Advertisment

ଏଥର ୪ ଖେଳାଳିଙ୍କୁ ମିଳିବ 'ଖେଳ ରତ୍ନ'

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ଖେଳ ରତ୍ନ’ ସମ୍ମାନ ପାଇଁ ନାମ ଘୋଷଣା କରାଯାଇଛି। ଭାରତର ଷ୍ଟାର୍ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମାଙ୍କ ସମେତ ଚାରିଜଣ ଖେଳାଳିଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଇଛି। ରୋହିତଙ୍କ ବ୍ୟତୀତ ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ରେସଲର୍ ଭିନେଶ ଫୋଗାଟ୍, ଟେବୁଲ୍ ଟେନିସ୍ ଷ୍ଟାର୍ ମନିକା ବାତ୍ରା ଏବଂ ପାରାଅଲିମ୍ପିୟାନ୍ ସ୍ୱର୍ଣ୍ଣ ପଦକ ବିଜେତା ମରିୟପ୍ପନ୍ ଥାଙ୍ଗାଭେଲୁଙ୍କ ନାଁ ମଧ୍ୟ ସୁପାରିସ୍ କରାଯାଇଛି। ପ୍ରତିବର୍ଷ ଅଗଷ୍ଟ ୨୯ […]

ଅଦ୍ୟତନ ହୋଇଛି
ଏଥର ୪ ଖେଳାଳିଙ୍କୁ ମିଳିବ 'ଖେଳ ରତ୍ନ'

rohit

Advertisment

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ 'ଖେଳ ରତ୍ନ' ସମ୍ମାନ ପାଇଁ ନାମ ଘୋଷଣା କରାଯାଇଛି। ଭାରତର ଷ୍ଟାର୍ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମାଙ୍କ ସମେତ ଚାରିଜଣ ଖେଳାଳିଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଇଛି।

Advertisment

ରୋହିତଙ୍କ ବ୍ୟତୀତ ଏସିଆନ୍ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ରେସଲର୍ ଭିନେଶ ଫୋଗାଟ୍, ଟେବୁଲ୍ ଟେନିସ୍ ଷ୍ଟାର୍ ମନିକା ବାତ୍ରା ଏବଂ ପାରାଅଲିମ୍ପିୟାନ୍ ସ୍ୱର୍ଣ୍ଣ ପଦକ ବିଜେତା ମରିୟପ୍ପନ୍ ଥାଙ୍ଗାଭେଲୁଙ୍କ ନାଁ ମଧ୍ୟ ସୁପାରିସ୍ କରାଯାଇଛି।

[caption id="attachment_205122" align="alignnone" width="1280"]publive-image manika batra[/caption]

Advertisment

ପ୍ରତିବର୍ଷ ଅଗଷ୍ଟ ୨୯ ତାରିଖରେ ହକି ଯାଦୁଗର ମେଜର୍ ଧ୍ୟାନଚାନ୍ଦଙ୍କ ଜନ୍ମଦିନ ଅବସରରେ ରାଷ୍ଟ୍ରପତି ଭବନରେ ଜାତୀୟ କ୍ରୀଡ଼ା ଦିବସରେ ଏହି ପୁରସ୍କାର ପ୍ରଦାନ କରାଯିବ। ଏହି ପୁରସ୍କାରରେ ରାଜୀବ ଗାନ୍ଧି ଖେଳ ରତ୍ନ, ଅର୍ଜୁନ ପୁରସ୍କାର, ଦ୍ରୋଣାଚାର୍ଯ୍ୟ ପୁରସ୍କାର ଓ ଧ୍ୟାନଚାନ୍ଦ ପୁରସ୍କାର ସାମିଲ୍‌ ଅଛି।

ଚଳିତ ବର୍ଷ ଜାତୀୟ କ୍ରୀଡ଼ା ପୁରସ୍କାର ସମାରୋହ କରୋନା ମହାମାରୀ ଯୋଗୁ ପ୍ରଥମଥର ଅନଲାଇନରେ ଆୟୋଜିତ ହେବ, ଯେଉଁଥିରେ ସବୁ ବିଜେତା ନିଜ ନିଜର ସ୍ଥାନରେ ଅଗଷ୍ଟ ୨୯ ତାରିଖରେ ଲଗ୍ ଇନ୍ କରି ନିଜର ନାଁର ଘୋଷଣା କରାଯାଉଥିବା ଶୁଣିବାକୁ ପାଇବେ।

Advertisment

[caption id="attachment_205123" align="alignnone" width="1280"]vinesh phogat vinesh phogat[/caption]

ଏ ନେଇ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ 'ଚଳିତ ବର୍ଷ ଏହି ପୁରସ୍କାର ଅନଲାଇନରେ ହେବାର ସମ୍ଭାବନା ରହିଛି। ଭାରତ ସରକାରଙ୍କ ନିର୍ଦ୍ଦେଶାନୁସାରେ ସମାରୋହ ଦିନ ସକାଳେ ବିଜେତାଙ୍କ ନାଁ ଘୋଷଣା କରାଯିବ। ବୈଠକର ପ୍ରଥମ ଦିନ ଅର୍ଥାତ୍ ସୋମବାର ଦ୍ରୋଣାଚାର୍ଯ୍ୟ, ଧ୍ୟାନଚାନ୍ଦ ପୁରସ୍କାର ପାଇଁ ୧୩ ଏବଂ ୧୫ ଜଣ ପ୍ରାର୍ଥୀଙ୍କ ନାଁ ସୁପାରିସ୍ କରାଯାଇଛି।

'ଖେଳ ରତ୍ନ' ସମ୍ମାନ ହାସଲ କରିବାରେ ସଚିନ୍ ତେନ୍ଦୁଲକର ଦେଶର ପ୍ରଥମ କ୍ରିକେଟର୍ ଥିଲେ, ଯିଏ ୧୯୯୭-୯୮ରେ ଏହି ପୁରସ୍କାର ପାଇଥିଲେ। ଏହା ପରେ ୨୦୦୭ରେ ମହେନ୍ଦ୍ର ସିଂ ଧୋନି ଏବଂ ୨୦୧୮ରେ ବିରାଟ୍ କୋହଲି 'ଖେଳ ରତ୍ନ' ପୁରସ୍କାର ହାସଲ କରିଥିଲେ।

[caption id="attachment_205124" align="alignnone" width="1200"]mariyappan thangavelu mariyappan Thangavelu[/caption]

ଭିନେଶ ଫୋଗାଟ୍‌ ପ୍ରଥମ ମହିଳା ରେସଲର୍ ଭାବେ ୨୦୧୮ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେହିପରି ମନିକା ବାତ୍ରା ୨୦୧୮ରେୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ଏବଂ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ ପଦକ ଜିତି ଦେଶ ପାଇଁ ବିପୁଳ ସଫଳତା ଆଣିଥିଲେ। ସେହିପରି ମରିୟପ୍ପନ ଥାଙ୍ଗାଭେଲୁ ରିଓ ପାରାଅଲିମ୍ପିକ୍ ଗେମ୍ସରେ ହାଇଜମ୍ପ (T-୪୨) ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ। ଗତବର୍ଷ ଦେଶର ଦୁଇଜଣ କ୍ରୀଡ଼ାବିତଙ୍କୁ 'ଖେଳ ରତ୍ନ' ମିଳିଥିଲା। ପାରାଅଲିମ୍ପିୟାନ୍ ଦୀପା ମଲିକ୍ ଓ ରେସଲର୍ ବଜରଙ୍ଗ ପୁନିଆଙ୍କୁ 'ଖେଳ ରତ୍ନ' ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ