Advertisment

Vijay Hazare Trophy 2025-26 : ଓଡ଼ିଶା କ୍ରିକେଟ ପାଇଁ ଐତିହାସିକ ମୁହୂର୍ତ୍ତ,; ରାଜେଶଙ୍କ ହାଟ୍ରିକ୍, ବିଜୟୀ ଓଡ଼ିଶା

IPL ୨୦୨୬ ନିଲାମରେ ନିରାଶ ହୋଇଥିଲେ, ଘରୋଇ କ୍ରିକେଟରେ ଦମ୍ ଦେଖାଇଲେ । ପ୍ରଥମ ଓଡ଼ିଶା ବୋଲର ଭାବେ ଲିଷ୍ଟ ଏ କ୍ରିକେଟରେ ହାଟ୍ରିକ୍ ୱିକେଟ ଅର୍ଜନ କରିଛନ୍ତି ରାଜେଶ ।

Rajesh Mohanty

Rajesh Mohanty Photograph: (OTV)

Advertisment

ଓଡ଼ିଶା କ୍ରିକେଟ ପାଇଁ ଐତିହାସିକ ମୁହୂର୍ତ୍ତ । ଚଳିତ ବିଜୟ ହଜାରେ ଟ୍ରଫି ଟୁର୍ଣ୍ଣାମେଣ୍ଟରେ ଇତିହାସ ରଚିଲେ ଓଡ଼ିଆ ବୋଲର ରାଜେଶ ମହାନ୍ତି । IPL ୨୦୨୬ ନିଲାମରେ ନିରାଶ ହୋଇଥିଲେ, ଘରୋଇ କ୍ରିକେଟରେ ଦମ୍ ଦେଖାଇଲେ ।

Advertisment

ପ୍ରଥମ ଓଡ଼ିଶା ବୋଲର ଭାବେ ଲିଷ୍ଟ ଏ କ୍ରିକେଟରେ ହାଟ୍ରିକ୍ ୱିକେଟ ଅର୍ଜନ କରିଛନ୍ତି ରାଜେଶ । ଶୁକ୍ରବାର ବେଙ୍ଗାଲୁରୁର ଏଲୁର କ୍ରିକେଟ ଷ୍ଟାଡିୟମରେ ଓଡ଼ିଶା ଓ ସର୍ଭିସ ମଧ୍ୟରେ ବିଜୟ ହଜାରେ ଟ୍ରଫିର ମ୍ୟାଚ୍ ରହିଥିଲା । ଏହି ମ୍ୟାଚରେ ଘାତକ ବୋଲିଂ ସହ ବିରଳ ମାଇଲଷ୍ଟୋନର ଅଧିକାରୀ ହୋଇଛନ୍ତି ରାଜେଶ ।  

ରାଜେଶଙ୍କ ଐତିହାସିକ ହାଟ୍ରିକ୍ 

ମ୍ୟାଚ୍ ରେ ଟସ୍ ଜିତିବା ପରେ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଓଡ଼ିଶା । ମ୍ୟାଚ୍ ର ସପ୍ତମ ଓଭରରେ ନିଜ ପ୍ରଦର୍ଶନରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ ରାଜେଶ । ସର୍ଭିସ୍ ପକ୍ଷରୁ ବ୍ୟାଟିଂ କରୁଥିବା ବ୍ୟାଟର ସାଗର ଦହିୟାଙ୍କ ଷ୍ଟମ୍ପ୍ ଉଡ଼ାଇ ଦେଇଥିଲେ ରାଜେଶ । ଏହାପରେ ବ୍ୟାଟିଂ ପାଇଁ ଆସିଥିବା ଆୟୁଷ ଶୁକ୍ଲାଙ୍କୁ ଏଲବିଡବ୍ୟୁ ଆଉଟ୍ କରିଥିଲେ।

Advertisment

ଏହାର ଠିକ୍ ପରବର୍ତ୍ତୀ ବଲରେ ରବି ଦହିୟାଙ୍କୁ ଆଉଟ୍ କରି ହାଟ୍ରିକ୍ ପୂରଣ କରିଥିଲେ । ୯ ଓଭର ବୋଲିଂ କରି ଦୁଇଟି ମେଡେନ୍ ସହ ୨୫ ରନ୍ ବ୍ୟୟ କରି ୪ଟି ୱିକେଟ ହାତେଇଥିଲେ ରାଜେଶ । ଫଳରେ ସର୍ଭିସ୍ ବ୍ୟାଟିଂ ଲାଇନଅପକୁ ଧ୍ୱସ୍ତ କରିବାରେ ପ୍ରମୁଖ ଭୂମିକା ନିଭାଇଥିଲେ ।

IPLରେ କେହି କିଣିଲେନି, ହାଟ୍ରିକ୍ ନେଇ ଜବାବ ଦେଲେ ଓଡ଼ିଆ ବୋଲର

ନିକଟରେ ଶେଷ ହୋଇଥିବା IPL ୨୦୨୬ ମିନି ନିଲାମରେ ନିରାଶ ହୋଇଥିଲେ ରାଜେଶ । ଆବୁଧାବିରେ ହୋଇଥିବା ଆଇପିଏଲ ନିଲାମରେ ବେସ୍ ପ୍ରାଇସ୍ ୩୦ ଲକ୍ଷ ସହ ଏଣ୍ଟ୍ରି କରିଥିଲେ ମଧ୍ୟ ରାଜେଶଙ୍କୁ କିଣିବାକୁ କୌଣସି ଟିମ ଆଗ୍ରହ ଦେଖାଇ ନଥିଲେ । ତେବେ ହାଟ୍ରିକ୍ ୱିକେଟ୍ ନେବାପରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଏହି ଓଡ଼ିଆ ଯୁବ ବୋଲର । 

Advertisment

କେବଳ ବିଜୟ ହଜାରେ ଟ୍ରଫି ନୁହେଁ, ବରଂ ସବୁ ଫର୍ମାଟରେ ରାଜେଶଙ୍କ ପ୍ରଦର୍ଶନ ପ୍ରଭାବୀ ରହିଛି । ଏଯାବତ ୩୮ଟି ଲିଷ୍ଟ ଏ ମ୍ୟାଚରୁ ୪୧ ୱିକେଟ ନିଜ ନାମରେ କରିସାରିଛନ୍ତି ରାଜେଶ । ସେହିପରି ୩୪ଟି ଫାଷ୍ଟକ୍ଲାସ୍ ମ୍ୟାଚରେ୧୨୪ ୱିକେଟ ରାଜେଶଙ୍କ ନାଁରେ ରହିଛି । ଫଟାଫଟ ଫର୍ମାଟରେ ମଧ୍ୟ ଦମଦାର ପ୍ରଦର୍ଶନ କରିଛନ୍ତି । ୨୮ଟି ଟି-୨୦ ଇଂନିସରୁ ୨୭ ୱିକେଟ ହାସଲ କରିଛନ୍ତି ରାଜେଶ ।

ଅନ୍ୟ ଓଡ଼ିଶା ବୋଲରଙ୍କ ମଧ୍ୟରେ ସମ୍ବିତ ଏସ୍ ବରାଳ ୨୧ ରନ୍ ବ୍ୟୟ କରି ୪ଟି ୱିକେଟ ଓ ବାଦଲ ବିଶ୍ୱାଳ ୨ଟି ୱିକେଟ ଅକ୍ତିଆର କରିଥିଲେ । ଘାତକ ପ୍ରଦର୍ଶନ ସହ ଟିମ ଓଡ଼ିଶା ମାତ୍ର ୮୩ ରନରେ ସର୍ଭିସକୁ ଅଲଆଉଟ୍ କରିଦେଇଥିଲା । ଏହା ବିଜୟ ହଜାରେ ଟ୍ରଫି ଟୁର୍ଣ୍ଣାମେଣ୍ଟର ଇତିହାସରେ ସର୍ଭିସ୍ ର ଦ୍ୱିତୀୟ ସର୍ବନିମ୍ନ ଟିମ ସ୍କୋର ହୋଇଥିଲା। 

ଓଡ଼ିଶାର ସର୍ଭିସ୍ ବିଜୟ

ମାତ୍ର ୮୩ ରନରେ ସର୍ଭିସକୁ ଅଲଆଉଟ୍ କରିବାପରେ ଓଡ଼ିଶାର ସହଜ ବିଜୟ ଆଶା କରାଯାଉଥିଲା। ତେବେ ସର୍ଭିସ ଟିମ ବୋଲରଙ୍କ କଡ଼ା ଫାଇଟ୍ ଦେଖିବାକୁ ମିଳିଥିଲା । ପୁନମ ପୁନିଆ ଓ ନୀତିନ ଯାଦବ ଯଥାକ୍ରମେ ୪/୨୭ ଓ ୨/୨୦ ୱିକେଟ ନେଇ ଲଢ଼ୁଆ ପ୍ରଦର୍ଶନ ସହ ଓଡ଼ିଶା ବ୍ୟାଟରଙ୍କୁ ଚ୍ୟାଲେଞ୍ଜ କରିଥିଲେ । ତେବେ ଓଡ଼ିଶା ପକ୍ଷରୁ ସନ୍ଦୀପ ପଟ୍ଟନାୟକ ୬୯ ବଲରୁ ଧୈର୍ଯ୍ୟପୂର୍ଣ୍ଣ ୩୨ ରନ୍ ର ଇଂନିସ ଖେଳି ୨୪.୩ ଓଭରରେ ବିଜୟ ସୁନିଶ୍ଚିତ କରାଇଥିଲେ । 

Cricket Rajesh Mohanty
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ