ଭୁବନେଶ୍ୱର : ଦିନିକିଆ ସିରିଜର ବଦଲା ଟି-୨୦ରେ ଟି ସିରିଜର ପ୍ରଥମ ମ୍ୟାଚକୁ ଜିତି ବିଜୟ ଅଭିଯ।ନ ଆରମ୍ଭ କରିଛି ଟିମ ଇଣ୍ଡିଆ । ୨-୧ରେ ଦିନିକିଆ ସିରିଜ୍ ହାରିଥିବା ଭାରତ ଶୁକ୍ରବାର କାନବେରାରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚକୁ ଜିତି ନେଇଥିଲା। ମୁକାବିଲାରେ ସବଷ୍ଟିଚ୍ୟୁଟ୍ ଭାବେ ଏଣ୍ଟ୍ରି କରିଥିବା ୟୁଜବେନ୍ଦ୍ର ଚହଲ ଓ ଡେବ୍ଯୁ କରିଥିବା ଟି. ନଟରାଜନଙ୍କ ଦମଦାର ବୋଲିଂ ବଳରେ ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଛି ଟିମ ଇଣ୍ଡିଆ ।
ଏହି ବିଜୟ ସହ ଭାରତ ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିନେଇଛି ଗତକାଲିର ମ୍ୟାଚରେ ରବୀନ୍ଦ୍ର ଜାଡେଜାଙ୍କ ବିସ୍ଫୋରକ ବ୍ୟାଟିଂ ଓ ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ଭାରତ ର୍ନିଦ୍ଧାରିତ ୨୦ ଓଭରରେ ୭ ଓ୍ୱିକେଟ୍ ହରାଇ ୧୬୧ ରନ୍ କରିଥିଲା ଜବାବରେ ଅଷ୍ଟ୍ରେଲିଆ ୭ ଓ୍ୱିକେଟ ହରାଇ ୧୫୦ ରନ୍ କରିବାକୁ ସକ୍ଷମ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us