CRICKET Photograph: (OTV)
ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟରେ ଗତକାଲି ଖେଳ ଶେଷ ସୁଦ୍ଧା ଭାରତ ୨ ୱିକେଟ୍ ହରାଇ ୧୨୧ ରନ କରିଛି । ଭାରତର ତରଫରୁ ଜୟସ୍ବାଲ ୩୬ ରନ କରି ଆଉଟ୍ ହୋଇଥିବାବେଳେ ସାଇସୁଦର୍ଶନ ୭ ରନ କରି ପାଭିଲିଅନ ଫେରିଛନ୍ତି । କେଏଲ. ରାହୁଲ ୫୩ ଓ କ୍ୟାପଟେନ୍ ଗିଲ୍ ୧୮ ରନ କରି ଅପରାଜିତ ରହିଛନ୍ତି । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଆରମ୍ଭରୁ ବିପର୍ଯ୍ୟୟ ଭୋଗିଥିଲା ୱେଷ୍ଟଇଣ୍ଡିଜ୍ । ପ୍ରଥମ ଦିନରେ ହିଁ ଓ୍ବେଷ୍ଟଇଣ୍ଡିଜ୍ ମାତ୍ର ୧୬୨ ରନରେ ଅଲଆଉଟ୍ ହୋଇଯାଇଥିଲା । ମହମ୍ମଦ ସିରାଜଙ୍କୁ ୪ ୱିକେଟ୍ ମିଳିଥିବାବେଲେ ବୁମରାଙ୍କୁ ୩, କୁଲଦୀପଙ୍କୁ ୨ ଓ ୱାଶିଂଟନ ହାତେଇଥିଲେ ଗୋଟିଏ ୱିକେଟ୍ । ମାତ୍ର ୪୪.୧ ଓଭରରେ ଶେଷ ହୋଇଯାଇଥିଲା ଇନିଂସ । ୱେଷ୍ଟଇଣ୍ଡିଜର କୌଣସି ଖେଳାଳି ୫୦ ଟପିପାରିଲେନି ।
ଭାରତ ୱେଷ୍ଟଇଣ୍ଡିଜ୍ ପ୍ରଥମ ଟେଷ୍ଟ
ପ୍ରଥମ ଦିନରେ ଓ୍ବେଷ୍ଟଇଣ୍ଡିଜ୍ ୧୬୨ ରନରେ ଅଲଆଉଟ୍
ଭାରତ ୨ ୱିକେଟ୍ ହରାଇ କରିଛି ୧୨୧ ରନ୍
ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମ୍ୟାଚ୍
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/03/cricket-2025-10-03-09-42-07.jpg)