• Astrospeak
  • Live TV
  • Read In English

ବିରାଟଙ୍କୁ ଆଉଟ୍‌ କରି ରେକର୍ଡ କଲେ ସନ୍ଦୀପ ଶର୍ମା

ଶାରଜାହ: ଗତକାଲି ଶାରଜାହରେ ଖେଳାଯାଇଥିବା ଚଳିତ ଆଇପିଏଲ୍‌ର ୫୨ତମ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦର ଦ୍ରୁତ ବୋଲର୍ ସନ୍ଦୀପ ଶର୍ମା ନିଜ ନାମରେ ଏକ ରେକର୍ଡ ଯୋଡ଼ିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର କ୍ୟାପ୍ଟେନ୍‌ ବିରାଟ କୋହଲିଙ୍କୁ ଆଉଟ୍‌କରି ସେ ଏହି ରେକର୍ଡ କରିଛନ୍ତି। ସନ୍ଦୀପ ଆଇପିଏଲରେ କୋହଲିଙ୍କୁ ସାତଥର ଆଉଟ୍‌କରି ଏହି ରେକର୍ଡ କରିଛନ୍ତି। ଶନିବାର ଶାରଜାହ ଗ୍ରାଉଣ୍ଡରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହୋଇଥିଲେ। ପ୍ରଥମେ ବ୍ୟାଟିଂ କରି ଆରସିବି ନିର୍ଦ୍ଧାରିତ ୨୦ […]

a
a

ଶାରଜାହ: ଗତକାଲି ଶାରଜାହରେ ଖେଳାଯାଇଥିବା ଚଳିତ ଆଇପିଏଲ୍‌ର ୫୨ତମ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦର ଦ୍ରୁତ ବୋଲର୍ ସନ୍ଦୀପ ଶର୍ମା ନିଜ ନାମରେ ଏକ ରେକର୍ଡ ଯୋଡ଼ିଛନ୍ତି।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର କ୍ୟାପ୍ଟେନ୍‌ ବିରାଟ କୋହଲିଙ୍କୁ ଆଉଟ୍‌କରି ସେ ଏହି ରେକର୍ଡ କରିଛନ୍ତି। ସନ୍ଦୀପ ଆଇପିଏଲରେ କୋହଲିଙ୍କୁ ସାତଥର ଆଉଟ୍‌କରି ଏହି ରେକର୍ଡ କରିଛନ୍ତି।

ଶନିବାର ଶାରଜାହ ଗ୍ରାଉଣ୍ଡରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସନ୍‌ରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହୋଇଥିଲେ। ପ୍ରଥମେ ବ୍ୟାଟିଂ କରି ଆରସିବି ନିର୍ଦ୍ଧାରିତ ୨୦ ଓଭରରେ ୭  ୱିକେଟ୍‌ ହରାଇ ୧୨୦ ରନ୍‌ କରିପାରିଥିଲା ଯାହାକୁ ହାଇଦ୍ରାବାଦ ୧୪.୧ ଓଭରରେ ୧୨୧ ରନ୍‌ କରି ଜିତି ନେଇଥିଲା।

ସନ୍ଦୀପ କୋହଲିଙ୍କୁ ୭ ରନ୍‌ରେ ଆଉଟ୍‌ କରି ଆରସିବି ବିପକ୍ଷ ମ୍ୟାଚ୍‌ରେ ହାଇଦ୍ରାବାଦକୁ ୫ ୱିକେଟ୍‌ରେ ବିଜୟୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏଥିସହ ଆଇପିଏଲରେ କୋହଲିଙ୍କୁ ସର୍ବାଧିକ ଥର ଆଉଟ୍‌ କରିବାରେ ସେ ରେକର୍ଡ କରିଛନ୍ତି।

ଏହା ପୂର୍ବରୁ କେହଲିଙ୍କୁ ଅଧିକ ବାର ଆଉଟ୍‌ କରିବାର ରେକର୍ଡ ଆଶିଷ ନେହେରାଙ୍କ ନାମରେ ଥିଲା। ସେ କୋହଲିଙ୍କୁ ୬ ଥର ଆଉଟ୍‌ କରିଥିଲେ। ଯାହାକି ସନ୍ଦୀପ ଗତକାଲି ମ୍ୟାଚ୍‌ରେ ଭାଙ୍ଗିଛନ୍ତି। ଏଥିସହ ସେ ଜଣେ ବ୍ୟାଟ୍ସମ୍ୟାନ୍‌କୁ ବାରମ୍ୱାର ଆଉଟ୍‌ କରିବାର ରେକର୍ଡରେ ମଧ୍ୟ ଯୋଡ଼ି ହୋଇଯାଇଛନ୍ତି। ପୂର୍ବରୁ ଜାହିର୍ ଖାଁ, ମହେନ୍ଦ୍ର ସିଂ ଧୋନିଙ୍କୁ ୭ ଥର ଆଉଟ୍‌କରି ଏହି ରେକର୍ଡ କରିଥିଲେ। ଏଥିସହ ସନ୍ଦୀପ ମଧ୍ୟ ଜାହିରଙ୍କ ସମକକ୍ଷ ହୋଇଛନ୍ତି।