operation sindoor Photograph: (OTV)
ଏସିଆ କପ୍ (Asia Cup) ୨୦୨୫ର ଚାମ୍ପିଅନ ହୋଇଛି ଭାରତ। ପାକିସ୍ତାନକୁ ଶୋଚନୀୟ ଭାବେ ପରାସ୍ତ କରି ତାର ଔକାତ୍ ଦେଖେଇ ଦେଇଛି ଭାରତ । ଏସିଆ କପରେ ଭାରତୀୟ ଦଳ ପାକିସ୍ତାନ ସହ ଖେଳିବାକୁ ନେଇ ଯେଉଁମାନେ ଆପତ୍ତି ଉଠାଇଥିଲେ । ସେହିମାନେ ଆଜି ସେଲିବ୍ରେସନ କରୁଛନ୍ତି । କାରଣ ପାକିସ୍ତାନକୁ ଧୋଇଦେଇଛି ଭାରତୀୟ କ୍ରିକେଟ ଟିମ । ପିଢ଼ି ପରେ ପିଢ଼ି ମନେ ରଖିବେ ଭାରତର ଏହି ବିଜୟର ଗାଥା ।
ସେପଟେ ପାକିସ୍ତାନକୁ ତେରେଚ୍ଛା ବାଣ ମାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏସିଆ କପରେ ପାକିସ୍ତାନକୁ ଭାରତ ହରାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଟିମ୍ ଇଣ୍ଡିଆକୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ସବୁଠୁ ଗୁରୁତ୍ବପୂର୍ଣ୍ଣ ମୋଦିଙ୍କ ଲେଖା । ଯାହାକୁ ନେଇ ସବୁଠି ଚର୍ଚ୍ଚା । ସେ ସୋସିଆଲ ମିଡିଆରେ କରିଥିବା ପୋଷ୍ଟରେ ଲେଖିଛନ୍ତି
'ପଡ଼ିଆରେ ଅପରେସନ ସିନ୍ଦୂର, ଫଳାଫଳ ସମାନ । ଭାରତ ଜିତିଲା... ଆମ କ୍ରିକେଟରମାନଙ୍କୁ ଅଭିନନ୍ଦନ।'
ପ୍ରଧାନମନ୍ତ୍ରୀ ଏହି ପୋଷ୍ଟ ମାଧ୍ୟମରେ ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଇଛନ୍ତି । କହିଛନ୍ତି ଯୁଦ୍ଧ ଭୂମିରେ ଓ ପଡ଼ିଆରେ ଭାରତର ଅପରେସନ ସିନ୍ଦୂର ସଫଳ ।
ପହଲଗାମରେ ନିର୍ଦ୍ଦୋଷ ଭାରତୀୟଙ୍କୁ ହତ୍ୟା ପରେ ଭାରତୀୟ ସେନା ପାକିସ୍ତାନରେ ଆତଙ୍କବାଦୀ ଶିବିରକୁ ଧ୍ବଂସ କରି ଅପରେସନ ସିନ୍ଦୂର ଆରମ୍ଭ କରିଥିଲା । ରବିବାର ବି ଭାରତୀୟ ଟିମର ପାକିସ୍ତାନ ବିପକ୍ଷ ମ୍ୟାଚକୁ ଅପରେସନ ସିନ୍ଦୂର ସହ ତୁଳନା କରିଛନ୍ତି ପ୍ରଧାନମନ୍ତ୍ରୀ ।
ସେଦିନ ଘଟଣାକୁ ଆଜି ବି ଭୁଲିନି ଭାରତ ନା କେବେ ଭୁଲି ପାରିବ । ଜମ୍ମୁ କାଶ୍ମୀରର ଶାନ୍ତ ପରିବେଶରେ ଗର୍ଜନ କରିଥିଲା ଆତଙ୍କୀଙ୍କ ବନ୍ଧୁକ । ପର୍ଯ୍ୟଟକଙ୍କ ରକ୍ତରେ ଲାଲ୍ ହୋଇ ଯାଇଥିଲା ଭାରତର ମିନି ସୁଇଜରଲ୍ୟାଣ୍ଡ । ସବୁଜ ପରିବେଶ ନିମିଷକରେ ହୋଇଥିଲା ରକ୍ତ ରଞ୍ଜିତ। ଏହାର ଜବାବରେ ଭାରତ ପକ୍ଷରୁ ଅପରେସନ ସିନ୍ଦୂର ଲଞ୍ଚ କରାଯାଇଥିଲା । ପାକିସ୍ତାନକୁ ମୁହଁତୋଡ ଜବାବ ଦିଆଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/09/29/operation-sindoor-2025-09-29-13-28-29.jpg)