Advertisment

ବାଂଲାଦେଶକୁ ହରାଇ ସମ୍ମାନ ରକ୍ଷା କଲା ପାକିସ୍ତାନ

ଲର୍ଡ୍ସ: ଇମାମ୍ ଉଲ୍-ହକ୍ ଓ ବାବର ଆଜମଙ୍କ ଦମଦାର ବ୍ୟାଟିଂ ସାଙ୍ଗକୁ ଶାହୀନ୍ ଶାହ ଆଫ୍ରିଦିଙ୍କ ଘାତକ ବୋଲିଂକୁ ଆଧାର କରି ପାକିସ୍ତାନ ଚଳିତ ବିଶ୍ୱକପରେ ତା’ର ଶେଷ ମୁକାବିଲାରେ ବାଂଲାଦେଶକୁ ୯୪ ରନରେ ପରାସ୍ତ କରିଛି। ଲର୍ଡ୍ସରେ ଅନୁଷ୍ଠିତ ଏହି ମ୍ୟାଚରେ ପାକିସ୍ତାନ ଟିମ୍ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୩୧୫ ରନ୍ କରିବାକୁ ସକ୍ଷମ ହୋଇଛି । ଫଳରେ ପାକିସ୍ତାନକୁ ସେମିଫାଇନାଲ୍ ଟିକେଟ୍ ହାସଲ କରିବା ପାଇଁ ବାଂଲାଦେଶକୁ ୮ ରନ୍ […]

ବାଂଲାଦେଶକୁ ହରାଇ ସମ୍ମାନ ରକ୍ଷା କଲା ପାକିସ୍ତାନ

pak0

Advertisment

ଲର୍ଡ୍ସ: ଇମାମ୍ ଉଲ୍-ହକ୍ ଓ ବାବର ଆଜମଙ୍କ ଦମଦାର ବ୍ୟାଟିଂ ସାଙ୍ଗକୁ ଶାହୀନ୍ ଶାହ ଆଫ୍ରିଦିଙ୍କ ଘାତକ ବୋଲିଂକୁ ଆଧାର କରି ପାକିସ୍ତାନ ଚଳିତ ବିଶ୍ୱକପରେ ତା’ର ଶେଷ ମୁକାବିଲାରେ ବାଂଲାଦେଶକୁ ୯୪ ରନରେ ପରାସ୍ତ କରିଛି। ଲର୍ଡ୍ସରେ ଅନୁଷ୍ଠିତ ଏହି ମ୍ୟାଚରେ ପାକିସ୍ତାନ ଟିମ୍ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୩୧୫ ରନ୍ କରିବାକୁ ସକ୍ଷମ ହୋଇଛି ।

Advertisment

ଫଳରେ ପାକିସ୍ତାନକୁ ସେମିଫାଇନାଲ୍ ଟିକେଟ୍ ହାସଲ କରିବା ପାଇଁ ବାଂଲାଦେଶକୁ ୮ ରନ୍ ଭିତରେ ଅଲଆଉଟ୍ କରିବାର ଆବଶ୍ୟକତା ଥିଲା, କିନ୍ତୁ ପାକିସ୍ତାନ ପକ୍ଷେ ଏଭଳି ଅସମ୍ଭବ ସମ୍ଭବ ହୋଇପାରିନଥିଲା। ପାକିସ୍ତାନ ପକ୍ଷରୁ ଇମାମ୍-ଉଲ୍-ହକ୍ ଶତକ ମାରିଥିବା ବେଳେ ବାବର ଆଜମ ବଞ୍ଚିତ ହୋଇଥିଲେ। ଇମାମ୍ ୧୦୦ ବଲରେ ୭ ଚୌକା ସହ ୧୦୦ ରନ୍ କରି ଆଉଟ୍ ହୋଇଥିଲେ। ଜବାବରେ ବାଂଲାଦେଶ ୪୪.୧ ଓଭରରେ ସମସ୍ତ ୱିକେଟ୍ ହରାଇ ୨୨୧ ରନ୍ କରିବାକୁ ସକ୍ଷମ ହୋଇଥିଲା।

publive-image୩୧୬ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ବାଂଲାଦେଶ ଆରମ୍ଭରୁ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା। ଟିମ୍ ପାଇଁ ପୁଣିଥରେ ସାକିବ୍ ଅଲ୍ ହାସନ୍ ସଙ୍କଟମୋଚକ ସାଜିଥିଲେ । ସାକିବ୍ ଆଉ ଏକ ଅର୍ଦ୍ଧଶତକ ମାରିବା ସହ ଚଳିତ ବିଶ୍ୱକପର ସର୍ବାଧିକ ସ୍କୋରର ମଧ୍ୟ ହୋଇଛନ୍ତି। ସାକିବଙ୍କ କ୍ରିଜରେ ଥିବା ପର୍ଯ୍ୟନ୍ତ ବାଂଲାଦେଶର ଆଶା ଉଜ୍ଜୀବିତ ଥିଲା। କିନ୍ତୁ ତାଙ୍କୁ ଶାହୀନ୍ ଶାହ ଆଫ୍ରିଦି ଆଉଟ୍ କରି ବାଂଲାଦେଶର ଆଶା ଧୂଳିସାତ୍ କରିଥିଲେ।

Advertisment

ସାକିବ୍ ୭୭ ବଲରେ ୬ ଚୌକା ସହ ୬୪ ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୌମ୍ୟ ସରକାର ୨୨, ମୁଶଫିକର୍ ରହିମ୍ ୧୬, ଲିଟନ୍ ଦାସ ୩୨, ମହମଦୁଲ୍ଲା ୨୯ ଓ ମୋସାଦିକ୍ ହୁସେନ୍ ୧୬, ମାଶରଫି ମୋର୍ତାଜା ୧୫ ଏବଂ ତାମିମ୍ ଇକବାଲ୍ ୮ ରନ୍ କରି ଆଉଟ୍ ହୋଇଥିଲେ। ପାକିସ୍ତାନ ପକ୍ଷରୁ ଶାହୀନ୍ ସର୍ବାଧିକ ୬ଟି ୱିକେଟ୍ ନେଇଥିଲେ।

ପୂର୍ବରୁ ପାକିସ୍ତାନ କ୍ୟାପଟେନ୍ ସର୍ଫରାଜ ଅହମ୍ମଦ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବଡ଼ ସ୍କୋର ଆଶାରେ ଖେଳୁଥିବା ପାକିସ୍ତାନକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ଟିମର ଷ୍ଟାର୍ ଓପ୍ନର ଫକର ଜମାନ୍ ମାତ୍ର ୧୩ ରନ୍ କରି ମହମ୍ମଦ ସୈଫୁଦ୍ଦିନଙ୍କ ବଲରେ ଆଉଟ୍ ହୋଇଥିଲେ। ତେବେ ଅନ୍ୟତମ ଓପ୍ନର ଇମାମ୍-ଉଲ୍-ହକ୍ ଓ ବାବର ଆଜମ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ। ଦୁହେଁ ଜାଣିସାରିଥିଲେ ଯେ, ଏଠାରେ ବଡ଼ ସ୍କୋର କରିବା ଅସମ୍ଭବ। ତେଣୁ ଇମାମ୍ ଓ ବାବର ଆକ୍ରମଣାତ୍ମକ ଧିମା ବ୍ୟାଟିଂ କରିଥିଲେ।

Advertisment

ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ୧୫୭ ରନର ଶତକୀୟ ଭାଗୀଦାରୀ କରିଥିଲେ। ବାବର ୯୬ (୯୮ ବଲ୍, ୧୧ ଚୌକା) ରନ୍ କରି ଶତକରୁ ବଞ୍ଚିତ ରହିଥିଲେ। ତାଙ୍କୁ ସୈଫୁଦ୍ଦିନ ପ୍ୟାଭିଲିୟନ୍ ପଠାଇଥିଲେ। ଏହା ପରେ ଇମାମ୍ ନିଜର ପ୍ରଥମ ବିଶ୍ୱକପ୍ ଶତକ ପୂରଣ କରିଥିଲେ, କିନ୍ତୁ ତାଙ୍କର ଏହି ଖୁସି ବେଶୀ ସମୟ ତିଷ୍ଠିନଥିଲା। ଶତକ ମାରିବାର ପରବର୍ତ୍ତୀ ବଲରେ ମୁସ୍ତାଫିଜୁର ରେହମାନଙ୍କ ବଲରେ ଇମାମ୍ ହିଟ୍ ୱିକେଟ୍ ହୋଇଥିଲେ। ତାଙ୍କ ଆଉଟ୍ ବେଳକୁ ପାକିସ୍ତାନର ସ୍କୋର ୪୧.୫ ଓଭରରେ ୨୪୬ ରନରେ ଥିଲା।

ଏହା ପରେ ଟିମ୍ ଲଗାତାର ଦୁଇଟି ୱିକେଟ୍ ହରାଇ ବସିଥିଲା। ମହମ୍ମଦ ହଫିଜ୍ (୨୭) ଓ ହାରିସ୍ ସୋହେଲ (୬) ନିରାଶ କରିଥିଲେ। ତେବେ ଅଲରାଉଣ୍ଡର ଇମାଦ ୱାସିମ୍ ଆକ୍ରମଣାତ୍ମକ ବ୍ୟାଟିଂ କରି ପାକିସ୍ତାନ ସ୍କୋରକୁ ୩୦୦ ଅତିକ୍ରମ କରାଇଥିଲେ । ସେ ୨୬ ବଲରେ ୬ ଚୌକା ଓ ୧ ଛକା ସହ ୪୩ ରନ୍ କରି ମୁସ୍ତାଫିଜୁରଙ୍କ ଶିକାର ହୋଇଥିଲେ । ମହମ୍ମଦ ଆମୀର ୮, ୱାହାବ ରିଆଜ ୨ ଓ ଶଦାବ ଖାନ୍ ୧ ରନ୍ କରି ଆଉଟ୍ ହୋଇଥିଲେ। କ୍ୟାପଟେନ୍ ସର୍ଫରାଜ ଅହମ୍ମଦ (୩*) ରିଟାୟର୍ଡ ହର୍ଟ ହୋଇଥିବା ବେଳେ ଶେଷ ବଲରେ ବ୍ୟାଟିଂ କରିବାକୁ ଆସିଥିଲେ। ବାଂଲାଦେଶ ପକ୍ଷରୁ ମୁସ୍ତାଫିଜୁର ୫ଟି ଓ ସୈଫୁଦ୍ଦିନ ୩ଟି ୱିକେଟ୍ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ