Advertisment

ଗ୍ରାଜୁଏଟ୍‌ ହେଲେ ସାରା ତେନ୍ଦୁଲକର୍

ନୂଆଦିଲ୍ଲୀ: କ୍ରିକେଟ୍‌ ଲିଜେଣ୍ଡ୍‌ ସଚିନ୍‌ ତେନ୍ଦୁଲକର୍‌ଙ୍କ ଝିଅ ସାରା ତେନ୍ଦୁଲକର୍‌ ଗ୍ରାଜୁଏଟ୍‌ ହୋଇଛନ୍ତି। ୟୁନିଭର୍ସିଟି କଲେଜ୍‌ ଅଫ୍‌ ଲଣ୍ଡନରୁ ସାରା ତାଙ୍କର ଗ୍ରାଜୁଏସନ୍‌ ଶେଷ କରିଛନ୍ତି। ଲଣ୍ଡନରେ ଅନୁଷ୍ଠିତ ହୋଇଥିବା ଏହି ସମାବର୍ତ୍ତନ ଉତ୍ସବରେ ସଚିନ ଓ ତାଙ୍କ ପତ୍ନୀ ଅଞ୍ଜଳି ଉପସ୍ଥିତ ଥିଲେ। ଏହି ଖୁସି ମୁହୂର୍ତ୍ତର କିଛି ଫଟୋକୁ ସାରା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ୍‌ କରିଛନ୍ତି। ଯେଉଁଥିରେ ଲେଖା ହୋଇଛି “I did what? ଖାଲି ସାରା ନୁହେଁ ସଚିନ୍‌ ମଧ୍ୟ ଏହି ଖୁସି […]

ଗ୍ରାଜୁଏଟ୍‌ ହେଲେ ସାରା ତେନ୍ଦୁଲକର୍

sachin

Advertisment

ନୂଆଦିଲ୍ଲୀ: କ୍ରିକେଟ୍‌ ଲିଜେଣ୍ଡ୍‌ ସଚିନ୍‌ ତେନ୍ଦୁଲକର୍‌ଙ୍କ ଝିଅ ସାରା ତେନ୍ଦୁଲକର୍‌ ଗ୍ରାଜୁଏଟ୍‌ ହୋଇଛନ୍ତି। ୟୁନିଭର୍ସିଟି କଲେଜ୍‌ ଅଫ୍‌ ଲଣ୍ଡନରୁ ସାରା ତାଙ୍କର ଗ୍ରାଜୁଏସନ୍‌ ଶେଷ କରିଛନ୍ତି।

Advertisment

ଲଣ୍ଡନରେ ଅନୁଷ୍ଠିତ ହୋଇଥିବା ଏହି ସମାବର୍ତ୍ତନ ଉତ୍ସବରେ ସଚିନ ଓ ତାଙ୍କ ପତ୍ନୀ ଅଞ୍ଜଳି ଉପସ୍ଥିତ ଥିଲେ। ଏହି ଖୁସି ମୁହୂର୍ତ୍ତର କିଛି ଫଟୋକୁ ସାରା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ୍‌ କରିଛନ୍ତି। ଯେଉଁଥିରେ ଲେଖା ହୋଇଛି "I did what? ଖାଲି ସାରା ନୁହେଁ ସଚିନ୍‌ ମଧ୍ୟ ଏହି ଖୁସି ମୁହୂର୍ତ୍ତର ଫଟୋକୁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ଏହି ସମୟରେ ପୂରା ପରିବାର ଖୁସିରେ ଥିବା ଦେଖିବାକୁ ମିଳିଛି।

View this post on Instagram

I did what??

A post shared by Sara Tendulkar (@saratendulkar) on

Advertisment

୨୦ ବର୍ଷିୟ ସାରା ମୁମ୍ବାଇର ଧିରୁଭାଇ ଅମ୍ବାନୀ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌ରୁ ପ୍ରଥମେ ତାଙ୍କର ସ୍କୁଲ ପାଠ ପଢ଼ା ଆରମ୍ଭ କରିଥିଲେ। ପରେ ଗ୍ରାଜୁଏସନ୍‌ ପାଇଁ ସେ ଲଣ୍ଡନ ଯାଇଥିଲେ। ସାରା ସଚିନଙ୍କ ବଡ଼ ଝିଅ। ୨୦୦୭ ମସିହାରେ ସାରାଙ୍କ ନାଁରେ କେହି ଜଣେ ଟ୍ୱିଟରରେ ଫେକ୍‌ ଆକାଉଣ୍ଟ କରିଥିଲେ। ଯାହାକୁ ନେଇ ସାରା ଚର୍ଚ୍ଚାରେ ଥିଲେ।

ସଚିନ୍‌ଙ୍କ ପୁଅ ଅର୍ଜୁନ ତେନ୍ଦୁଲକର କ୍ରିକେଟ୍‌ରେ ତାଙ୍କର ପୂରା ଫୋକସ୍‌ ଜାରି ରଖିଛନ୍ତି। ନିକଟରେ ଅର୍ଜୁନ କ୍ରିକେଟର ଏଣ୍ଟ୍ରି କରିସାରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ