Women Blind T20 World Cup Photograph: (OTV)
ପାକିସ୍ତାନକୁ ହରାଇ ଖୁବ ମଜ୍ଜା ଲାଗିଲା। ଖେଳିବା ସମୟରେ ପାକିସ୍ତାନୀ ଖେଳାଳି କମେଣ୍ଟ୍ ମାରୁଥିଲେ। ଆମେ କିନ୍ତୁ କମେଣ୍ଟ୍ ମାରିବା ନାହିଁ, ବରଂ ଖେଳିକି ଦେଖାଇବା, ଆଉ ଦେଖାଇଲେ ମଧ୍ୟ। ମହିଳା ଦୃଷ୍ଟିବାଧିତ T20 ବିଶ୍ୱକପ୍ ୨୦୨୫ର ବିଜୟୀ ଭାରତୀୟ ଟିମର ଓଡିଆ ଖେଳାଳି ଜନ୍ମମାଟିକୁ ଫେରି ଏମିତି କହିଛନ୍ତି।
ଶ୍ରୀଲଙ୍କାରେ ହୋଇଥିବା ଦୃଷ୍ଟିବାଧିତ ମହିଳା ଟି-୨୦ ମ୍ୟାଚ୍ ଟୁର୍ଣ୍ଣାମେଣ୍ଟରେ ମୁହାଁମୁହିଁ ହୋଇଥିଲା ଭାରତ-ପାକିସ୍ତାନ। ଏହି ମ୍ୟାଚ୍ରେ ପାକିସ୍ତାନ ଖେଳାଳିମାନେ ଭାରତୀୟ ମହିଳା ଖେଳାଳିଙ୍କୁ ବହୁତ ଖରାପ କମେଣ୍ଟ୍ ଦେଉଥିଲେ ଆଉ ଏମାନେ ଜିତିପାରିବେ ନାହିଁ ବୋଲି କହୁଥିଲେ। ଭାରତୀୟ ମହିଳା ଖେଳାଳି, ଖେଳରେ ହିଁ ଏହାର ଉଚିତ ଜବାବ ଦେଇଥିବା କହିଛନ୍ତି।
କଲମ୍ବୋର ପି. ସାରାଭାନାମୁଟ୍ଟୁ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲରେ ଭାରତ ନେପାଳକୁ ସାତ ୱିକେଟରେ ପରାସ୍ତ କରି ପ୍ରଥମ ମହିଳା ଟି-୨୦ ଦୃଷ୍ଟିହୀନ ବିଶ୍ୱକପ୍ ଜିତିଛି। ଏହି ବିଜୟ କେବଳ ଏକ ଉପାଧି ନୁହେଁ, ବରଂ ଏକ ଦୃଢ଼ ବାର୍ତ୍ତା ଯେ ଦୂରଦୃଷ୍ଟିର ଅଭାବ କେବେବି ପ୍ରତିଭା, ସାହସ ଏବଂ କଠିନ ପରିଶ୍ରମ ପାଇଁ ପ୍ରତିବନ୍ଧକ ହୋଇପାରିବ ନାହିଁ। ଭାରତୀୟ ଟିମ୍ ପୂରା ଟୁର୍ଣ୍ଣାମେଣ୍ଟରେ ଅପରାଜିତ ରହିଥିଲା ଏବଂ ପ୍ରତ୍ୟେକ ମ୍ୟାଚ୍ରେ ଚମତ୍କାର ପ୍ରଦର୍ଶନ କରି ଦେଶ ପାଇଁ ଗର୍ବର ଏକ ନୂଆ ଅଧ୍ୟାୟ ଲେଖିଛି। ତେବେ ଭାରତୀୟ ଟିମ୍ରେ ଥିବା ୪ ଓଡିଆ ଝିଅ ଫୁଲ ସୋରେନ, ପାର୍ବତୀ ମାର୍ଣ୍ଡି, ଯମୁନାରାଣୀ ଟୁଡୁ, ଏବଂ ବାସନ୍ତୀ ହାଁସଦାଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ଦେଶ ଓ ରାଜ୍ୟ ପାଇଁ ଅତୁଳନୀୟ ଗୌରବ ଆଣିଛି।
ଓଡିଶା ଫେରିବା ପରେ ସମସ୍ତ ୪ ମହିଳା କ୍ରିକେଟରଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସୋସିଆଲ୍ ମିଡିଆରେ ଏହି ମୁହୂର୍ତ୍ତକୁ ଶେୟାର କରି ଓଡ଼ିଶାର ୪ ଜଣ ସୁକନ୍ୟାଙ୍କୁ ସମ୍ବର୍ଦ୍ଧିତ କରିଥିବା କହିଛନ୍ତି। ସେ ଲେଖିଛନ୍ତି, ଆପଣମାନଙ୍କର ନିଷ୍ଠା, ଅଧ୍ୟବସାୟ ଓ ଖେଳ ପ୍ରତି ଥିବା ଦୃଢ଼ ଇଚ୍ଛାଶକ୍ତି ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ପ୍ରେରଣାର ଉତ୍ସ। ଆପଣମାନଙ୍କ ସଫଳତା ପ୍ରମାଣ କରେ ଯେ ଦୃଢ଼ ମନୋବଳ ଏବଂ କଠିନ ପରିଶ୍ରମ ବଳରେ ସବୁ ବାଧାବିଘ୍ନକୁ ଅତିକ୍ରମ କରିହେବ। ମୁଁ ଆଶା କରୁଛି, ଏହି ବିଜୟ ଯାତ୍ରା ଆତ୍ମବିଶ୍ୱାସ ସହ ଆଗକୁ ମଧ୍ୟ ଜାରି ରହୁ। ଖେଳ ଜଗତରେ ଓଡ଼ିଶାର ନାମକୁ ଏହିପରି ଉଜ୍ଜ୍ୱଳ କରି ଚାଲନ୍ତୁ। ସମସ୍ତଙ୍କୁ ମୋର ଅଶେଷ ଶୁଭେଚ୍ଛା ଓ ଅଭିନନ୍ଦନ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/02/women-blind-t20-world-cup-2025-12-02-18-58-55.jpg)