6
ଶାରଜା: ଚଳିତ ଆଇପିଏଲର ଆଜିର ମ୍ୟାଚ୍ରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଟକ୍କର ଆରମ୍ଭ ହୋଇଛି। କୋଲକାତା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହାଇ ୧୪୯ ରନ୍ କରିବାକୁ ସକ୍ଷମ ହୋଇଛି। ତେବେ ପଞ୍ଜାବକୁ ଏହି ମ୍ୟାଚ୍ ଜିତିବା ପାଇଁ ୧୫୦ ରନ୍ର ପିଛା କରିବାକୁ ପଡ଼ିବ।
ଏହି ମ୍ୟାଚ୍ରେ କେକେଆର ପ୍ରାରମ୍ଭିକ ପର୍ଯ୍ୟାୟରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ଶୁବମନ୍ ଗିଲ୍ ଓ କ୍ୟାପଟେନ୍ ଇଆନ୍ ମୋର୍ଗାନଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ଦଳ ୯ ୱିକେଟ୍ ହରାଇ ୧୪୯ ପର୍ଯ୍ୟନ୍ତ ଯାଇପାରିଥିଲା।
କେକେଆର ପକ୍ଷରୁ ଗିଲ୍ ୪୫ ବଲରେ ୩ ଚୌକା ଓ ୪ ଛକା ସହ ୫୭ ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲକି ଫର୍ଗୁସନ୍ ୨୪ ରନ୍ କରି ଅପରାଜିତ ଥିବା ବେଳେ କମଲେଶ ନାଗରକୋଟି ୬, ପ୍ୟାଟ୍ କମିନ୍ସ ୧, ବରୁନ୍ ଚକ୍ରବର୍ତ୍ତୀ ୨ ରନ୍ କରି ଆଉଟ୍ ହୋଇଥିଲେ।
ସେହିପରି ପଞ୍ଜାବ ପକ୍ଷରୁ ଶାମି ୩ଟି, କ୍ରିସ୍ ଜୋର୍ଡାନ୍ ଓ ରବି ୨ଟି ଲେଖାଏ ୱିକେଟ୍ ନେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/6-5_1625182458.jpg)