sreyas iyar Photograph: (OTV)
ଆଇସିୟୁରେ ଶ୍ରେୟସ ଆୟର । ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ଟିମ ଇଣ୍ଡିଆର ନୂଆ ଉପ ଅଧିନାୟକ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ବେଳେ ଆହତ ହୋଇଥିଲେ । ତାଙ୍କର ଚିକିତ୍ସା ଏବେ ସିଡ୍ନୀର ଗୋଟିଏ ହସ୍ପିଟାଲରେ ଚାଲିଛି। ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ଆହତ ହୋଇଥିଲେ ଶ୍ରେୟସ।
ସେ ଆଲେକ୍ସ କେରୀଙ୍କ କ୍ୟାଚ୍ ଧରିବା ବେଳେ ତାଙ୍କ ବାମ ପଟ ପିଞ୍ଜରାରେ ଗଭୀର ଆଘାତ ଲାଗିଥିଲା। କେରୀ ଆଉଟ ହୋଇଥିଲେ ହେଁ ଆହତ ସମସ୍ୟା ଯୋଗୁ ତୁରନ୍ତ ପଡ଼ିଆ ଛାଡ଼ିଥିଲେ ଆୟର। ଏବେ ଆଭ୍ୟନ୍ତରୀଣ ରକ୍ତସ୍ରାବ ଯୋଗୁ ତାଙ୍କ ଅବସ୍ଥା ଗୁରୁତର ହୋଇଛି। ଏଥିପାଇଁ ତାଙ୍କୁ ହସ୍ପିଟାଲର ଆସିୟୁରେ ଭର୍ତ୍ତି କରାଯାଇଛି।
ଶନିବାର ଠାରୁ ଆୟର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପିଞ୍ଜରାରେ ମାଡ଼ ଯୋଗୁ ତାଙ୍କର ସ୍କାନ ହୋଇଥିଲା। ଏବେ ସେ ୭ ଦିନ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ହସ୍ପିଟାଲରେ ରହିବେ। ରକ୍ତସ୍ରାବ ଯୋଗୁ ସଂକ୍ରମଣର ଭୟ ସୃଷ୍ଟି ହୋଇଛି।
ଶନିବାର ମ୍ୟାଚ୍ ବେଳେ ଆହତ ହୋଇଥିବା ଶ୍ରେୟସ କିଛି ସମୟ ଡ୍ରେସିଂ ରୁମରେ ରହିଥିଲେ। ଏହି ସମୟରେ ତାଙ୍କ ଗୁରୁତ୍ୱପୂର୍ଣ୍ଣ ଅଙ୍ଗପ୍ରତ୍ୟେଙ୍ଗରେ ସମସ୍ୟା ଦେଖାଯାଇଥିଲା। ଏହା ଉପରେ ନଜର ରଖିଥିବା ବିସିସିଆଇର ମେଡିକାଲ ଟିମ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେଇଥିଲା। ଟିମ ଡାକ୍ତର ଓ ଫିଜିଓ କୌଣସି ପ୍ରକାରର ରିକ୍ସ ନନେଇ ଆୟରଙ୍କୁ ହସ୍ପିଟାଲ ନେଇ ଯାଇଥିଲେ।
ଏବେ ସେଠାରେ ତାଙ୍କ ଅବସ୍ଥା ସ୍ଥିର ରହିଛି। ଯଦି ଠିକଣା ସମୟରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ନଥାଆନ୍ତା, ତା’ହେଲେ ସ୍ଥିତି ଅତ୍ୟନ୍ତ ଜଟିଳ ହେବାର ଆଶଙ୍କା ରହିଥିଲା। ଆୟର ଯଥାଶୀଘ୍ର ସୁସ୍ଥ ହୋଇ ଭାରତ ଫେରିବେ ବୋଲି ମଧ୍ୟ ବିସିସିଆଇ ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି।
ଆୟର ଆଇସିୟୁରେ ରହିଥିବା ବିସିସିଆଇ ନିଶ୍ଚିତ କରିବା ପରେ ଭାରତରେ ଥିବା ତାଙ୍କ ବାପା ମା’ ସିଡ୍ନୀ ଯାଇ ପୁଅକୁ ଦେଖାକରିବାକୁ ଚାହୁଁଛନ୍ତି। ଏଥିପାଇଁ ଉଭୟ ତତ୍କାଳ ଭିସା ପାଇଁ ଆବେଦନ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/27/sreyas-iyar-2025-10-27-16-38-13.jpg)