Advertisment

176 on the Board: ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ୍ ଦେଲା ଟିମ୍ ଇଣ୍ଡିଆ, ପାଣ୍ଡ୍ୟାଙ୍କ ଶହେତମ ଛକା

ବାରବାଟୀରେ ପାଣ୍ଡ୍ୟାଙ୍କ ପାୱାର୍ ସୋ'। ସାଉଥ୍ ଆଫ୍ରିକା ବୋଲରଙ୍କୁ ଧୁଲେଇ କଲେ ହାର୍ଦ୍ଦିକ। ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ୍ ଦେଲା ଟିମ୍ ଇଣ୍ଡିଆ। ହାର୍ଦ୍ଦିକ ପାଣ୍ଡ୍ୟା ଖେଳିଲେ ବିସ୍ଫୋରକ ଇଂନିସ ।

BARABATI

BARABATI Photograph: (OTV)

Advertisment

ବାରବାଟୀରେ ପାଣ୍ଡ୍ୟାଙ୍କ ପାୱାର୍ ସୋ'। ସାଉଥ୍ ଆଫ୍ରିକା ବୋଲରଙ୍କୁ ଧୁଲେଇ କଲେ ହାର୍ଦ୍ଦିକ। ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ୍ ଦେଲା ଟିମ୍ ଇଣ୍ଡିଆ। ହାର୍ଦ୍ଦିକ ପାଣ୍ଡ୍ୟା ଖେଳିଲେ ବିସ୍ଫୋରକ ଇଂନିସ । ୨୮ ବଲରେ ୪ଟି ଛକା ଓ ୬ଟି ଚୌକା ମାରି ୫୯ ରନ୍ କଲେ ହାର୍ଦ୍ଦିକ। ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ସାଉଥ ଆଫ୍ରିକା । ଆରମ୍ଭରୁ ଭାରତର ବ୍ୟାଟିଂ ବିପର୍ଯ୍ୟସ୍ତ ହୋଇଥିଲା ।

Advertisment

ପ୍ରଥମ ଓଭରରେ ହିଁ ମାତ୍ର ୪ ରନ କରି ପାଭିଲିୟନ୍ ଫେରିଥିଲେ ଭାଇସ୍ କ୍ୟାପଟେନ୍ ଶୁବମନ୍ ଗିଲ୍ । ପରେ କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବ ୧୨, ଅଭିଷେକ ଶର୍ମା ୧୭ ରନ୍ କରି ପାଭିଲିୟନ୍ ଫେରିଥିଲେ। ସେହିଭଳି ତିଲକ ବର୍ମା ୨୬, ଅକ୍ଷର ପଟେଲ୍ ୨୩ ରନ କରିବାକୁ ସକ୍ଷମ ହୋଇଥିଲେ । ତେବେ ବାରବାଟୀକୁ ହଲଚଲ୍ କରିଦେଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ଗର୍ଜିଥିଲା ପାଣ୍ଡ୍ୟାଙ୍କ ବ୍ୟାଟ୍ ।

ପାଣ୍ଡ୍ୟାଙ୍କ ୧୦୦ତମ ଛକା

ପଞ୍ଚମ ସ୍ଥାନରେ ଆସି ସାଉଥ ଆଫ୍ରିକା ବୋଲକଙ୍କୁ ଧୁମ୍ ପିଟିଥିଲେ ହାର୍ଦ୍ଦିକ । ବାରବାଟୀରେ ପାଣ୍ଡ୍ୟା ୧୦୦ତମ T-20 ଛକା ମାରି T-20ର ୧୦୦ତମ ଛକା କ୍ଲବରେ ପାଣ୍ଡ୍ୟା ସାମିଲ ହୋଇଛନ୍ତି । ହାର୍ଦ୍ଦିକ ଅପରାଜିତ ୫୯ ରନ୍ କରିଥିବାବେଳେ ଜିତେଶ ଶର୍ମା ୧୦ ରନ୍ କରି ଅପରାଜିତ ରହିଛନ୍ତି । ସାଉଥଆଫ୍ରିକା ତରଫରୁ ଲୁଙ୍ଗି ନିଗଡି ୩ ୱିକେଟ୍ ନେଇଥିବାବେଳେ ସିପିମଲା ୨ ୱିକେଟ୍ ନେଇଥିଲେ । ନିର୍ଦ୍ଧାରିତ ଓଭରରେ ୬ ୱିକେଟ୍ ହରାଇ ୧୭୫ ରନ କରିବା ସହିତ ଦକ୍ଷିଣ ଆଫ୍ରିକା ଆଗରେ ୧୭୬ ରନ ଟାର୍ଗେଟ୍ ରଖିଛି ଟିମ୍ ଇଣ୍ଡିଆ । ତେବେ ଆରମ୍ଭରୁ ସାଉଥଆଫ୍ରିକାକୁ ଲାଗିଛି ଝଟକା।  ଦ୍ବିତୀୟ ବଲରେ ଦକ୍ଷିଣ ଆଫ୍ରିକାର ଡି' କକ୍ ଙ୍କ ୱିକେଟ୍ ନେଇଛନ୍ତି ଅର୍ଶଦୀପ ।

Advertisment

ଏବେ ସାଉଥ୍ ଆଫ୍ରିକାର ବ୍ୟାଟିଂ ଜାରି ରହିଛି । ବାରବାଟୀରେ ଡି’କକ୍‌ ଡକ୍‌ ଆଉଟ୍‌ ହୋଇଛନ୍ତି । ପ୍ରଥମ ଓଭରରେ ତାଙ୍କୁ ପାଭିଲିଅନକୁ ଫେରାଇଦେଲେ  ଅର୍ଶଦୀପ  ।

ଏହା ହେଉଛି ବାରବାଟୀରେ ଇଣ୍ଡିଆ-ସାଉଥ ଆଫ୍ରିକା ୫ ଟିକିଆ ସିରିଜର ପ୍ରଥମ ମ୍ୟାଚ୍। ପଡ଼ିଆରେ ଆରମ୍ଭ ହୋଇଛି ମହାମୁକାବିଲା। ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ଟସ୍ ଜିତି ସାଉଥ୍ ଆଫ୍ରିକା ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଓପନିଂ କରିଥିଲେ ଅଭିଷେକ ଶର୍ମା ଓ ଶୁବମନ୍ ଗିଲ୍ । ନୂଆ ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ ।

Advertisment

୨୦୨୬ ଟି-ଟ୍ବେଣ୍ଟି ବିଶ୍ବକପ୍ ପାଇଁ ପୂର୍ବରୁ ଜର୍ସି ଉନ୍ମୋଚିତ ହୋଇ ସାରିଥିବାବେଳେ ପ୍ରଥମ କରି ସେହି ଜର୍ସି ପିନ୍ଧି ମ୍ୟାଚ୍ ଖେଳିଥିଲେ ଭାରତୀୟ ଖେଳାଳି। ଏପଟେ ଫାଷ୍ଟ ଟାଇମ୍ ପାଇଁ ବାରବାଟୀର ନାଲି ମାଟି ପିଚ୍ ରେ ହେଉଛି ଖେଳ।  ବାରବାଟୀରେ ମୋଟ ୩ଟି ଟି-ଟ୍ବେଣ୍ଟି ଖେଳିଛି ଭାରତ ।

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦୁଇଟିଯାକ ମ୍ୟାଚରେ ପରାଜିତ ହୋଇଥିବବେଳେ ଶ୍ରୀଲଙ୍କୀ ବିପକ୍ଷରେ ବିଜୟୀ ହୋଇଥିଲା । ଆଜି ପରାଜୟ ଧାରାକୁ ଭାଙ୍ଗିବା ଲକ୍ଷ୍ୟରେ ରହିଛି ଭାରତ । ଇଣ୍ଡିଆ ଇଣ୍ଡିଆ ନାରାରେ ଷ୍ଟାଡିୟମ କମ୍ପୁଥିବାବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ବିଭିନ୍ନ ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ ବସି ମ୍ୟାଚ୍ ଦେଖିଥିଲେ । 

Cricket T20 Barabati
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ