kkr
ଅବୁଧାବି: ଆଇପିଏଲର ୨୪ତମ ମ୍ୟାଚ୍ କିଙ୍ଗସ ଏକାଦଶ ପଞ୍ଜାବ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍ରେ କୋଲକାତାର ଅଧିନାୟକ ଦୀନେଶ କାର୍ତ୍ତିକ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି।
ପଏଣ୍ଟ ଟେବୁଲ୍ରେ କୋଲକାତା ୫ଟି ମ୍ୟାଚ୍ ଖେଳି ୩ଟି ଜିତି ଥିବା ବେଳେ ୨ଟିରେ ପରାସ୍ତ ହୋଇଛି। ୬ ପଏଣ୍ଟ ହାସଲ ସହ ଟେବୁଲ୍ର ଚତୁର୍ଥ ସ୍ଥାନରେ ରହିଛି କୋଲକାତା। ସେହିଭଳି କିଙ୍ଗସ ଏକାଦଶ ପଞ୍ଜାବ ୬ଟି ମ୍ୟାଚ୍ ଖେଳି ଗୋଟିଏ ଜିତିବାକୁ ସକ୍ଷମ ହୋଇଛି। ୨ ପଏଣ୍ଟ ହାସଲ କରି ଟେବୁଲ୍ର ଶେଷ ସ୍ଥାନରେ ରହିଛି ପଞ୍ଜାବ।
ତେବେ ଆଜିର ମ୍ୟାଚ୍ରେ କୋଲକାତା ୩ ନମ୍ୱର ସ୍ଥାନକୁ ଉଠିବା ପାଇଁ ପ୍ରୟାସ କରିବ। ଅନ୍ୟପଟେ ପଞ୍ଜାବ ପରାଜୟ ଧାରାକୁ ରୋକିବା ପାଇଁ ଚେଷ୍ଟା କରିବ। ତେବେ ବାରମ୍ବାର ଫେଲ ହେଉଥିବା ଗ୍ଲେନ ମ୍ୟାକ୍ସିୱେଲଙ୍କ ବଦଳରେ ପଞ୍ଜାବ ଆଜି ଅଭିଜ୍ଞ କ୍ରିସ୍ ଗେଲଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦେବ ବୋଲି ଆଶା କରାଯାଉଥିଲା, କିନ୍ତୁ ଦଳ ଆଜି ବି ଗେଲ୍ଙ୍କୁ ଖେଳିବା ପାଇଁ ସୁଯୋଗ ଦେଇନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/kkr_1625245412.jpg)