ଭାରତରେ ଜନ୍ମ ହୋଇ ଖେଳିବେ ପାକିସ୍ତାନ ପାଇଁ ! PSLରେ ଭାଗ ନେବେ ବଲିଉଡ୍ ପ୍ରଡ୍ୟୁସରଙ୍କ ପୁଅ ! ଖେଳାଳି ତାଲିକାରେ ବିଧୁ ବିନୋଦ ଚୋପ୍ରାଙ୍କ ପୁଅ ଅଗ୍ନି ଦେବଙ୍କ ନାମ !
ବଲିଉଡର ଜଣେ ପ୍ରସିଦ୍ଧ ନିର୍ଦ୍ଦେଶ ବିଧୁ ବିନୋଦ ଚୋପ୍ରାଙ୍କ ପୁଅ ଅଗ୍ନି ଦେବ ଚୋପ୍ରାଙ୍କୁ ନେଇ ଜୋରଦାର ଚର୍ଚ୍ଚା। ଜଣେ ଭାରତୀୟ ହୋଇଥିଲେ ମଧ୍ୟ ପାକିସ୍ତାରେ ଚାଲିଥିବା PSL ବା ପାକିସ୍ତାନ ସୁପର ଲିଗରେ ଭାଗ ନେବେ ବୋଲି ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଖବର। PSL 2026 ର 11 ତମ ସଂସ୍କରଣ ପାଇଁ ନିଲାମରେ ଅଂଶଗ୍ରହଣ କରୁଥିବା ଖେଳାଳିଙ୍କ ତାଲିକା ପ୍ରକାଶ ଭାଇରାଲ୍ ହେଉଛି। ଯେଉଁଥିରେ ଅଗ୍ନି ଦେବଙ୍କ ନାମ ରହିଛି। ତାଙ୍କୁ 6ଲକ୍ଷ ପାକିସ୍ତାନୀ ଟଙ୍କା ମୂଲ୍ୟରେ ତାଲିକାଭୁକ୍ତ କରାଯାଇଛି। ୟୁଜର ଏଖବର ଶୁଣିବା ପରେ ରାଗରେ ନିଆଁ ବାଣ ହୋଇଯାଇଛନ୍ତି।
ତେବେ ସୋସିଆଲ ମିଡିଆରେ ଏହି ଚର୍ଚ୍ଚାକୁ ନେଇ ମୁହଁ ଖୋଲିଛନ୍ତି ଅଗ୍ନିଦେବ ଚୋପ୍ରା। ନିଜ ଇନଷ୍ଟ୍ରାଗ୍ରାମରେ ଏକ ଷ୍ଟୋରୀ ପୋଷ୍ଟ କରି ଏହି ଖବରକୁ ଅସ୍ୱୀକାର କରିଛନ୍ତି ଅଗ୍ନିଦେବ। ଟୁର୍ଣ୍ଣାମେଣ୍ଟ ସମ୍ପର୍କରେ ତାଙ୍କ ନାମରେ ମିଥ୍ୟା ଖବର ପ୍ରସାରିତ ହେଉଛି। ସେ ସ୍ପଷ୍ଟ କରିଛନ୍ତି ଯେ PSL ପାଇଁ ସେ କୌଣସି ସାଇନ୍ ଅପ୍ କରିନାହାନ୍ତି। ସେ ବର୍ତ୍ତମାନ ଆମେରିକାରେ ନିଜ କ୍ରିକେଟ୍ କ୍ୟାରିଅର ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉଛନ୍ତି। ଏହି ମିଥ୍ୟା ଖବରକୁ କେହି ବିଶ୍ୱାସ ନ କରିବାକୁ ଅନୁରୋଧ କରୁଛି ଅଗ୍ନିଦେବ ଚୋପ୍ରା। ଏପରିକି ତାଙ୍କ ମାଆ ଅନୁପମା ଚୋପ୍ରା ମଧ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ, X ରେ ତାଙ୍କ ପୁଅର ସ୍ପଷ୍ଟିକରଣର ସମାନ ସ୍କ୍ରିନସଟ୍ ସେୟାର କରିଛନ୍ତି ।
ବିଧୁ ବିନୋଦ ଚୋପ୍ରାଙ୍କ ପୁଅ ଅଗ୍ନିଦେବ ଜଣେ ବୃତ୍ତିଗତ କ୍ରିକେଟର୍। ସିଏ ଭାରତରେ ମିଜୋରାମ ଦଳ ପାଇଁ ରଣଜୀ ଟ୍ରଫି ଖେଳିଥିଲେ। ଆଉ ଗତ ଏକ ବର୍ଷ ଧରି ତାଙ୍କୁ ଆମେରିକୀୟ ପ୍ରିମିୟର ଲିଗ୍ରେ ଖେଳୁଥିବାର ଦେଖାଯାଇଛି। ତେବେ ସେ PSLରେ ଖେଳିବା ଖବର ସଭିଙ୍କୁ ଆଶ୍ଚର୍ଯ୍ୟ କରିବା ପରେ ଅଗ୍ନି ଦେଇଥିବା ସ୍ପଷ୍ଟିକରଣ ଗୁଜବ ଉପରେ ଫୁଲଷ୍ଟପ୍ ଲଗାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/09/agnidev-chopra-voshot-2026-02-09-15-41-02.jpg)