

ଟିମ୍ ଇଣ୍ଡିଆର ଜସପ୍ରୀତ ବୁମ୍‌ରାହ ଶେଷ ବ୍ୟାଟ୍ସମ୍ୟାନ୍ ଥିଲେ। ତାଙ୍କୁ ଟିମ୍ ସାଉଥ୍‌ ଲୈଥମ୍‌ଙ୍କ ହାତରେ କ୍ୟାଚ୍ କରେଇଥିଲା। ଭାରତ ପାଇଁ ପନ୍ତ ସର୍ବାଧିକ ୪୧ ରନ୍ ସଂଗ୍ରହ କରିଥିଲେ। ସେହିପରି କିୱି ଦଳ ପକ୍ଷରୁ ସାଉଦି ୪, ବୋଲ୍ଟ ୩, ଜେମିସନ ୨ ଓ ୱେଗ୍ନର ୧ ୱିକେଟ୍ ନେଇଥିଲେ।

ତେବେ ଟିମ୍ ଇଣ୍ଡିଆକୁ ସେତେବେଳେ ବଡ ଝଟ୍‌କା ଲାଗିଥିଲା ଯେତେବେଳେ ଋଷଭ ପନ୍ତ ୪୧ ରନ୍ କରି ଆଉଟ୍ ହୋଇଥିଲେ। ପନ୍ତଙ୍କ ପରେ ଅଶ୍ୱିନ୍ ମଧ୍ୟ ମାତ୍ର ୭ ରନ୍ କରି ପାଭିଲୋନରୁ ଫେରିଥିଲେ। ଉଭୟଙ୍କୁ ଟ୍ରେଟ୍ ବୋଲ୍ଟ ଆଉଟ୍ କରିଥିଲେ। ସେହିପରି ରବୀନ୍ଦ୍ର ଜାଡେଜାଙ୍କୁ ୧୬ ରନ୍‌ରେ ନିଲ ୱେଗ୍‌ନର୍ ଆଉଟ୍ କରିଥିବା ବେଳେ ଆଜିଙ୍କ୍ୟ ରାହାଣେ ୧୫ ରନରେ ଆଉଟ୍ ହୋଇଥିଲେ। ପୂଜାରା ୧୫ ରନ୍, କୋହଲୀ ୧୩ ରନ୍‌ରେ ଆଉଟ୍ ହୋଇଥିଲେ। କାଇଲ୍ ଜେମିସନ୍ ୱାଟ୍‌ଲିଙ୍ଗଙ୍କ ହାତରେ ବିରାଟଙ୍କୁ କ୍ୟାଚ୍ କରେଇଥିଲେ।

Advertisment

ପ୍ରଥମ ଇନିଂସରେ କାଇଲ ଜେମିସନ ବିରାଟ କୋହଲିଙ୍କୁ ମଧ୍ୟ ଏଲବିଡବ୍ଲୁ କରିଥିଲେ। ଜେମସନ୍ ତାଙ୍କ ବୋଲିଂ କୌଶଳରେ ବିଶ୍ୱର ପ୍ରଶଂସକ ଏବଂ କ୍ରିକେଟ୍ ବିଶେଷଜ୍ଞଙ୍କୁ ନିଜ ପ୍ରତି ଆକର୍ଷିତ କରିପାରିଛନ୍ତି।

ଟେଷ୍ଟ କ୍ରିକେଟରେ ତୃତୀୟ ଥର ପାଇଁ ବିରାଟ କୋହଲିଙ୍କୁ କାଇଲ ଜେମିସନ ଆଉଟ୍ କରିଛନ୍ତି। ଡେବ୍ୟୁ ଟେଷ୍ଟରେ ଜେମିସନ୍ ବିରାଟ କୋହଲିଙ୍କ ୱିକେଟ୍ ନେଇଥିଲେ ଏବଂ ବର୍ତ୍ତମାନ ସେ ସାଉଥମ୍ପଟନରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲର ଉଭୟ ଇନିଂସରେ ବିରାଟଙ୍କ ୱିକେଟ୍ ନେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ