Advertisment

Rohit Sharma: ରୋହିତଙ୍କ ପିଠିରେ କିଏ ଭୁସିଲା ଛୁରୀ ? ଭାଙ୍ଗିଲା ବିଶ୍ବକପ୍ ଉଠାଇବା ସ୍ୱପ୍ନ

ରୋହିତଙ୍କ ପିଠିରେ କିଏ ଭୁସିଲା ଛୁରୀ ? ଅବସର ନେବାକୁ କିଏ କରୁଛି ବାଧ୍ୟ ? ଭାଙ୍ଗିଲା ବିଶ୍ବକପ୍ ଉଠାଇବା ସ୍ୱପ୍ନ, କାନ୍ଦୁଛନ୍ତି ରୋହିତ । ତେବେ ସେ ଯାହା ହେଉନା କାହିଁକି ୨୦୨୭ରେ ବିଶ୍ୱକପକୁ ଅଧିନାୟକ ଭାବେ ଉଠାଇବାର ସ୍ୱପ୍ନ ରୋହିତଙ୍କ ଅଧୁରା ରହିଗଲା।

Rohit-Sharma

Rohit-Sharma Photograph: (OTV)

Advertisment

ହିଟମ୍ୟାନ୍ ରୋହିତ ଶର୍ମା, ଭାରତକୁ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଓ ଚାମ୍ପିୟନ୍ସ୍ ଟ୍ରଫି ଜିତାଇଥିବା ଜଣେ ସଫଳ ଅଧିନାୟକ। ଯାହାର ଅଧିନାୟକତ୍ୱରେ ମୋଟ୍ ୫୬ଟି ମ୍ୟାଚରେ ଟିମ୍ ଇଣ୍ଡିଆ ୪୨ଟି ମ୍ୟାଚ୍‌ରେ ଜିତିଛି, ମାତ୍ର ୧୨ଟି ମ୍ୟାଚ୍‌ରେ ହାରିଛି। ଏବଂ ଗୋଟିଏ ମ୍ୟାଚ୍ ଟାଇ ରହିଛି। ଭାରତୀୟ ଦଳର ଏତେ ସଫଳତମ କ୍ୟାପଟେନଙ୍କ ହାତରୁ କାହିଁକି ଛଡ଼ାଇ ନିଆଗଲା କ୍ୟାପଟେନସି ? ସଭିଙ୍କ ମନରେ ଏବେ ଏହି ଗୋଟିଏ ପ୍ରଶ୍ନ। ତେବେ ସେ ଯାହା ହେଉନା କାହିଁକି ୨୦୨୭ରେ ବିଶ୍ୱକପକୁ ଅଧିନାୟକ ଭାବେ ଉଠାଇବାର ସ୍ୱପ୍ନ ରୋହିତଙ୍କ ଅଧୁରା ରହିଗଲା।  

Advertisment

୨୦୨୩ରେ ଦିନିକିଆ ବିଶ୍ବକପ ଫାଇନାଲରେ ପରାଜୟ ପରେ ଅନେକଙ୍କ ସ୍ବପ୍ନ ଭାଙ୍ଗିଥିଲା। ପରେ ଟେଷ୍ଟ ଓ ଟି ୨୦ରୁ ଅବସର ପରେ ବିରାଟ ଓ ରୋହିତ ଦିନିକିଆରେ ଖେଳିବେ ବୋଲି କହିଥିଲେ। ଫ୍ୟାନ୍ସଙ୍କ ମଧ୍ୟରେ ଆଶା ଥିଲା ୨୦୨୭ ଦିନିକିଆ ବିଶ୍ବକପରେ ରୋହିତ ଶର୍ମା ଅଧିନାୟକ ହେବେ। ତାଙ୍କ କ୍ୟାବିନେଟରେ ଯେଉଁ ଦିନିକିଆ ବିଶ୍ବକପ ଟ୍ରଫି ନାହିଁ ତାକୁ ସାମିଲ କରିବେ। ଆଉ ଅବସର ନେବେ। ହେଲେ ଏହି ସବୁ ସ୍ୱପ୍ନ ପାଣି ଫୋଟକା ପରି ଫାଟିଯାଇଛି। କିନ୍ତୁ ସିଲେକ୍ଟର ସ୍ପଷ୍ଟ କରିଦେଇଛନ୍ତି ଯେ ହୁଏତ ରୋହିତ ଆଗାମୀ ଦିନିକିଆ ବିଶ୍ବକପ ଖେଳିନପାରନ୍ତି। 

ଭାରତୀୟ କ୍ରିକେଟ୍‌ରେ ଏବେ ନୂଆ ଯୁଗର ଆରମ୍ଭ ହେବାକୁ ଯାଉଛି। ଅଷ୍ଟ୍ରେଲିଆ ଗସ୍ତରେ ଏକଦିବସୀୟ ଦଳର ନେତୃତ୍ୱ ଶୁବମନ ଗିଲ ସମ୍ଭାଳିବେ। ଅର୍ଥାତ୍ ରୋହିତ ଶର୍ମାଙ୍କ ଅଧିନାୟକତ୍ୱର ଯୁଗ ଏବେ ଶେଷ ହୋଇଛି। ତେବେ ରୋହିତଙ୍କୁ ଏପରି ଅଦିନାୟକ ପଦରୁ ବାହାର କରାଯିବା ତାଙ୍କୁ ଅସମ୍ମାନ ବୋଲି କହୁଛନ୍ତି ଫ୍ୟାନ। ରାଜନୀତି କରି ଅଧିନାୟକତ୍ୱ ଛାଡ଼ିବା ପାଇଁ ଏହା ଏକ ଷଡ଼ଯନ୍ତ୍ର ବୋଲି ଅନେକ ଫ୍ୟାନ ମତ ରଖିଛନ୍ତି। ରୋହିତଙ୍କୁ ଏଥିପାଇଁ ବାଧ୍ୟ କରାଯାଇତିବା କଥା ମଧ୍ୟ ଉଠିଛି। ହେଲେ ରୋହିତଙ୍କ ଅନୁମତିରେ ଗିଲଙ୍କୁ ଅଧିନାୟକ କରାଯିବାର ନିଷ୍ପତ୍ତି ନିଆଯାଇଥିବା ସ୍ପଷ୍ଟ କରିଛି BCCI। ତେବେ ରୋହିତଙ୍କ ଅଧିନାୟକ ପଦ ଛଡ଼ାଇବା ପଛରେ କାହା ହାତ ରହିଛି ଏନେଇ ଆପଣଙ୍କ ମତ କମେଣ୍ଟରେ ନିଶ୍ଚିତ ଜଣାନ୍ତୁ।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ