Advertisment

Pakistan May Face ICC Action: ପାକିସ୍ତାନର ପାଗଳାମି, ନକଭିଙ୍କ ନାଟକ; ବିଶ୍ୱକପ୍ ପୂର୍ବରୁ ବାଉଳି ହେଲାଣି ପାକ୍

ଆସନ୍ତାକାଲିଠୁ ଆରମ୍ଭ ହେବ ଟି-20 ବିଶ୍ୱକପ୍। ସବୁ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି। କାଲି ୟୁଏସଏ ବିପକ୍ଷରେ ନିଜ ଅଭିଯାନ ଆରମ୍ଭ କରିବ ଡିଫେଣ୍ଡିଙ୍ଗ ଚାମ୍ପିଅନ୍ ଟିମ୍ ଇଣ୍ଡିଆ। ଅନ୍ୟପଟେ ଭାରତ ସହ ପାକିସ୍ତାନର ମ୍ୟାଚ୍ ବୟକଟ୍ ପ୍ରସଙ୍ଗରେ ବିବାଦ ଘନେଇବାରେ ଲାଗିଛି।

Pakistan May Face ICC Action

ପାକିସ୍ତାନର ପାଗଳାମି, ନକଭିଙ୍କ ନାଟକ Photograph: (OTV)

Advertisment

ଆସନ୍ତାକାଲିଠୁ ଆରମ୍ଭ ହେବ ଟି-20 ବିଶ୍ୱକପ୍। ସବୁ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି। କାଲି ୟୁଏସଏ ବିପକ୍ଷରେ ନିଜ ଅଭିଯାନ ଆରମ୍ଭ କରିବ ଡିଫେଣ୍ଡିଙ୍ଗ ଚାମ୍ପିଅନ୍ ଟିମ୍ ଇଣ୍ଡିଆ। ଅନ୍ୟପଟେ ଭାରତ ସହ ପାକିସ୍ତାନର ମ୍ୟାଚ୍ ବୟକଟ୍ ପ୍ରସଙ୍ଗରେ ବିବାଦ ଘନେଇବାରେ ଲାଗିଛି। ମ୍ୟାଚ୍ ନଖେଳିବା ପାକିସ୍ତାନକୁ ପଡ଼ିପାରେ ମହଙ୍ଗା, ବାଜିପାରେ ଆଇସିସିର ଛାଟ।

Advertisment

ପାକିସ୍ତାନର ପାଗଳାମି, ନକଭିଙ୍କ ନାଟକ। ବିଶ୍ୱକପ୍ ପୂର୍ବରୁ ବାଉଳି ହେଲାଣି ପାକ୍। ବାଂଲାଦେଶ ପାଇଁ ଫାଟିପଡୁଛି ପାକିସ୍ତାନର ଛାତି। କାଲିଠୁ କମ୍ପିବ କ୍ରିକେଟ୍ ମୈଦାନ। ଆରମ୍ଭ ହେବ ଫଟାଫଟ୍ କ୍ରିକେଟର ମହାକୁମ୍ଭ। ଟି-20 ବିଶ୍ୱକପକୁ ନେଇ ଉତ୍ସାହ ଅପେକ୍ଷା ଏଥର ବିବାଦ ଅଧିକ ରହିଛି। ଭାରତ ବିପକ୍ଷ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚକୁ ବୟକଟ୍ କରିଛି ପାକିସ୍ତାନ। ପ୍ରେସମିଟରେ ଭାରତ ସହ ନଖେଳିବା କଥାକୁ ଦୋହରାଇଛନ୍ତି ପାକ୍ ଅଧିନାୟକ ସଲମାନ୍ ଆଘା। କହିଛନ୍ତି, ଏହା ଦଳର ନିଷ୍ପତ୍ତି ନୁହେଁ । 

ସରକାର ନିଷ୍ପତ୍ତି ନେଇଛନ୍ତି ଓ ଆମେ ତାକୁ ସମ୍ମାନ ଜଣାଇବୁ। ସେମିଫାଇନାଲ କିମ୍ବା ଫାଇନାଲରେ ଖେଳିବାକୁ ପଡ଼ିଲେ, ପୁଣି ଥରେ ଅନୁମତି ନିଆଯିବ। ସେପଟେ ପିସିବି ପକ୍ଷରୁ ଏଯାଏଁ କୌଣସି ସ୍ପଷ୍ଟୀକରଣ ରଖାଯାଇନଥିବା ବେଳେ ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ମନ୍ତବ୍ୟ, ପ୍ରସଙ୍ଗକୁ ଅଧିକ ବିବାଦୀୟ କରିଛି। ସରିଫ୍ କହିଛନ୍ତି, କ୍ରୀଡାରେ ରାଜନୀତି ହେବା ଉଚିତ୍ ନୁହେଁ। ବାଂଲାଦେଶକୁ ଆମର ସମର୍ଥନ ରହିବ। 

Advertisment

ଟିମ୍ ଇଣ୍ଡିଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବ କହିଛନ୍ତି, ଆମ ନିଷ୍ପତି ପୂରା ସ୍ପଷ୍ଟ। ପାକିସ୍ତାନ ଖେଳୁ ନଖେଳୁ, ଆମେ କଲମ୍ବୋ ଯିବୁ। ୧୫ ତାରିଖ ମ୍ୟାଚ୍ ପାଇଁ ଆମ ଟିକେଟ୍ ବୁକ୍ ସରିଛି, ଆମେ ଖେଳିବାକୁ ପ୍ରସ୍ତୁତ। ପାକିସ୍ତାନର ନିଷ୍ପତି ଆମ ନିୟନ୍ତ୍ରଣରେ ନାହିଁ। 

ଭାରତ-ପାକିସ୍ତାନ ମ୍ୟାଚ୍ ଯଦି ନ ହୁଏ, ତେବେ ଏହା ଶ୍ରୀଲଙ୍କା ପାଇଁ ଯଥେଷ୍ଟ କ୍ଷତି ପହଞ୍ଚାଇବ। ଯେଉଁଥିପାଇଁ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ପାକିସ୍ତାନକୁ ଚିଠି ଲେଖି ନିଷ୍ପତ୍ତିର ପୁନର୍ବିଚାର କରିବାକୁ କହିଛି । ଆକଳନ କରାଯାଉଛି, ଭାରତ-ପାକିସ୍ତାନ ମ୍ୟାଚର ମୋଟ୍ ଭାଲ୍ୟୁ ପାଖାପାଖି 2200 କୋଟି ଟଙ୍କା। ଯଦି ଏହି ମ୍ୟାଚ୍ ଖେଳାନଯାଏ, ତେବେ ଆୟୋଜକ ଶ୍ରୀଲଙ୍କା ଏବଂ ଆଇସିସିକୁ ବଡ଼ କ୍ଷତି ସହିବାକୁ ପଡ଼ିପାରେ। 

Advertisment

ଅନ୍ୟପଟେ ଭାରତ ବିପକ୍ଷ ମ୍ୟାଚ୍ ନଖେଳିଲେ ପାକିସ୍ତାନ କ୍ରିକେଟ ବୋର୍ଡ ଉପରେ ପଡ଼ିପାରେ ଆଇସିସି ଛାଟ। ଆଇସିସି ପିସିବିକୁ ବାର୍ଷିକ ଯେଉଁ ଆର୍ଥିକ ଅନୁଦାନ ଦେଉଛି, ତାକୁ ବନ୍ଦ କରିଦେଇପାରେ। ସମସ୍ତଙ୍କୁ ଜଣା, ଯେ ଆଇସିସିର ଅନୁଦାନରେ ହିଁ ଚଳୁଛି ପିସିବି। ଆଉ ଅନୁଦାନ ବନ୍ଦ ହୋଇଗଲେ ଆର୍ଥିକ ଦୃଷ୍ଟିରୁ ଦୋହଲିଯିବ ପାକ୍ କ୍ରିକେଟର ମେରୁଦଣ୍ଡ।


ଏସିଆ କପରେ ଭାରତଠୁ ୩-୩ଥର ଲଜ୍ଜାଜନକ ପରାଜୟ, ଅଣ୍ଡର-୧୯ ବିଶ୍ୱକପରେ ମାତ୍ ଖାଇବା ପରେ, ନିଜ ଦେଶର ଲୋକଙ୍କଠୁ ସମାଲୋଚିତ ହୋଇଥିଲା ପାକିସ୍ତାନ। ଆଉ ଟିମ୍ ଇଣ୍ଡିଆ ଏବେ ଜବରଦସ୍ତ ଫର୍ମରେ ଥିବାରୁ, ଭାରତ ସହ ଖେଳିବାକୁ ପାକିସ୍ତାନ ଡରୁଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି।

India Vs Pakistan Match T-20 Cricket
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ