RAIN Photograph: (OTV)
ଧୋଇଯିବ କି ଭାରତ-ପାକିସ୍ତାନ ମହାଲଢ଼େଇ !
ଖେଳ ମିଜାଜ୍ ବିଗାଡ଼ି ଦେଇପାରେ ବର୍ଷା
କଲମ୍ବୋରେ ଶୀତଳ ପଡ଼ିବ ୱାର୍ଲଡ କପ୍ ଫିଭର୍ !
ଛନକା ଭରିଲା ପାଣିପାଗ ବିଭାଗ ପୂର୍ବାନୁମାନ
ବର୍ଷା କରିବ ବଙ୍ଗୋପସାଗରରେ ସମ୍ଭାବ୍ୟ ଲଘୁଚାପ !
ଭାରତ-ପାକିସ୍ତାନ ମହାମୁକାବିଲା ପୂର୍ବରୁ ମନ ଭାଙ୍ଗି ଦେଲା ଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। କ୍ରିକେଟ ପ୍ରେମୀଙ୍କ ଭିତରେ କ୍ରେଜ୍ ଉପରମୁହାଁ ବେଳେ ଲଘୁଚାପ ଭାଙ୍ଗି ଦେଇଛି ଫ୍ୟାନଙ୍କ ଦିଲ୍। ହାଇଭୋଲଟେଜ୍ ଲଢ଼େଇ ଉପରେ ଘୋଟି ଆସିଛି ବର୍ଷାର କଳା ବାଦଲ।
ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି।ଏହା ଘନୀଭୂତ ହୋଇ ନେଇପାରେ ଲଘୁଚାପ ରୂପ। ୧୫ ତାରିଖ ବେଳକୁ ଲଘୁଚାପ ସମ୍ଭାବନା ରହିଛି। ସେଦିନ କଲମ୍ବୋ ଆର୍. ପ୍ରେମଦାସା ଷ୍ଟାଡିୟମରେ ରହିଛି ଭାରତ-ପାକିସ୍ତାନ ମହାମୁକାବିଲା। ପାଣିପାଗ ବିଜ୍ଞାନୀ ଆକଳନ କରୁଛନ୍ତି, ସମ୍ଭାବ୍ୟ ଲଘୁଚାପର ପ୍ରଭାବ ଶ୍ରୀଲଙ୍କାର ଦକ୍ଷିଣ ଭାଗରେ ପଡ଼ିପାରେ। ବର୍ଷା ଲାଗିରହିଲେ ମ୍ୟାଚ୍ ଧୋଇଯିବା ଆଶଙ୍କା ଦେଖାଦେଇଛି।
ଭାରତ-ପାକିସ୍ତାନ ବିଶ୍ବକପ୍ ଲଢ଼େଇ ପୂର୍ବରୁ ପଡ଼ିଆ ବାହାରେ ନାଟକୀୟ ଘଟଣାକ୍ରମ ଦେଖିବାକୁ ମିଳିଥିଲା। ପ୍ରଥମେ ପାକିସ୍ତାନର ମ୍ୟାଚ୍ ବଏକଟ ଧମକ ଓ ପରେ ୟୁଟର୍ଣ୍ଣ କ୍ରିକେଟ ଫ୍ୟାନଙ୍କ ଭିତରେ ଉତ୍ସାହ ଭରିଥିଲା। ଏବେ ପ୍ରକୃତି ଭାରତ-ପାକିସ୍ତାନ ମ୍ୟାଚରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ଭାବରେ ଉଭା ହେଉଛି।
ରବିବାର ମ୍ୟାଚ୍ ଦିନ ଝଡ଼ବର୍ଷା ସମ୍ଭାବନା
ବିଶ୍ବକପ୍ ପୂର୍ବରୁ ଶ୍ରୀଲଙ୍କାରେ ବର୍ଷା ଯୋଗୁଁ ଅନେକ ୱାର୍ମ-ଅପ୍ ମ୍ୟାଚ୍ ଧୋଇ ଯାଇଥିଲା। ଗୁଗୁଲ ୱେଦର ଓ ସ୍ଥାନୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ରବିବାର ମ୍ୟାଚ୍ ଦିନ ଝଡ଼ବର୍ଷା ସମ୍ଭାବନା ୫୦ରୁ ୬୫ ପ୍ରତିଶତ ରହୁଛି।
ଭାରତ-ପାକିସ୍ତାନ ମ୍ୟାଚରେ ବର୍ଷା ବାଧକ ସାଜିଲେ ICC ନିୟମ ଲାଗୁ ହେବ। ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ହୋଇଥିବାରୁ କୌଣସି ରିଜର୍ଭ ଡେ ବ୍ୟବସ୍ଥା ନାହିଁ। ତେଣୁ ମ୍ୟାଚ୍ ସମ୍ପୂର୍ଣ୍ଣ ବାତିଲ ହେଲେ ୧ ପଏଣ୍ଟ ଲେଖାଏଁ ପାଇବେ ଉଭୟ ଟିମ୍। ରେଜଲ୍ଟ ଘୋଷଣା କରିବା ପାଇଁ ଉଭୟ ଇନିଂସରେ ଅତିକମରେ ୫-୫ ଓଭର ଖେଳ ହେବା ଆବଶ୍ୟକ। ନହେଲେ ମ୍ୟାଚକୁ ବାତିଲ୍ ଘୋଷଣା କରାଯିବ।
ସେହିପରି ଯଦି ଖେଳ ମଝିରେ ବର୍ଷା ହେଲେ ଓ ଉଭୟ ଟିମ୍ ୫ ଓଭର ଖେଳିଥିଲେ, ଡର୍କ ଓରଥ ଲୁଇସ୍-DLSରେ ଘୋଷଣା ହେବ ବିଜେତା। ଏହି ନିୟମରେ ଓଭର ସଂଖ୍ୟା କମ୍ କରି ନୂଆ ଟାର୍ଗେଟ ସ୍ଥିର କରାଯାଏ। ତେଣୁ ରବିବାର ବର୍ଷା ଯୋଗୁଁ ଓଭର କମିଲେ କି ମ୍ୟାଚ୍ ବାତିଲ ହେଲେ ସିଧାସଳଖ ଗ୍ରୁପ୍ ପଏଣ୍ଟ ଟେବୁଲ ଉପରେ ପ୍ରଭାବ ପକାଇବ।
ଏବେ କ୍ରିକେଟ ଫ୍ୟାନ୍ ଓ ଆୟୋଜକ କେବଳ ଇନ୍ଦ୍ରଦେବଙ୍କ କୃପା ପାଇଁ ପ୍ରାର୍ଥନା କରୁଛନ୍ତି। ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/13/rain-2026-02-13-20-58-00.jpg)