Advertisment

Barabati Ticket Mess Continues: ପୁଣି ଜଳଜଳ ବାରବାଟୀ ଟିକେଟ୍ କଳାବଜାରୀ ଚିତ୍ର, ଏଥର ବି କ୍ରିକେଟ୍ ଅଜ୍ଞ ମହିଳାଙ୍କୁ ଧାଡ଼ିରେ ରଖି ମାତିଲେ ଦଲାଲ

ବାରବାଟୀ ଭାରତ-ଦକ୍ଷିଣ ଆଫ୍ରିକା T-20 ପାଇଁ ଆଜି ସରିଛି ଟିକେଟ ବିକ୍ରି। ଗତଥର ତ୍ରୁଟିକୁ ସୁଧାରି ଟିକେଟ ବିକ୍ରି ବ୍ୟବସ୍ଥାକୁ ବେଶ ଶୃଙ୍ଖଳିତ କରିଥିଲା ପୋଲିସ। ତେବେ କଳାବଜାରୀ ଚିତ୍ର କିନ୍ତୁ ଜଳଜଳ ହୋଇ ସାମନାକୁ ଦିଶୁଛି।

BARABATI

BARABATI Photograph: (OTV)

Advertisment

ବାରବାଟୀ ଭାରତ-ଦକ୍ଷିଣ ଆଫ୍ରିକା T-20 ପାଇଁ ଆଜି ସରିଛି ଟିକେଟ ବିକ୍ରି। ଗତଥର ତ୍ରୁଟିକୁ ସୁଧାରି ଟିକେଟ ବିକ୍ରି ବ୍ୟବସ୍ଥାକୁ ବେଶ ଶୃଙ୍ଖଳିତ କରିଥିଲା ପୋଲିସ। ତେବେ କଳାବଜାରୀ ଚିତ୍ର କିନ୍ତୁ ଜଳଜଳ ହୋଇ ସାମନାକୁ ଦିଶୁଛି। ପୂର୍ବ ମ୍ୟାଚ ଭଳି ଏଥର ବି ମହିଳାଙ୍କୁ ଦଲାଲ କାମରେ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ସେପଟେ ସୋସିଆଲ ମିଡିଆରେ ବି ମାତିଛନ୍ତି ଟିକେଟ ଦଲାଲ। ଏହାରି ଭିତରେ ଆଜିଠାରୁ ଉଭୟ ଟିମର କିଛି ସଦସ୍ୟ ଭୁବନେଶ୍ବରରେ ପହଞ୍ଚିବେ। ମ୍ୟାଚ ପାଇଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରିଛି କମିଶନରେଟ ପୋଲିସ।...
 

Advertisment

କେଉଁ ତାରିଖରେ ମ୍ୟାଚ ଜାଣି ନାହାନ୍ତି । କେଉଁ ଟିମ୍ ଭିତରେ ଖେଳ ହେବ ଜଣା ନାହିଁ । ଟିକେଟ ଦାମ୍ ବି କହି ପାରୁ ନାହାନ୍ତି ।
ଏମାନେ କିନ୍ତୁ ହାତେଇଛନ୍ତି ଟି-20 ଟିକେଟ୍  । ଏମାନଙ୍କୁ ପଠାଇଛି କିଏ ? ଷ୍ଟାଡିୟମ ବାହାରେ ହାଉଜାଉ ମହିଳା । ନା ଖେଳ ପ୍ରତି ନିଶା ଅଛି ନା ମ୍ୟାଚ ବିଷୟରେ ଜାଣିଛନ୍ତି। ପଚାରିଲେ ଦିପଦ ଠିକ ସେ କହି ପାରୁ ନାହାନ୍ତି। ଆଉ କ୍ୟାମେରାକୁ ଏତେ ଡର ଯେ, ଦେଖୁ ମୁହଁ ମୁହଁ ଲୁଚାଉଛନ୍ତି। କାଳେ ଚିହ୍ନା ଲୋକ କିଏ ଜାଣିଦେବେ ସେଥିପାଇଁ କିଏ ମାସ୍କ ପିନ୍ଧି ଆସିଛି ତ କିଏ ମୁହଁରେ ଓଢଣି ଢାଙ୍କି ଦେଉଛି। ଯାହାକୁ ପଚାର ସିଧା ଉତ୍ତର ଦେଉଛନ୍ତି ପୁଅ ପାଇଁ ଟିକଟ ନେବାକୁ ଆସିଛୁ। ଯେମିତି ଏମାନଙ୍କୁ ଏଭଳି ଉତ୍ତର ଦେବାକୁ କହି ଛଡାଯାଇଛି।

କାମ କରୁଛି ଏକ ବଡ ରାକେଟ

ମୋଟାମୋଟି କହିବାକୁ ଗଲେ ଏମାନଙ୍କ ମଧ୍ୟରେ ମ୍ୟାଚ ଦେଖିବା ଲୋକ କମ, କଳାବଜାରୀ ଲୋକ ବେଶୀ। ଏମାନଙ୍କ ପଛରେ କାମ କରୁଛି ଏକ ବଡ ରାକେଟ। ବସ୍ତିର ଦିନ ମଜୁରିଆଙ୍କୁ କାମରେ ଲଗାଇ ଟିକେଟ ହାତେଇବାକୁ ଚେଷ୍ଟା କରାଯାଇ ନାହିଁ ତ ? ଏକଥା ଆମେ କହୁ ନାହୁଁ ଶୁଣନ୍ତୁ ଲମ୍ବା ସମୟ ଧରି ଛିଡା ହୋଇଥିବା ଜଣେ ଟିକଟ ଆଶାୟୀ କଣ କହୁଛନ୍ତି। ଯିଏ କ୍ରିକେଟପ୍ରେମୀ ସିଏ ପାଇ ନାହାନ୍ତି ଟିକେଟ ହେଲେ ଯିଏ ମ୍ୟାଚର ମ ଅକ୍ଷର ଜାଣି ନାହାନ୍ତି ତାଙ୍କୁ ମିଳିଯାଉଛି ବୋଲି ଅଭିଯୋଗ ହୋଇଛି । 

Advertisment

ବିଳମ୍ବିତ ରାତିରେ ଷ୍ଟାଡିୟମ ପାଚେରି ଡେଇଁ ପଶୁଥିଲେ କିଛି ଟିକେଟ ଆଶାୟୀ। ଏଭଳି ସ୍ଥିତି ହେବା ପରେ ଆରମ୍ଭ ହୋଇଯାଇଥିଲା ଠେଲାପେଲା। କେହି କିଛି ଶୁଣିବାକୁ ପ୍ରସ୍ତୁତ ନଥିଲେ। ସ୍ଥିତି ଏମିତି ହୋଇଥିଲା ଯେ ପୋଲିସ କିଛି ସମୟ ପାଇଁ ଲାଠି ମାଡ କରିବାକୁ ବାଧ୍ୟ ହୋଇଥିଲା। ସେପଟେ ଟିକେଟ ପାଇଁ ଅଭୁତପୂର୍ବ କ୍ରେଜ ଦେଖିବାକୁ ମିଳିଥିଲା।

ଲମ୍ବା ସମୟ ଧରି ଶୀତ କାକରରରେ ରାତି କାଟିଥିଲେ ବି ସକାଳେ ଯେତେବେଳେ ଟିକେଟ ଖଣ୍ଡେ ହାତରେ ପାଇଥିଲେ ସବୁ କଷ୍ଟ ଯେମିତି ମିଳେଇ ଯାଇଥିଲା। ଯଦିଓ ଗତ ଥର ଭଳି ସ୍ଥିତି ଉପୁଜିନଥିଲା ତେବେ କଳାବଜାରୀଙ୍କ ଉପରେ ପୋଲିସର ନିୟନ୍ତ୍ରଣ ନଥିବା ଦେଖିବାକୁ ମିଳିଛି। ଏମିତି ବି ଦେଖିବାକୁ ଗଲେ ଗତକାଲି ସୋସିଆଲ ମିଡିଆରେ ଟିକଟ ବିକ୍ରି ବ୍ଲାକ୍ ଆରମ୍ଭ ହୋଇଯାଇଛି। ୬ଶହ ଟଙ୍କାର ଟିକେଟ ଦାମ ୫ ହଜାର ଟଙ୍କାରେ ବିକ୍ରି ହେଉଛି। କମିଶନରେଟ୍ ପୋଲିସ ମଧ୍ୟ ଟିକେଟ୍ ବ୍ଲାକ୍ ଉପରେ ନଜର ରଖାଯାଇଥିବା କହିଛି।...
ଭାରତ-ଦକ୍ଷିଣ ଆଫ୍ରିକା ଟିକେଟ ବିକ୍ରି ସରିଥିବାରୁ ଏବେ ଦଲାଲ ବେଶ ସକ୍ରିୟ ରହିବେ। ଏମାନଙ୍କୁ ପୋଲିସ ଧରିପାରିବ ତ, ତାକୁ ନେଇ ବଡ ପ୍ରଶ୍ନ।...

Advertisment

Black Marketeer Barabati Stadium Ticket
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ