ISL
ଭୁବନେଶ୍ୱର: ଭୁବନେଶ୍ୱର ISL ମୁକାବିଲାରେ ବେଙ୍ଗାଲୁରୁ ବିଜୟ ହାସଲ କରିଛି। କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯାଇଥିବା ମ୍ୟାଚରେ ଜାମସେଦପୁର FCକୁ ହରାଇ ବେଙ୍ଗାଲୁରୁ FC ୨-୦ ଗୋଲରେ ମ୍ୟାଚ୍ ଜିତି ନେଇଛି।
ଏହାସହ ପ୍ରଥମ ଲିଗରେ ଜାମସେଦପୁରଠାରୁ ପରାଜୟର ପ୍ରତିଶୋଧ ନେଇଛି ବେଙ୍ଗାଲୁରୁ ଟିମ୍। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ISL ଟୁର୍ଣ୍ଣାମେଣ୍ଟର ଗତକାଲି ଏକମାତ୍ର ମ୍ୟାଚ୍ ଖେଳାଯାଇଥିଲା।
ବେଙ୍ଗାଲୁରୁ ପକ୍ଷରୁ ନିକୋଲାସ ଲାଡିସଲାଉ ୨୨ ମିନିଟରେ ପେନାଲଟି ଗୋଲ କରିଥିଲେ ପରେ ଅଧିନାୟକ ସୁନିଲ ଛେତ୍ରୀ ଦ୍ୱିତୀୟ ଗୋଲ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମ୍ୟାଚକୁ ଉଦଘାଟନ କରିଥିଲେ। ମ୍ୟାଚ୍ ଦେଖିବା ଲାଗି କଳିଙ୍ଗ ଷ୍ଟାଡିଅମରେ ଫୁଟବଲ ପ୍ରେମୀଙ୍କ ବେଶ୍ ଭିଡ଼ ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ଏହି ମ୍ୟାଚ ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ISL_1626430755.jpg)