Ranji Team Photograph: (OTV)
ଜାମସେଦପୁରରେ ଖେଳାଯାଉଛି ଓଡ଼ିଶା-ଝାଡଖଣ୍ଡ ରଣଜୀ ଟ୍ରଫି ମ୍ୟାଚ । ଚଳିତ ସିଜନର ଏହା ଓଡ଼ିଶାର ଶେଷ ରଣଜୀ ମ୍ୟାଚ । ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରୁଥିବା ଟିମ୍ ଓଡ଼ିଶା ଶେଷ ଖବର ସୁଦ୍ଧା ୬ ୱିକେଟ ହରାଇ ୨୪୨ ରନ୍ କରିଛି । ସ୍ବସ୍ତିକ ସାମଲ୍ ଓ ଗୋବିନ୍ଦ ପୋଦ୍ଦାର ଅର୍ଦ୍ଧଶତକ ହାସଲ କରିଛନ୍ତି । ସ୍ବସ୍ତିକ ୭୯ ରନ୍ କରିଥିବା ବେଳେ ପୋଦ୍ଦାର ୬୪ ରନ୍ କରିଥିଲେ । ...
ତେବେ ଆଜି ମ୍ୟାଚରେ ଓଡ଼ିଶା ପାଇଁ ରଣଜୀ ପଦାର୍ପଣ କରିଛନ୍ତି ଅଲରାଉଣ୍ଡର ସୟଦ ତୁଫୈଲ ଅହମ୍ମଦ । ୧୮ ବର୍ଷୀୟ ତୁଫୈଲ ବାମହାତୀ ସ୍ପିନ୍ ବୋଲିଂ କରୁଥିବା ବେଳେ ଡାହାଣହାତୀ ବ୍ୟାଟର । ସେ ଏହା ପୂର୍ବରୁ ଚଳିତ ବର୍ଷ ଓଡ଼ିଶା ସିନିୟର ଦଳରେ ସାମିଲ ହୋଇ ପାଇଁ ବିଜୟ ହଜାରେ ଟ୍ରଫି ଖେଳିସାରିଛନ୍ତି ।
ସେହିପରି ସେ ନିକଟରେ ୨୩ ବର୍ଷରୁ କମ୍ ସିକେ ନାଇଡୁ ଟ୍ରଫିରେ ଓଡିଶାକୁ ପ୍ରତିନିଧିତ୍ବ କରୁଥିଲେ । ପୂର୍ବରୁ ତୁଫୈଲ ଓଡ଼ିଶାର ୧୬ ବର୍ଷରୁ କମ୍ ଏବଂ ୧୯ ବର୍ଷରୁ କମ୍ କ୍ରିକେଟ ଟିମରେ ମଧ୍ୟ ସ୍ଥାନ ପାଇଥିଲେ । ଆଜି ଓଡ଼ିଶା ଦଳର ଭେଟେରାନ୍ ଖେଳାଳି ବିପ୍ଲବ ସାମନ୍ତରାୟ ତୁଫୈଲଙ୍କୁ ଡେବ୍ୟୁ କ୍ୟାପ୍ ପ୍ରଦାନ କରିଥିଲେ ।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/29/ranji-team-2026-01-29-18-39-17.jpg)