Advertisment

From Cricket to Skincare: ପ୍ରଧାନମନ୍ତ୍ରୀଙ୍କ ସହ ଅନୁଭୂତି ବାଣ୍ଟିଲେ ମହିଳା କ୍ରିକେଟ ଖେଳାଳି, ଜଣେ ପଚାରିଦେଲେ ସ୍କିନ୍ ଗ୍ଲୋ କରିବାର ରାଜ

ମହିଳା ବିଶ୍ବକପ୍ ଚାମ୍ପିଅନ୍ ଟିମକୁ ଭେଟି ଶୁଭେଚ୍ଛା ସହ ଖୁସି ବାଣ୍ଟିଲେ ମୋଦି। । ଜଣ ଜଣ କରି ସମସ୍ତ ଖେଳାଳି ବିଶ୍ବକପ୍ ଅନୁଭୂତି ବାଣ୍ଟିଥିଲେ। ସଂଘର୍ଷର କାହାଣୀ, ସଫଳତାର ଗୋଟି ଗୋଟି ସୋପାନ ବାବଦରେ କହିଥିଲେ ଚାମ୍ପିଅନ୍।

PM Modi

PM Modi Photograph: (OTV)

Advertisment

ବିଶ୍ବ ବିଜୟୀ ଭାରତୀୟ ମହିଳା କ୍ରିକେଟରଙ୍କୁ ଭେଟିଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ନିଜ ବାସଭବନରେ ୱାର୍ଲଡ ଚାମ୍ପିଅନକୁ ଭବ୍ୟ ସ୍ବାଗତ ସହ ମନଖୋଲା କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ। ପ୍ରାୟ ୨ ଘଣ୍ଟା ଧରି ଆଲୋଚନା କରିଥିଲେ। ବିଶ୍ବକପ୍ ଅଭିଯାନ, ଚାମ୍ପିଅନ୍ ହେବାଠୁ ମୈଦାନ ବାହାରର ଅନେକ କଥା ପଚାରିଥିଲେ ପ୍ରଧାନମନ୍ତ୍ରୀ। ମଜାଦାର ଆଲୋଚନାରେ ପ୍ରଧାନମନ୍ତ୍ରୀଙ୍କ ସହ ଅନେକ ଅନୁଭୂତି ବାଣ୍ଟିଥିଲେ ଖେଳାଳି। କିଏ ପ୍ରଧାନମନ୍ତ୍ରୀଙ୍କୁ ସଫଳତାର ସିକ୍ରେଟ ତ କେହି ପଚାରିଥିଲେ ସ୍କିନ୍ ଗ୍ଲୋ କରିବାର ରାଜ। ...

Advertisment

ୱାର୍ଲଡ ଚାମ୍ପିଅନଙ୍କ ସହ ପିଏମ୍ ମୋଦି 
ମନ ଖୋଲା କଥା, ହସି ହସି ଆଲୋଚନା
ବିଶ୍ବକପ୍ ଅଭିଯାନଠୁ ବିଶ୍ବ ବିଜେତା ଯାଏଁ ଯାତ୍ରା

କେମିତି ଥିଲା ପ୍ରସ୍ତୁତି, କିଭଳି ଥିଲା ଚ୍ୟାଲେଞ୍ଜ
ଅନେକ ଗପସପ କଲେ, ଅନୁଭୂତି ପଚାରିଲେ ପ୍ରଧାନମନ୍ତ୍ରୀ
ବାସଭବନରେ ଆତିଥ୍ୟ ସହ ୨ ଘଣ୍ଟା ଧରି ଆଲୋଚନା

Advertisment

ମହିଳା ବିଶ୍ବକପ୍ ଚାମ୍ପିଅନ୍ ଟିମକୁ ଭେଟି ଶୁଭେଚ୍ଛା ସହ ଖୁସି ବାଣ୍ଟିଲେ ମୋଦି। । ଜଣ ଜଣ କରି ସମସ୍ତ ଖେଳାଳି ବିଶ୍ବକପ୍ ଅନୁଭୂତି ବାଣ୍ଟିଥିଲେ। ସଂଘର୍ଷର କାହାଣୀ, ସଫଳତାର ଗୋଟି ଗୋଟି ସୋପାନ ବାବଦରେ କହିଥିଲେ ଚାମ୍ପିଅନ୍। ମଜାଦାର ମାହୋଲରେ ଖେଳାଳିଙ୍କୁ ବି କେତେ କଥା ପଚାରିଲେ ପ୍ରଧାନମନ୍ତ୍ରୀ।

ନିଜ ପ୍ରିୟ ନେତାଙ୍କୁ ପାଖରେ ପାଇଁ ଖୁସିର ମୁହୂର୍ତ୍ତକୁ ହାତଛଡ଼ା କରି ନଥିଲେ ଭାରତୀୟ ମହିଳା କ୍ରିକେଟର। ୨୦୧୭ରେ ଭାରତ ମହିଳା ବିଶ୍ବକପ୍ ଟ୍ରଫି ଆଣିବାରେ ଝୁଣ୍ଟିଥିଲା। ସେତେବେଳେ ଖେଳାଳିଙ୍କୁ ଭେଟି ମନୋବଳ ବଢ଼ାଇଥିଲେ ପ୍ରଧାନମନ୍ତ୍ରୀ। ସେଦିନ ଦେଇଥିବା ଟିପ୍ସ କିଭଳି ୨୦୨୫ରେ ସଫଳତା ଆଣିଦେଲା କହିଥିଲେ ଖେଳାଳି। ସେହିପରି ଲିଗରେ ହାରିବା ପରେ ଟିମ୍ କିଭଳି ଟ୍ରୋଲିଂର ଶିକାର ହୋଇଥିଲା ଆଲୋଚନା ବେଳେ କହିଥିଲେ ପ୍ରଧାନମନ୍ତ୍ରୀ। ହରମନପ୍ରୀତଙ୍କୁ ମନେପକାଇଥିଲେ ଲାଷ୍ଟ କ୍ୟାଚ୍ ଓ ମ୍ୟାଚ୍ ୱିନ୍ କଥା। ... 

Advertisment

କେବଳ କ୍ରିକେଟ ନୁହେଁ, ଖେଳାଳିଙ୍କୁ ମୈଦାନ ବାହାର ଲାଇଫ ବାବଦରେ ବି ପଚାରିଥିଲେ ପ୍ରଧାନମନ୍ତ୍ରୀ। ସେହିପରି ଖେଳାଳି ବି ପିଏମ୍ ମୋଦିଙ୍କୁ ଅନେକ କଥା ପଚାରିଥିଲେ। କିଏ ସଫଳତାର ସିକ୍ରେଟ ତ କେହି ସ୍କିନ୍ ଗ୍ଲୋର ରାଜ କଣ ପ୍ରଶ୍ନ କରିଥିଲେ। ହରଲିନ୍ ଦୌଲତ ତାଙ୍କ ସ୍କିନ କେୟାର ରୁଟିନ୍ ବାବଦରେ ପ୍ରଧାନମନ୍ତ୍ରୀଙ୍କୁ ପଚାରିଥିଲେ। ତାଙ୍କ କଥା ଶୁଣି ଟିକେ ଲାଜେଇ ଯାଇ ଉତ୍ତର ରଖିଥିଲେ ମୋଦି। 

କାହିଁକି କ୍ରିକେଟ ବାଛିଲେ ଶେଫାଳି ?

ସେହିପରି ପ୍ରଧାନମନ୍ତ୍ରୀ ଦୀପ୍ତିଙ୍କୁ ଡିଏସପି କହି ସମ୍ବୋଧନ ସହ ହନୁମାନ ଟାଟୁର ଶକ୍ତି, ରୋହତକର ଝିଅ ଶେଫାଳିଙ୍କୁ କୁସ୍ତିରେ ମନ ନଦେଇ କାହିଁକି କ୍ରିକେଟକୁ ବାଛିଲେ ବୋଲି ପଚାରିଥିଲେ । ଫାଇନାଲରେ ଅମନଜୋତଙ୍କୁ ଜଗଲିଂ କ୍ୟାଚ, ଜେମିମାଙ୍କୁ ସେମିରେ ଅପରାଜିତ ସେଞ୍ଚୁରୀର ଅନୁଭୂତି ପଚାରିଥିଲେ ପ୍ରଧାନମନ୍ତ୍ରୀ। ଜଣ ଜଣ କହି ସମସ୍ତ ଖେଳାଳି ଓ କୋଚଙ୍କ ସହ କଥା ହୋଇଥିଲେ। ... 
ଆଲୋଚନା ପରେ ଖାଇବା ବ୍ୟବସ୍ଥା ବେଳେ ପ୍ରଧାନମନ୍ତ୍ରୀ ଖେଳାଳିଙ୍କୁ ସେମାନଙ୍କ ମନ ପସନ୍ଦର ବ୍ୟଞ୍ଜନ ପ୍ରସ୍ତୁତ ହୋଇଥିବା କହିଥିଲେ । ଏହି ସମୟରେ ଆହତ ଥିବାରୁ ହ୍ବିଲ ଚେୟାରରେ ଥିବା ପ୍ରତୀକାଙ୍କ ପାଖକୁ ଯାଇ ନିଜେ ସିଙ୍ଗଡା ଦେଇଥିଲେ। ୱାର୍ଲଡ ଚାମ୍ପିଅନଙ୍କ ସହ ବିଶ୍ବକପ୍ ଟ୍ରଫି ଧରି ବି ଫଟୋ ଉଠାଇଥିଲେ ପ୍ରଧାନମନ୍ତ୍ରୀ।

ଏହି ଅବସରରେ ନମୋ ଓ ଏକ ନମ୍ବର ଲେଖାଥିବା ଏବଂ ୧୧ ଖେଳାଳିଙ୍କ ଦସ୍ତଖତ ଥିବା ସ୍ବତନ୍ତ୍ର ଜର୍ସି ତାଙ୍କୁ ଭେଟି ଦେଇଛନ୍ତି ଖେଳାଳି। ବିଶ୍ବ ବିଜୟୀ ଭାରତୀୟ ମହିଳା ଟିମ୍ ଓ ସମସ୍ତ ଷ୍ଟାଫଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବି ଭେଟିଛନ୍ତି। ରାଷ୍ଟ୍ରପତିଙ୍କୁ ସମସ୍ତ ଖେଳାଳିଙ୍କ ଦ୍ବାରା ସ୍ବାକ୍ଷରିତ ଜର୍ସି ପ୍ରଦାନ କରାଯାଇଥିଲା । ବିଶ୍ବକପ ବିଜୟ ପାଇଁ ରାଷ୍ଟ୍ରପତି ପୁରା ଟିମକୁ ଅଭିନନ୍ଦନ ଜଣାଇଥିଲେ । 

PM Modi Indian Women Cricket Team
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ