4
ଶାରଜା: ଚଳିତ ଆଇପିଏଲର ୪୬ ତମ ମୁକାବିଲାରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଓ କୋଲକାତା ନାଇଟ୍ ରାଇଡର୍ସ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍ରେ ଟସ୍ ଜିତି କିଙ୍ଗ୍ସ ଏକାଦଶ ପଞ୍ଜାବର ଅଧିନାୟକ କେ.ଏଲ ରାହୁଲ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ କେକେଆର ପ୍ରଥମେ ବ୍ୟାଟିଂ କରିବ।
ଦୁଇ ଦଳ ପାଇଁ ଆଜିର ମ୍ୟାଚ୍ ବହୁତ ଗୁରୁତ୍ୱପୂର୍ଣ୍ଣ। କାରଣ କେକେଆର ୧୧ଟି ମ୍ୟାଚ୍ ଖେଳି ୬ଟି ଜିତି ୧୨ ପଏଣ୍ଟ ସହ ଟେବୁଲ୍ର ଚତୁର୍ଥ ସ୍ଥାନରେ ରହିଥିବା ବେଳେ ପଞ୍ଜାବ ୧୧ଟି ମ୍ୟାଚ୍ ଖେଳି ୫ଟିରେ ଜିତି ୧୦ ପଏଣ୍ଟ ସହ ଟେବୁଲ୍ର ୫ମ ସ୍ଥାନରେ ରହିଛି। ତେବେ ପ୍ଲେ ଅଫ ଖେଳିବା ପାଇଁ ଆଜି ଉଭୟ ଦଳ ସଙ୍ଘର୍ଷ କରିବେ।
ସାମ୍ଭାବ୍ୟ ଏକାଦଶ
କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ: ଶୁଭମାନ ଗିଲ, ନୀତୀଶ ରାଣା, ରାହୁଲ ତ୍ରିପାଠୀ, ଦୀନେଶ କାର୍ତ୍ତିକ (କିପର), ଇଓନ ମୋର୍ଗାନ (କ୍ୟା), ସୁନୀଲ ନାରିନ, ପ୍ୟାଟ କମିନ୍ସ, ଲକି ଫର୍ଗୁସନ, କମଲେଶ ନାଗାର୍କୋଟି, ପ୍ରସାଦ କୃଷ୍ଣ, ବରୁଣ ଚକ୍ରବର୍ତ୍ତୀ ଖେଳିବେ।
କିଙ୍ଗସ୍ ଏକାଦଶ ପଞ୍ଜାବ ପକ୍ଷରୁ: କେ.ଏଲ୍ ରାହୁଲ (କ୍ୟା/କିପର), ମନଦୀପ ସିଂ, କ୍ରିସ୍ ଗେଲ୍, ନିକୋଲାସ୍ ପୁରାନ୍, ଗ୍ଲେନ୍ ମ୍ୟାକ୍ସୱେଲ, ଦୀପକ ହୁଡା, କ୍ରିସ୍ ଜୋର୍ଡାନ, ମୁରୁଗାନ୍ ଅଶ୍ୱିନ୍, ରବି ବିଷ୍ଣୁ, ମହମ୍ମଦ ଶାମି, ଅର୍ଶଦୀପ ସିଂ ଖେଳିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/4-7_1625183117.jpg)