Advertisment

ଛକା ମାରି ରାଜସ୍ଥାନକୁ ଜିତାଇଲେ ରିୟାନ

ଦୁବାଇ: ଆଜି ଦୁବାଇ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲର ୨୬ ତମ ମ୍ୟାଚ୍‌କୁ ରାଜସ୍ଥାନ ରୟାଲ୍ସ ଜିତି ନେଇଛି। ସନ୍‌ରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସକୁ ୧୫୯ ରନ୍‌ର ଟାର୍ଗେଟ୍ ଦେଇଥିଲା। ଏହାର ପିଛା କରି ରାଜସ୍ଥାନ ଗୋଟିଏ ବଲ୍‌ ପୂର୍ବରୁ ମ୍ୟାଚ୍‌କୁ ହାତେଇ ନେଇଛି। ୧୯ ଓଭରର ୫ମ ବଲ୍‌ରେ ରିୟାନ୍‌ ଏକ ଛକା ମାରି ମ୍ୟାଚ୍‌କୁ ଜିତାଇଥିଲେ। ପ୍ରଥମରୁ ଦଳ ୩ଟି ୱିକେଟ୍ ହରାଇ ଦୃବଳ ସ୍ଥିତିରେ ଥିଲା। ଏହାପରେ […]

ଅଦ୍ୟତନ ହୋଇଛି
ଛକା ମାରି ରାଜସ୍ଥାନକୁ ଜିତାଇଲେ ରିୟାନ

h

Advertisment

ଦୁବାଇ: ଆଜି ଦୁବାଇ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲର ୨୬ ତମ ମ୍ୟାଚ୍‌କୁ ରାଜସ୍ଥାନ ରୟାଲ୍ସ ଜିତି ନେଇଛି। ସନ୍‌ରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସକୁ ୧୫୯ ରନ୍‌ର ଟାର୍ଗେଟ୍ ଦେଇଥିଲା। ଏହାର ପିଛା କରି ରାଜସ୍ଥାନ ଗୋଟିଏ ବଲ୍‌ ପୂର୍ବରୁ ମ୍ୟାଚ୍‌କୁ ହାତେଇ ନେଇଛି। ୧୯ ଓଭରର ୫ମ ବଲ୍‌ରେ ରିୟାନ୍‌ ଏକ ଛକା ମାରି ମ୍ୟାଚ୍‌କୁ ଜିତାଇଥିଲେ।

Advertisment

ପ୍ରଥମରୁ ଦଳ ୩ଟି ୱିକେଟ୍ ହରାଇ ଦୃବଳ ସ୍ଥିତିରେ ଥିଲା। ଏହାପରେ ସଞ୍ଜୁ ସାମସନ୍ ୨୫ ବଲ୍‌ରେ ୨୬ ରନ୍‌ କରି ରସିଦ୍‌ ଖାନଙ୍କ ବଲ୍‌ରେ କ୍ୟାଚ୍ ଆଉଟ୍‌ ହୋଇଥିଲେ। ତାଙ୍କ ପରେ ରବିନ୍‌ ଉଥାପ୍ପା ୧୫ ବଲ୍ ଖେଳି ୧୮ ରନ୍‌ କରି ରସିଦ୍‌ ଖାନଙ୍କ ଦ୍ୱାରା ଆଉଟ୍‌ ହୋଇ ପାଭିଲିୟନ୍‌ ଫେରିଥିଲେ।  କିନ୍ତୁ ତେୱାତିଆ ଏବଂ ରିୟାନ୍‌ ଏକ ଦମ୍‌ଦାର ଭାଗିଦାରୀ ଖେଳିଥିଲେ। ଯାହାଫଳରେ ରାଜସ୍ଥାନ ଏହି ମ୍ୟାଚ୍‌କୁ ହାଇଦ୍ରାବାଦ୍ ପାଖରୁ ଛଡ଼ାଇ ଆଣିଥିଲା। ରିୟାନ୍‌ ପରାଗ ୨୬ ବଲ୍‌ ଖେଳି ୪୨ ରନ୍‌ କରି ଅପରାଜିତ ଥିବା ବେଳେ ରାହୁଲ ତେୱାତିଆ ୨୮ ବଲ୍‌ରେ ୪୫ ରନ୍‌ କରି ଅପରାଜିତ ଥିଲେ।

ତେବେ ରାଜସ୍ଥାନ ପରାଜୟ ଧାରାରେ ବ୍ରେକ୍ ଲଗାଇଛି। ଚଳିତ ସିଜିନ୍‌ରେ ରାଜସ୍ଥାନ ୭ଟି ମ୍ୟାଚ୍‌ ଖେଳି ୪ଟି ରେ ହାରିଥିବା ବେଳେ ୩ଟିରେ ଜିତିଛି। ସେହିପରି ସନ୍‌ରାଇଜର୍ସ ହାଇଦ୍ରାବାଦ ୭ଟି ମ୍ୟାଚ୍ ଖେଳି ୩ଟି ଜିତିଥିବା ବେଳେ ୪ଟିରେ ହାରିଛି। ପଏଣ୍ଟ ଟେବୁଲ୍‌ରେ ହାଇଦ୍ରାବାଦ ୫ମ ସ୍ଥାନରେ ରହିଥିବା ବଳେ ଏହାର ତଳକୁ ୬ଷ୍ଠ ସ୍ଥାନରେ ରହିଛି ରାଜସ୍ଥାନ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ