virta
ନୂଆଦିଲ୍ଲୀ: ଦେଶର ସର୍ବଶ୍ରେଷ୍ଠ କ୍ରୀଡ଼ା ସମ୍ମାନ ପାଇଛନ୍ତି ଭାରତୀୟ କ୍ରିକେଟ୍ ଟିମ୍ ଅଧିନାୟକ ବିରାଟ କୋହଲି। ଆଜି ରାଷ୍ଟ୍ରପତି ଭବନରେ ବିରାଟ କୋହିଲିଙ୍କୁ ରାଜୀବ ଗାନ୍ଧି ଖେଳ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଛି। ସେହିଭଳି ମହିଳା ଭାରତ୍ତୋଳନକାରୀ ମୀରାବାଈ ଚାନୁଙ୍କୁ ବି ମିଳିଛି ରାଜୀବ ଗାନ୍ଧି ଖେଳ ରତ୍ନ ସମ୍ମାନ।
ପୁରସ୍କାର ବିଜେତାଙ୍କୁ ମେଡାଲ ସହ ସାଢ଼େ ୭ ଲକ୍ଷ ଟଙ୍କା ମିଳିଛି। ଏହାସହ ଦେଶର ଶ୍ରେଷ୍ଟ ୨୦ ଜଣ ଖେଳାଳୀଙ୍କୁ ଚଳିତ ଥରର ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଛି। ଆଥଲେଟିକ୍ସରେ ନିରଜ ଚୋପ୍ରା, ଜିନ୍ସନ୍ ଜନ୍ସନ୍, ହେମା ଦାସ, ବକ୍ସିଂ ପାଇଁ ସୁବେଦାର ସତୀଶ କୁମାର, ହକି ପାଇଁ ମନ୍ପ୍ରୀତ ସିଂହ, ସବିତା ସମେତ ୨୦ ଜଣଙ୍କୁ ସମ୍ମାନିତ କରାଯାଇଛି।
ଏହାଛଡ଼ା ଖେଳାଳିମାନଙ୍କୁ ଆଜି ଦୌଣାଚାର୍ଯ୍ୟ ଏବଂ ଧ୍ୟାନଚନ୍ଦ ସମ୍ମାନ ମଧ୍ୟ ପ୍ରଦାନ କରାଯାଇଛି। ଚଳିତ ଥର ୮ ଜଣ କୋଚ୍ଙ୍କୁ ଦ୍ରୋଣାଚାର୍ଯ୍ୟ ଏବଂ ୪ ଜଣଙ୍କୁ ଧ୍ୟାନଚନ୍ଦ ସମ୍ମାନରେ ସମ୍ମାନିତ କରାଯାଇଛି। ଏହି ସମସ୍ତଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରସ୍କାର ପ୍ରଦାନ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/virta_1626764731.jpg)