KALINGA LANCERS Photograph: (OTV)
ପୁଣି କଳିଙ୍ଗ ଲାନ୍ସର୍ସ ହେଲା ହକି ଇଣ୍ଡିଆ ଲିଗ୍ ଚାମ୍ପିଅନ୍ । ଭୁବନେଶ୍ବର କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା ହକି ଇଣ୍ଡିଆ ଲିଗ୍ ଫାଇନାଲ୍ ମ୍ୟାଚରେ ରାଞ୍ଚି ରୟାଲ୍ସକୁ ୩-୨ରେ ହରାଇ କଳିଙ୍ଗ ଲାନ୍ସର୍ସ ବିଜେତା ହେଇଛି । ଏହାସହିତ ୨୦୧୭ ପରେ ଦ୍ବିତୀୟଥର ଟାଇଟଲ ହାତେଇ ପ୍ରଥମ ଦଳ ଭାବେ ହକି ଇଣ୍ଡିଆ ଲିଗରେ ଦୁଇ ଦୁଇ ଥର ଚାମ୍ପିଅନ ହୋଇଛି କଳିଙ୍ଗ ଲାନ୍ସର୍ସ ।
କଳିଙ୍ଗ ଲାନସର୍ସ ପକ୍ଷରୁ ଆଲେକଜାଣ୍ଡାର ହେଣ୍ଡେରିକ୍ସ ଦୁଇଟି ଗୋଲ ସ୍କୋର କରିଥିବା ବେଳେ ଦିଲପ୍ରିତ୍ ସିଂ ୨୫ ମିନିଟରେ ଗୋଲ୍ ଦେଇ ଦଳକୁ ଟାଇଟଲ ଜିତାଇଥିଲେ। ଚମ୍ପିୟାନ କଳିଙ୍ଗ ଲାନସର୍ସ ଦଳକୁ ୩କୋଟି ଏବଂ ରନର ଅପ୍ ରାଞ୍ଚି ରୟାଲକୁ ୨ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ତୃତୀୟ ସ୍ଥାନ ଅଧିକାର କରିଥିବା ହାଇଦ୍ରାବାଦ ତୁଫାନସ ଏକ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି ।
ହକି ଇଣ୍ଡିଆ ଲିଗର ପ୍ଲେୟାର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଛନ୍ତି ହାଇଦ୍ରାବାଦ ତୁଫାନ୍ସର ଅମନଦୀପ ଲାକ୍ରା। ସେହିଭଳି ଅପକମିଂ ପ୍ଲେୟାର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ହୋଇଛନ୍ତି ପ୍ରିୟୋବତ୍ର ତାଲେମ । ସେ ଏଚଆଇଏଲ୍ ଜିସି ପାଇଁ ଖେଳୁଥିଲେ ।
ତାମିଲନାଡୁ ଡ୍ରାଗନ୍ସ ପାଇଁ ଖେଳୁଥିବା ପ୍ରିନ୍ସ ଦୀପ ସିଂ ଗୋଲକିପର ଅଫ ଦ ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୁଖ୍ୟ ଅତିଥିରେ ଭାବେ ଯୋଗଦେଇ ଚାମ୍ପିଅନ ଟିମକୁ ସମ୍ମାନିତ କରିଛନ୍ତି ।
କଳିଙ୍ଗ ଲାନ୍ସର୍ସ ଚାମ୍ପିଅନ୍
ଫାଇନାଲରେ ରାଞ୍ଚି ରୟାଲ୍ସକୁ ୩-୨ରେ ହରାଇଲା କଳିଙ୍ଗ ଲାନ୍ସର୍ସ
ଆଲେକଜାଣ୍ଡାର ହେଣ୍ଡେରିକ୍ସ ଦେଲେ ଦୁଇଟି ଗୋଲ୍
ଦିଲପ୍ରିତ୍ ସିଂ ଗୋଲ୍ ଦେଇ ଦଳକୁ ଜିତାଇଲେ
ଚମ୍ପିଅନ୍ କଳିଙ୍ଗ ଲାନସର୍ସକୁ ୩ କୋଟି ପୁରସ୍କାର
ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/27/kalinga-lancers-2026-01-27-10-02-22.jpg)