Advertisment

ବିଶ୍ୱର ଏକ ନମ୍ବର ଟେଷ୍ଟ୍‌ ବ୍ୟାଟସ୍‌ମ୍ୟାନ୍‌ ମାନ୍ୟତା ପାଇଲେ ବିରାଟ କୋହଲି

ମୁମ୍ବାଇ: ଟିମ୍ ଇଣ୍ଡିଆ କ୍ୟାପ୍ଟେନ୍‌ ବିରାଟ କୋହଲି ବିଶ୍ୱର ଏକ ନମ୍ବର ଟେଷ୍ଟ ବ୍ୟାଟସ୍‌ମ୍ୟାନ୍‌ ମାନ୍ୟତା ପାଇଛନ୍ତି। ଏନେଇ ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ୍‌ (ଆଇସିସି) ପକ୍ଷରୁ ସୂଚନା ଦିଆଯାଇଛି। ୯୩୪ ପଏଣ୍ଟ ସହ କୋହଲି ଏହି ସ୍ଥାନ ଅଧିକାର କରିଛନ୍ତି। ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ପଛରେ ପକାଇ ବିରାଟ କୋହଲି ଏକ ନମ୍ବର ଟେଷ୍ଟ ବ୍ୟାଟସ୍‌ମ୍ୟାନ୍‌ ମାନ୍ୟତା ହାସଲ କରିଛନ୍ତି। ଇଂଲଣ୍ଡର ଏଜ୍‌ବାଷ୍ଟନ୍‌ଠାରେ ଖେଳାଯାଉଥିବା ଟେଷ୍ଟ୍‌ ସିରିଜ୍‌ର ପ୍ରଥମ ଇନିଂସ୍‌ରେ ୧୪୯ ଏବଂ ଦ୍ୱିତୀୟ […]

ବିଶ୍ୱର ଏକ ନମ୍ବର ଟେଷ୍ଟ୍‌ ବ୍ୟାଟସ୍‌ମ୍ୟାନ୍‌ ମାନ୍ୟତା ପାଇଲେ ବିରାଟ କୋହଲି

virat

Advertisment

ମୁମ୍ବାଇ: ଟିମ୍ ଇଣ୍ଡିଆ କ୍ୟାପ୍ଟେନ୍‌ ବିରାଟ କୋହଲି ବିଶ୍ୱର ଏକ ନମ୍ବର ଟେଷ୍ଟ ବ୍ୟାଟସ୍‌ମ୍ୟାନ୍‌ ମାନ୍ୟତା ପାଇଛନ୍ତି। ଏନେଇ ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ୍‌ (ଆଇସିସି) ପକ୍ଷରୁ ସୂଚନା ଦିଆଯାଇଛି। ୯୩୪ ପଏଣ୍ଟ ସହ କୋହଲି ଏହି ସ୍ଥାନ ଅଧିକାର କରିଛନ୍ତି।

Advertisment

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ପଛରେ ପକାଇ ବିରାଟ କୋହଲି ଏକ ନମ୍ବର ଟେଷ୍ଟ ବ୍ୟାଟସ୍‌ମ୍ୟାନ୍‌ ମାନ୍ୟତା ହାସଲ କରିଛନ୍ତି। ଇଂଲଣ୍ଡର ଏଜ୍‌ବାଷ୍ଟନ୍‌ଠାରେ ଖେଳାଯାଉଥିବା ଟେଷ୍ଟ୍‌ ସିରିଜ୍‌ର ପ୍ରଥମ ଇନିଂସ୍‌ରେ ୧୪୯ ଏବଂ ଦ୍ୱିତୀୟ ଇନିଂସ୍‌ରେ ୫୧ ରନ୍ କରିଥିଲେ ବିରାଟ। ଏହି ଦୁଇ ଚମତ୍କାର ଇନିଂସ୍‌ ପାଇଁ ବିରାଟଙ୍କୁ ୩୧ ପଏଣ୍ଟ୍‌ ମିଳିଥିଲା। ଫଳରେ ୯୨୯ ପଏଣ୍ଟ୍‌ ପାଇ ପୂର୍ବରୁ ତାଲିକାର ଶୀର୍ଷରେ ଥିବା ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ପଛରେ ପକାଇ ଦେଇଛନ୍ତି ବିରାଟ।

ପୂର୍ବରୁ ଆଇସିସି ଦିନିକିଆ ମାନ୍ୟତାରେ ମଧ୍ୟ ବିରାଟ ଶୀର୍ଷ ସ୍ଥାନରେ ରହିଛନ୍ତି। ପୂର୍ବରୁ ଶେଷଥର ପାଇଁ ୨୦୧୧ରେ ସଚିନ୍ ତେନ୍ଦୁଲକର ଆଇସିସି ଟେଷ୍ଟ୍ ବ୍ୟାଟ୍‌ସମ୍ୟାନ୍‌ ତାଲିକାରେ ଶୀର୍ଷ ସ୍ଥାନ ଅଧିକାର କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ