virat-kohli-te
ନୂଆଦିଲ୍ଲୀ: ଚାରିବର୍ଷ ଭିତରେ ବହୁତ କିଛି ବଦଳି ସାରିଛି। ଏହାରି ଭିତରେ ବିରାଟ କୋହଲି କ୍ରିକେଟ ଜଗତରେ ବ୍ୟାଟିଂର ବାଦ୍ଶାହ ବନିଯାଇଛନ୍ତି। ଏହି କଥା କହିଛନ୍ତି ବିରାଟ କୋହଲିଙ୍କ ପିଲାଦିନର କୋଚ୍ ରାଜ୍ କୁମାର ଶର୍ମା। ସେ କହିଛନ୍ତି ୧ ଅଗଷ୍ଟରୁ ଇଂଲଣ୍ଡରେ ଆରମ୍ଭ ହେବାକୁ ଥିବା ୫ ଟିକିଆ ଟେଷ୍ଟ ସିରିଜ୍ରେ ବିରାଟଙ୍କ ବ୍ୟାଟିଂକୁ କେହି ରୋକିପାରିବେନି।
ଭାରତୀୟ ଦଳ ଯେତେବେଳ ୨୦୧୪ରେ ଇଂଲଣ୍ଡ ଗସ୍ତ କରିଥିଲା, ସେହି ସିରିଜ୍ରେ ୫ଟି ମ୍ୟାଚ୍ର ୧୦ ଟି ଇନିଂସ ଖେଳି କୋହଲି ୧୩.୪୦ ହାରରେ ମାତ୍ର ୧୩୪ ରନ କରିବାକୁ ସକ୍ଷମ ହୋଇଥିଲେ। ଯେଉଁଥିରେ ସର୍ବାଧିକ ସ୍କୋର୍ ୩୯ରନ ଥିଲା। ଇଂଲଣ୍ଡ ଗସ୍ତ କଥା ଆସିଲେ ସେହି ସିରିଜ୍ରେ କୋହଲିଙ୍କ ପ୍ରଦର୍ଶନ କଥା ମନେପଡ଼ିଯାଏ। କିନ୍ତୁ ଶର୍ମା କହିଛନ୍ତି, ଏହି ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ସେ ଘଟଣାକୁ ଭୁଲିସାରିଛନ୍ତି।
ସେ କହିଛନ୍ତି ଲୋକଙ୍କୁ ଲାଗୁଛି ବିରାଟ କୋହଲିଙ୍କୁ ପ୍ରମାଣ କରି ଦେଖାଇବାକୁ ପଡ଼ିବ। ହେଲେ ତାଙ୍କୁ କୌଣସି ପ୍ରମାଣ ଦେବା ଦରକା ନାହିଁ। କାରଣ, ସେ ଏହି ଚାରିବର୍ଷ ଭିତରେ ଦୁନିଆ ସାରା ତାଙ୍କ ବ୍ୟାଟିଂର ଛାପ ଛାଡ଼ିସାରିଛନ୍ତି। ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ଦକ୍ଷୀଣଆଫ୍ରିକା ଓ ୱେଷ୍ଟଇଣ୍ଡିଜ୍ ଭଳି ଶକ୍ତିଶାଳୀ ଦଳ ବିରୋଧରେ ଦମ୍ଦାର ପ୍ରଦର୍ଶନ କରିଦେଖାଇଛନ୍ତି। ୨୦୧୪ ଇଂଲଣ୍ଡ ଗସ୍ତ ପରେ କୋହଲି ୩୭ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଯେଉଁଥିରୁ ସେ ୬୪.୬୯ ପ୍ରତିଶତ ହାରରେ ୩୬୯୯ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ୧୫ଟି ଶତକ ସାମିଲ ରହିଛି। ଯାହା କୋହଲିଙ୍କ କ୍ୟାରିୟରକୁ ମଜ୍ଭୁତ୍ କରିପାରିଛି।
ତେବେ ଦେଖିବାକୁ ବାକି ରହିଲା କୋହଲି ତାଙ୍କ ବ୍ୟାଟିଂ ଯାଦୁରେ ଇଂଲିଶ ବୋଲରଙ୍କୁ କେମିତି ମୁକାବିଲା କରୁଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/virat-kohli-te_1626693224.jpg)