Advertisment

ହସ୍ପିଟାଲ୍‌ ବେଡ୍‌ରେ ଅସୁସ୍ଥ କପିଲ୍ ଦେବ, ସାମ୍ନାକୁ ଆସିଲା ପ୍ରଥମ ଫଟୋ

ନୂଆଦିଲ୍ଲୀ: ଅସୁସ୍ଥ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା କିମ୍ବଦନ୍ତୀ କ୍ରିକେଟର କପିଲ୍ ଦେବଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ ଅଛି। ହସ୍ପିଟାଲ୍‌ ବେଡ୍‌ରୁ ସାମ୍ନାକୁ ଆସିଥିବା ତାଙ୍କର ଏହି ପ୍ରଥମ ଫଟୋ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୂର୍ବତନ ଭାରତୀୟ ଅନ୍ତର୍ଜାତୀୟ କ୍ରିକେଟର ଚେତନ୍‌ ଶର୍ମା ଏହି ଫଟୋକୁ ଟ୍ୱିଟ୍‌ରରେ ଶେଆର କରି ଲେଖିଛନ୍ତି, ‘ଅପରେସନ୍‌ ପରେ କପିଲ୍‌ ପା ଜୀ ବର୍ତ୍ତମାନ ଠିକ୍‌ ଅଛନ୍ତି। ସେ ତାଙ୍କ ଝିଅ ଅମ୍ୟାଙ୍କ ସହ ବସିଛନ୍ତି। ଜୟ […]

ଅଦ୍ୟତନ ହୋଇଛି
ହସ୍ପିଟାଲ୍‌ ବେଡ୍‌ରେ ଅସୁସ୍ଥ କପିଲ୍ ଦେବ, ସାମ୍ନାକୁ ଆସିଲା ପ୍ରଥମ ଫଟୋ

kapil dev

Advertisment

ନୂଆଦିଲ୍ଲୀ: ଅସୁସ୍ଥ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା କିମ୍ବଦନ୍ତୀ କ୍ରିକେଟର କପିଲ୍ ଦେବଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ ଅଛି। ହସ୍ପିଟାଲ୍‌ ବେଡ୍‌ରୁ ସାମ୍ନାକୁ ଆସିଥିବା ତାଙ୍କର ଏହି ପ୍ରଥମ ଫଟୋ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ପୂର୍ବତନ ଭାରତୀୟ ଅନ୍ତର୍ଜାତୀୟ କ୍ରିକେଟର ଚେତନ୍‌ ଶର୍ମା ଏହି ଫଟୋକୁ ଟ୍ୱିଟ୍‌ରରେ ଶେଆର କରି ଲେଖିଛନ୍ତି, ‘ଅପରେସନ୍‌ ପରେ କପିଲ୍‌ ପା ଜୀ ବର୍ତ୍ତମାନ ଠିକ୍‌ ଅଛନ୍ତି। ସେ ତାଙ୍କ ଝିଅ ଅମ୍ୟାଙ୍କ ସହ ବସିଛନ୍ତି। ଜୟ ମାତା ଦୀ’।

ଏହି ଫଟୋରେ କପିଲ୍‌ ଦେବ ସ୍ମାଇଲ୍‌ ଦେଉଥିବା ଦେଖିବାକୁ ମିଳିଛି। 

Advertisment

ସୂଚନାଥାଉ କି, କପିଲ୍ ଦେବ ହୃଦ୍‌ଘାତର ଶିକାର ହୋଇଥିବା ନେଇ ଗତକାଲି ଖବର ସାମ୍ନାକୁ ଆସିଥିଲା। ହୃଦ୍‌ଘାତର ଶିକାର ହେବା ପରେ ତାଙ୍କୁ ନୂଆଦିଲ୍ଲୀ ସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି ସର୍ଜରୀ କରାଯାଇଥିଲା। ତେବେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ସୂଚନା ମିଳିଛି।

କପିଲ୍ ଦେବ ଭାରତର ଅନ୍ୟତମ ସଫଳ ଅଲ୍‌ରାଉଣ୍ଡର ଏବଂ ସଫଳ କ୍ୟାପଟେନ୍। ତାଙ୍କ ନେତୃତ୍ୱରେ ଭାରତ ପ୍ରଥମଥର ଲାଗି ୧୯୮୩ ବିଶ୍ୱକପରେ ବିଜେତା ହୋଇଥିଲା। ତେବେ କପିଲ୍ ଦେବଙ୍କ ହୃଦ୍‌ଘାତ ଖବର ପ୍ରଚାରିତ ହେବା ପରେ ସୋଶାଲ୍ ମିଡିଆରେ ସମସ୍ତେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ